‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ କିମ୍ବା ଅନଲାଇନ୍ ସପିଂ କରିବା ହେଉ — UPI ଏବେ ସବୁଠାରୁ ସହଜ ଓ ଲୋକପ୍ରିୟ ଉପାୟ ହୋଇଛି। କିନ୍ତୁ ଅନେକ ସମୟରେ ପେମେଣ୍ଟ୍ କରିବା ବେଳେ ବ୍ୟାଙ୍କ ଆକାଉଣ୍ଟ୍‌ରେ ପର୍ଯ୍ୟାପ୍ତ ବାକି ନ ଥାଏ, ଯାହାଦ୍ୱାରା ଲଜ୍ଜା ହୁଏ ଏବଂ କାମ ଅଟକିଯାଏ। ଏହି ସମସ୍ୟାର ସମାଧାନ ଆଣିଛି ଭାରତର ପ୍ରମୁଖ ଫିନଟେକ୍ କମ୍ପାନି ଭାରତ ପେ’ ଓ ଯସ୍ ବ୍ୟାଙ୍କର ନୂଆ ସହଯୋଗ। ସେମାନେ ମିଳିତ ଭାବେ ଏକ ନୂତନ ସେବା ଆରମ୍ଭ କରିଛନ୍ତି — ‘Pay Later with BharatPe’। ଏହା ଏକ ଡିଜିଟାଲ୍ କ୍ରେଡିଟ୍ ସେବା, ଯାହାଦ୍ୱାରା UPI ପେମେଣ୍ଟ୍ କରିବା ବେଳେ ଆକାଉଣ୍ଟ୍‌ରେ ଟଙ୍କା ନ ଥିଲେ ମଧ୍ୟ ଆପଣ ସହଜରେ ଭୁଗତାନ କରିପାରିବେ। ଏହି ସେବା ପୂରାପୂରି NPCI (ନେସନାଲ୍ ପେମେଣ୍ଟ୍ସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ) ସିଷ୍ଟମ୍ ଉପରେ ଆଧାରିତ, ତେଣୁ ଏହାର ସୁରକ୍ଷା ଓ ବିଶ୍ୱାସଯୋଗ୍ୟତା ଉପରେ କୌଣସି ପ୍ରଶ୍ନ ଉଠେ ନାହିଁ।
  • କାଗଜପତ୍ର ବିନା ତୁରନ୍ତ କ୍ରେଡିଟ୍:
ଏହି ସେବାର ସବୁଠାରୁ ବଡ଼ ଲାଭ ହେଉଛି — ଆପଣଙ୍କୁ ଅଲଗା ଲୋନ୍ କିମ୍ବା କ୍ରେଡିଟ୍ କାର୍ଡ୍ ପାଇଁ ଆବେଦନ କରିବାକୁ ପଡ଼ିବ ନାହିଁ। ଭାରତପେ ଆପ୍‌ରେ ‘Pay Later’ ଅପସନ୍ ବାଛି ଯସ୍ ବ୍ୟାଙ୍କର KYC ପ୍ରକ୍ରିୟା ସମ୍ପନ୍ନ କଲେ କିଛି ମିନିଟ୍ ଭିତରେ ଆପଣଙ୍କ କ୍ରେଡିଟ୍ ପ୍ରୋଫାଇଲ୍ ଯାଞ୍ଚ ହୋଇଯାଏ ଏବଂ କ୍ରେଡିଟ୍ ସୀମା ମିଳିଯାଏ। ସୀମା ଅନୁମୋଦିତ ହେବାମାତ୍ରେ ଆପଣ ଯେକୌଣସି ଦୋକାନରେ QR କୋଡ୍ ସ୍କାନ୍ କରି କିମ୍ବା ଅନଲାଇନ୍ ପେମେଣ୍ଟ୍ କରିପାରିବେ।
  • ୪୫ ଦିନ ପର୍ଯ୍ୟନ୍ତ ସୁଧମୁକ୍ତ ସମୟ:

ଏହି ସେବାର ସବୁଠାରୁ ଆକର୍ଷଣୀୟ ବିଶେଷତା ହେଉଛି ୪୫ ଦିନର ଇଣ୍ଟରେଷ୍ଟ୍-ଫ୍ରି ପିରିୟଡ୍। ଏହି ସମୟ ଭିତରେ ଆପଣ ପୂରା ଟଙ୍କା ଫେରସ୍ତ କରିଦେଲେ ଏକ ପଇସା ବି ସୁଧ ଦେବାକୁ ପଡ଼ିବ ନାହିଁ। ଏହା ଖାସକରି ସେହି ବ୍ୟକ୍ତିମାନଙ୍କ ପାଇଁ ଉପଯୋଗୀ ଯାହାଙ୍କ ସାଲାରୀ ମାସ ଶେଷରେ ଆସେ କିମ୍ବା ଅକାଳରେ ଖର୍ଚ୍ଚ ହୁଏ। ପୁରୁଣା ବାକି ଶୋଧ ହେବାମାତ୍ରେ କ୍ରେଡିଟ୍ ସୀମା ପୁଣି ପୁନଃସ୍ଥାପିତ ହୋଇଯାଏ।

  • EMI ଅପସନ୍ ମଧ୍ୟ ଉପଲବ୍ଧ:

ଯଦି ୪୫ ଦିନ ଭିତରେ ପୂରା ଟଙ୍କା ଶୋଧ କରିପାରନ୍ତି ନାହିଁ, ତେବେ ୩ ରୁ ୧୨ ମାସ ପର୍ଯ୍ୟନ୍ତ ସହଜ EMI ରେ ଭୁଗତାନ କରିପାରିବେ। ଏହାଦ୍ୱାରା ଏକାଥରକେ ବଡ଼ ବୋଝ ପଡ଼େ ନାହିଁ ଓ ବଜେଟ୍ ବିଗିଡ଼େ ନାହିଁ। ଛୋଟ ବ୍ୟବସାୟୀଙ୍କ ପାଇଁ ରାହତ ଏହି ସେବା କେବଳ ସାଧାରଣ ଗ୍ରାହକଙ୍କ ପାଇଁ ନୁହେଁ, ଛୋଟ ଦୋକାନଦାର ଓ ବ୍ୟବସାୟୀଙ୍କ ପାଇଁ ମଧ୍ୟ ବହୁତ ଉପକାରୀ। ବ୍ୟାଙ୍କରୁ ଲୋନ୍ ନେବାର ଜଟିଳ ପ୍ରକ୍ରିୟାରୁ ମୁକ୍ତି ମିଳେ। ତୁରନ୍ତ ଡିଜିଟାଲ୍ କ୍ରେଡିଟ୍ ପାଇ ମାଲ କିଣି ବ୍ୟବସାୟ ବଢ଼ାଇପାରିବେ। ରିୱାର୍ଡ୍‌ର ଅତିରିକ୍ତ ଲାଭ ପ୍ରତ୍ୟେକ ପେମେଣ୍ଟ୍‌ରେ ଭାରତପେ UPI ରିୱାର୍ଡ୍ସ୍ ଅନ୍ତର୍ଗତ Zillion Coins ମିଳେ। ଏହି କଏନ୍‌ଗୁଡ଼ିକ ଜମା ହୋଇ ଭବିଷ୍ୟତରେ ଶପିଂ, ଭାଉଚର କିମ୍ବା ଇଉଟିଲିଟି ବିଲ୍ ପରିଶୋଧରେ ବ୍ୟବହାର କରାଯାଇପାରେ। ଅର୍ଥାତ୍ ଖର୍ଚ୍ଚ ସହିତ ବଞ୍ଚତ୍ ମଧ୍ୟ।ଭାରତପେ ଓ ଯସ୍ ବ୍ୟାଙ୍କର ଏହି ନୂଆ ସହଯୋଗ ଦ୍ୱାରା UPI ଆହୁରି ଶକ୍ତିଶାଳୀ ହୋଇଛି ଏବଂ କ୍ରେଡିଟ୍‌କୁ ସମସ୍ତଙ୍କ ପାଖରେ ପହଞ୍ଚାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?