Posted inଜାତୀୟ

ଭିଆଇପି ଗାଡିରୁ ହଟିବ ସାଇରନ, ବ୍ୟବହାର ହେବ ବଂଶୀ ଶଦ୍ଦ: ନୀତିନ ଗଡକରୀ

ନୂଆଦିଲ୍ଲୀ,୧୩।୮: ଭିଆଇପି ଗାଡିରୁ ହଟିବ ସାଇରନ। ଭିଆଇପି ଗାଡିରୁ ନାଲି ବତୀ ହଟାଇବା ପରେ କେନ୍ଦ୍ର ଓ ସଡକ ପରିବହନ ମନ୍ତ୍ରୀ ବର୍ତ୍ତମାନ ଭିଆଇପି ଗାଡିରୁ ସାଇରନ ହଟାଇବାକୁ ଯୋଜନା କରୁଛନ୍ତି।

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ପୁଣେରେ ଚାନ୍ଦନୀ ଚୌକ ଫ୍ଲାଏ ଓଭରର ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ। ଉତ୍ସବରେ ଯୋଗ ଦେଇ ସଭାକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଶବ୍ଦ ପ୍ରଦୂଷଣ ଏକ ଚିନ୍ତାର ବିଷୟ। ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ବହୁତ ଭାଗ୍ୟବାନ ଯେ, ଭିଆଇପି ଗାଡିରୁ ଲାଲ ବତୀ ହଟାଇବାର ସୁଯୋଗ ପାଇଲି। ଏବେ ଗାଡିରୁ ସାଇରନ ସମସ୍ୟା ଦୂର କରିବାକୁ ଯୋଜନା କରୁଛି। ଗାଡିର ସାଇରନକୁ ଭାରତୀୟ ବାଦ୍ୟଯନ୍ତ୍ରର ମଧୁର ସଙ୍ଗୀତ ଦ୍ୱାରା ବଦଳିବା ପାଇଁ ଯୋଜନା କରୁଛି। ସାଇରନ ଶଦ୍ଦକୁ ଶ୍ରୁତି ମଧୁର କରିବା ପାଇଁ ବଂଶୀ, ତବଲା, ଶଙ୍ଖର ଶବ୍ଦ ବଦଳାଯିବ। ଏହାଦ୍ୱାରା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା ପ୍ରଭାବରେ ବେହାଲ ବଣାଇଁ ଅଞ୍ଚଳ; ବାଗୁନ ନାଳରେ ଭାସିଗଲା ବାଇକ, ଅଫିସରେ ଆଣ୍ଠୁଏ ପାଣି

ବଣାଇଁ,୨୮।୭( ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡରେ ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ଏକ ପ୍ରକାର ଜନଜୀବନ ପ୍ରଭାବିତ…

ୟୁପିରେ ଏସ୍‌ପି-କଂଗ୍ରେସ ପାଇଁ ଅଡ଼ୁଆ ହେଲା କି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗ? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ, ୨୮।୭: ଭାରତୀୟ ଜନତା ପାର୍ଟିର ନେତା ତଥା ଓଡ଼ିଶାର ସମ୍ବଲପୁରରୁ ସାଂସଦ ଥିବା ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ବଡ଼ ଆଡମ୍ବରରେ ଉତ୍ସବ ପାଳନ କଲା CJP; ହେଲେ ବଡ଼ କଥା କହିଦେଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କୋକ୍ରୋଚ ଜନତା ପାର୍ଟି (CJP)ର ସଦସ୍ୟମାନେ ହୋଟେଲରେ ମହା ଆଡମ୍ବରରେ ଉତ୍ସବ ପାଳନ କରୁଥିବା ଏକ…

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶେଷ ବିଦାୟ: ସାମିଲ ହେଲେ ହଜାର ହଜାର ଲୋକ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସୁଶାନ୍ତ ସିଂଙ୍କୁ ମଙ୍ଗଳବାର ଶେଷ ବିଦାୟ ଦିଆଯାଉଛି। ଏହି କ୍ରମରେ ସକାଳୁ ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ହଲଦିପାଲି…

ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବଡ଼ ବୟାନ, ଜାଣନ୍ତୁ ତାଙ୍କର ଉଦ୍ଦେଶ୍ୟ କ’ଣ

ଜେରୁଜେଲମ,୨୮।୭: ଇରାନ ସହିତ ଯୁଦ୍ଧ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରଥମ ଥର ପାଇଁ ଟ୍ରମ୍ପଙ୍କୁ ଭେଟିବା ପାଇଁ ଆମେରିକାରେ ପହଞ୍ଚିଛନ୍ତି। ଆମେରିକା ଯିବା ପୂର୍ବରୁ, ନେତାନ୍ୟାହୁ…

ଇସ୍ତଫା ଦେବା ପରେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିବେ ଧର୍ମେନ୍ଦ୍ର! ଭାଜପାରେ ହେବ…

ଭୁବନେଶ୍ବର,୨୮।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି । ମଙ୍ଗଳବାର…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପ୍ରସଙ୍ଗରେ ବଡ଼ ଖୁଲାସା! ପ୍ରଥମେ CJPକୁ ସରକାର ଦେଇଥିଲେ ଏହି ଅଫର, ହେଲେ…

ନୂଆଦିଲ୍ଲୀ, ୨୮।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ ଯେ, ସରକାରଙ୍କ ପ୍ରତିନିଧି…

କାଙ୍କଡ଼ ୮୦, ଗାଜର କିଲୋ ୧୨୦ ଟଙ୍କା : ବର୍ଷା ଋତୁରେ ବଢୁଛି ପନିପରିବା ଦର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆଖ ପାଖ ଅଞ୍ଚଳରେ ପନିପରିବା ଚାଷ କମ ପରିମାଣରେ ବଜାରକୁ ଆସୁଅଛି। କିନ୍ତୁ ବ୍ୟବସାୟୀମାନେ ରାୟପୁର ଯାଇ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri