Posted inଜାତୀୟ

ଏବେ ମୋର କୋକେଇ ଉଠିବ ଅବା ଊତ୍ସବ ହେବ: ମରାଠା ସଂରକ୍ଷଣ ନେଇ ଜରାଙ୍ଗେ ଦେଲେ ଶିନ୍ଦେଙ୍କୁ ଚେତାବନୀ..

ମୁମ୍ବାଇ,୧୪।୧୦ : ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଦାବି କରୁଥିବା ଜଣେ କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ଶନିବାର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି ଧମକ ଦେଇଛନ୍ତି। ଅକ୍ଟୋବର ୨୪ ପରେ ସରକାର ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ଯୋଗାଇବାରେ ବିଫଳ ହେଲେ ସେ ଆନ୍ଦୋଳନକୁ ଆହୁରି ଜୋରଦାର କରିବେ।

ଜାଲନା ଜିଲାର ଅନ୍ତେରୱାଲୀ ସରାତି ଗାଁର ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଏବେ ମୋର କୋକେଇ ଉଠିବ ଅବା ଊତ୍ସବ ହେବ। ସମ୍ପ୍ରଦାୟର ବିଜୟ ପାଇଁ ହୁଏତ ଏକ ଉତ୍ସବ ପାଳନ କରାଯିବ। ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ ୪୦ ବର୍ଷ ବୟସ୍କ କାର୍ଯ୍ୟକର୍ତ୍ତା ସରକାରଙ୍କୁ ୪୦ଦିନ ସମୟ ଦେଇଛନ୍ତି।

ସାରା ରାଜ୍ୟରେ ଥିବା ସମସ୍ତ ମରାଠା ସମ୍ପ୍ରଦାୟକୁ କୁମ୍ବୀ ପ୍ରମାଣପତ୍ର ଦେବାକୁ ଜରାଙ୍ଗେ ଦାବି କରିଛନ୍ତି। କୁମ୍ବି ଅନ୍ୟ ପଛୁଆ ଜାତି ଅଧୀନରେ ସଂରକ୍ଷଣର ଲାଭ ପାଇବାକୁ ଯୋଗ୍ୟ। ଯଦି ଦାବି ପୂରଣ ନ ହୁଏ ତେବେ ସେ ଅକ୍ଟୋବର ୨୪ ରେ ସମ୍ପ୍ରଦାୟକୁ ସମ୍ବୋଧନ କରିବେ। ଏହା ସହିତ ବିରୋଧ ସମୟରେ ଶାନ୍ତି ବଜାୟ ରଖିବାକୁ ସେ ତାଙ୍କ ସମର୍ଥକଙ୍କୁ ଅନୁରୋଧ କରିଛନ୍ତି।

ରାଜ୍ୟ ମନ୍ତ୍ରୀ ତଥା ଏନସିପି ନେତା ଛଗନ ଭୁଜବଳ ବିରୋଧ ସମୟରେ ୭କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଥିବା ସେ ଅଭିଯୋଗ କରିଛନ୍ତି। ଏହା ସହିତ ସେ ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ଏବଂ ଓକିଲ ଗୁଣରତନ ସଦାଭର୍ତେଙ୍କ ବିରୋଧରେ ମରାଠା ସମ୍ପ୍ରଦାୟକୁ ଉତ୍ତେଜିତ କରିଥିବା ଅଭିଯୋଗ ଆଣୀଛନ୍ତି। ’ମରାଠା ସମ୍ପ୍ରଦାୟ ଫଡନାଭିସଙ୍କୁ ବହୁତ କିଛି ଦେଇଥିଲା। ଯଦି ଆପଣ ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନ କରନ୍ତି, ତେବେ ସମ୍ପ୍ରଦାୟର ଲୋକମାନେ ଆପଣଙ୍କୁ ବହୁତ ସମ୍ମାନ କରିବେ । ମରାଠା ସଂରକ୍ଷଣକୁ ସୁଗମ କରିବା ପାଇଁ ମହାରାଷ୍ଟ୍ର ସରକାର ସର୍ଭେ କରିନାହାଁନ୍ତି । ମରାଠାଙ୍କୁ ସଂରକ୍ଷଣ ଦେବା ପାଇଁ କୋଟା ସୀମାକୁ ୫୦ ପ୍ରତିଶତରୁ ଅଧିକକୁ ବୃଦ୍ଧି କରିବାକୁ ସରକାର ବିଚାର କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?