ଭାରତ-ପାକିସ୍ତାନ ମ୍ୟାଚ୍‌: ୧୦ସେକେଣ୍ଡରେ ୩୦ଲକ୍ଷ ବ୍ୟବସାୟ କରିବ ଡିଜନି-ହଟଷ୍ଟାର

ନୂଆଦିଲ୍ଲୀ,୧୪।୧୦: କ୍ରିକେଟ୍‌ପ୍ରେମୀଙ୍କ ଅପେକ୍ଷାର ହୋଇଛି ଅନ୍ତ। ଶନିବାର ଅର୍ଥାତ୍‌ ଆଜି ଭାରତ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌ର କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଗ୍ରାଉଣ୍ଡ ଭିତରେ ପ୍ରାୟ ୧.୫୦ ଲକ୍ଷ ପ୍ରଶଂସକଙ୍କ ଛାତି ପ୍ରତି ସେକେଣ୍ଡରେ ଧକଧକ ହେବ। ତେବେ ଏସବୁ ପରେ ଆପଣ ଲାଇଭ ଟେଲିକାଷ୍ଟ ଦେଖୁଥିବା ଡିଜନି ହଟଷ୍ଟାର ମଧ୍ୟ ଉପକୃତ ହେବ। ଏହି ମ୍ୟାଚରେ ଡିଜନି-ହଟଷ୍ଟାର କେବଳ ବିଜ୍ଞାପନରୁ ୧୫୦କୋଟିରୁ ଅଧିକ ବ୍ୟବସାୟ କରିବ। ଯାହାକି ୪ ବର୍ଷ ପୂର୍ବେ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ ଭାରତ-ପାକିସ୍ତାନ ମ୍ୟାଚରେ ହୋଇଥିବା ବ୍ୟବସାୟ ଠାରୁ ପ୍ରାୟ ୫୦ କୋଟି ଟଙ୍କା ଅଧିକ ହେବ ବୋଲି ଆଶା କରାଯଉଛି।

ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୯ ଓ୍ବାନଡେ ବିଶ୍ୱକପ ମ୍ୟାଚରେ ଡିଜନି-ହଟଷ୍ଟାର୍‌ ୧୦ଟି ବିଜ୍ଞାପନ ସ୍ଲଟ ପାଇଁ ୨୫ଲକ୍ଷ ଟଙ୍କା ଦାବି କରିଥିଲା। ସେହି ମ୍ୟାଚରେ ମୋଟ ବିଜ୍ଞାପନ ସ୍ଲଟ ୫୫୦୦ସେକେଣ୍ଡ ଥିଲା। ଏହାର ଅର୍ଥ ହେଉଛି ଡିଜନି-ଷ୍ଟାର୍‌ ବିଜ୍ଞାପନ ସ୍ଲଟ ବିକ୍ରୟ କରି ୧୦୦ କୋଟିରୁ ଅଧିକ ଆୟ କରିଥିବ ବୋଲି ଆକଳନ କରାଯାଉଛି। ସେହପରି ବିଶ୍ୱକପରେ ଡିଜନି-ଷ୍ଟାର ଭାରତର ଅନ୍ୟ ଦଳ ବିପକ୍ଷରେ ମ୍ୟାଚରେ ବିଜ୍ଞାପନ ପାଇଁ ୧୦ ସେକେଣ୍ଡରେ ୧୬ ରୁ ୧୮ ଲକ୍ଷ ଟଙ୍କା ଦାବି କରୁଛି।

ଏଥର ଡିଜନି ହଟଷ୍ଟାରର ବ୍ୟବସାୟ ୧୫୦ କୋଟି କିମ୍ବା ଅଧିକ ହୋଇପାରେ। ଗଣମାଧ୍ୟମ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ଏଥର ଡଜନି-ଷ୍ଟାର ଭାରତ-ପାକିସ୍ତାନ ମ୍ୟାଚରେ ନଗଦ ଅର୍ଥ ପାଇଁ ବଜ୍ଞାପନ ସ୍ଲଟ ବୃଦ୍ଧି କରିବାକୁ ପ୍ରସ୍ତୁତ ଅଛି। ଯାହା ୧୦ସେକେଣ୍ଡ ସ୍ଲଟ ପାଇଁ ୩୦ରୁ ୩୫ଲକ୍ଷ ଟଙ୍କା ହୋଇପାରେ।
ତେବେ ବିଶେଷଜ୍ଞନୁସାରେ, ଅନ୍ୟ ପ୍ରସାରଣକାରୀମାନେ ଏହି ଟୁର୍ନାମେଣ୍ଟରୁ ପ୍ରାୟ ୧୦୦୦କୋଟି ଟଙ୍କା ରୋଜଗାର କରିବାକୁ ଯୋଜନା କରୁଛନ୍ତି। ସୂଚନା ଅନୁଯାୟୀ, ୨୦୧୯ରେ ୧୦ସେକେଣ୍ଡର ସ୍ଲଟର ଅନ୍ତିମ ମୂଲ୍ୟ ୬ରୁ ୭ ଲକ୍ଷ ଟଙ୍କା ଥିଲା। ଏଥର ସ୍ଲଟର ମୂଲ୍ୟ ୧୦ ସେକେଣ୍ଡ ପାଇଁ ୧୦ଲକ୍ଷ ୨୫ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ନନ୍ଦୀଗ୍ରାମ ଉପନିର୍ବାଚନରେ ହାଇଡ୍ରାମା: ମମତାଙ୍କ ସମର୍ଥନ ମିଳିବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଗିରଫ

କୋଲକାତା,୧୮।୯: ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ନାମପତ୍ର ପ୍ରତ୍ୟାହାର କରିବା,…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

IPL 2027 ନିଲାମ ପୂର୍ବରୁ ୧୧ ବଡ଼ ବ୍ୟାଟରଙ୍କୁ ରିଲିଜ କରାଯିବ! ଲିଷ୍ଟ ଦେଖିଲେ ମୁଣ୍ଡରେ ହାତ ଦେବେ

ନୂଆଦିଲ୍ଲୀ,୧୮।୯: ସମସ୍ତ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦ତମ ସିଜିନଅର୍ଥାତ IPL 2027 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?