Posted inUncategorized

‘ପ୍ରତିଜ୍ଞା’ର ଔପନ୍ୟାସିକ

ଟାଇପ୍‌ରାଇଟର କିମ୍ବା କମ୍ପ୍ୟୁଟର ବ୍ୟବହାର ନ କରି ପ୍ରାରମ୍ଭିକ ଲେଖା ଲଙ୍ଗ୍‌ହାଣ୍ଡ୍‌ ନୋଟ୍‌ବୁକ୍‌ ଉପରେ ଟର୍ଟଏଜଶେଲ୍‌ ଫାଉଣ୍ଟେନ୍‌ ପେନ୍‌ ଚଲାଇ ସୃଜନ କାର୍ଯ୍ୟରେ ନିମଗ୍ନ ରହିବାରେ ଦକ୍ଷିଣ ଆଫ୍ରିକୀୟ ଔପନ୍ୟାସିକ ଡାମୋନ ଗାଲ୍‌ଗୁଟ୍‌ ଆନନ୍ଦ ପାଇଥାଆନ୍ତି। କୌଣସି ଲେଖାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପୂର୍ବରୁ ତାହାକୁ ଦୁଇ ଥର ପଢ଼ି ନେଇଥାଆନ୍ତି। ଏହା ପରେ ଲେଖା କମ୍ପ୍ୟୁଟର ଉପରକୁ ଚଢ଼େ। ଗାଲ୍‌ଗୁଟ୍‌ଙ୍କୁ ଯେତେବେଳେ ୧୭ ବର୍ଷ ସେତେବେଳେ ସେ ପ୍ରଥମ ଉପନ୍ୟାସ ‘ଏ ସିନ୍‌ଲେସ୍‌ ସିଜନ୍‌’ ରଚନା କରିଥିଲେ। ସେହି ସୃଜନ ଯାତ୍ରା ତାଙ୍କୁ ୨୦୨୧ ଲାଗି ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ସାହିତ୍ୟ ପୁରସ୍କାର ‘ବୁକର୍‌’ ଦେଇପାରିଛି। ୩ ନଭେମ୍ବରରେ ଗାଲ୍‌ଗୁଟ୍‌ଙ୍କ ଉପନ୍ୟାସ ‘ଦି ପ୍ରୋମିଜ୍‌’ ଏହି ବ୍ରିଟିଶ ପୁରସ୍କାର ପାଇବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ଗାଲ୍‌ଗୁଟ୍‌ ୧୨ ନଭେମ୍ବର ୧୯୬୩ରେ ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ପୁରୁଷ ସମଲିଙ୍ଗୀ ଭାବେ ଜଣାଶୁଣା। ସେଥିପାଇଁ ତାଙ୍କ ଲେଖାରେ ପୁରୁଷମାନେ ପ୍ରାଧାନ୍ୟଲାଭ କରିଥାଆନ୍ତି। ସେ ସାହିତ୍ୟରେ ହେତୁ ପାଇବା ଦିନୁ ନିଷ୍ପତ୍ତି ନେଇଥିଲେ ଜୀବନରେ କଥାକାର ହେବେ। ଗଳ୍ପ, ଉପନ୍ୟାସ ଓ ନାଟକ ତାଙ୍କ ସୃଜନରାଜ୍ୟକୁ ସର୍ବଦା ଆବୋରି ରଖିଆସିଛି। ଲେଖିବା ପାଇଁ ସେ ବୁଲିବାକୁ ଭଲ ପାଇଥାଆନ୍ତି। ସାଥିରେ ଥାଏ ନୋଟ୍‌ବୁକ୍‌ ଓ ପେନ୍‌। ଯୁଆଡ଼େ ଗଲେ ଓ ଯେଉଁ ସ୍ଥାନରେ ରହିଲେ ସେହିଠାରେ ସାହିତ୍ୟ ରଚନା କରିଥାଆନ୍ତି। ୧୯୮୨ରେ ଉପନ୍ୟାସ ‘ଏ ସିନ୍‌ଲେସ୍‌ ସିଜନ୍‌’ ପ୍ରକାଶ ପାଇବା ପରେ ୧୯୮୮ରେ କ୍ଷୁଦ୍ରଗଳ୍ପ ସଙ୍କଳନ ‘ସ୍ମଲ୍‌ ସର୍କଲ ଅଫ୍‌ ବିଙ୍ଗସ୍‌’ ଆସିଥିଲା। ତେବେ ‘ଦି ବିଉଟିଫୁଲ୍‌ ସ୍କ୍ରିମିଂ ଅଫ୍‌ ପିଗ୍‌ସ’ ୧୯୯୧ରେ ପ୍ରକାଶ ପାଇବା ପରେ ତାହା ୧୯୯୨ରେ ସେଣ୍ଟ୍ରାଲ ନ୍ୟୁଜ୍‌ ଏଜେନ୍ସି ଲିଟେରାରି ଆଓ୍ବାର୍ଡ ପାଇଥିଲା। ସାହିତ୍ୟ କ୍ଷେତ୍ରରେ ପ୍ରଥମ ସ୍ବୀକୃତି ତାଙ୍କୁ ଉତ୍ସାହିତ କରିଥିଲା। ୧୯୯୫ରେ ‘ଦି କ୍ୱାରି’ ଫିଚର ଫିଲ୍ମ ହୋଇଥିଲା। ୨୦୦୩ରେ ‘ଉପନ୍ୟାସ ‘ଦି ଗୁଡ୍‌ ଡକ୍ଟର’ ଗାଲ୍‌ଗୁଟଙ୍କୁ ଦକ୍ଷିଣ ଆଫ୍ରିକା ବାହାରେ ପରିଚିତ କରାଇଥିଲା। ବର୍ଣ୍ଣବିଦ୍ୱେଷ ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକାର ଏକ ଗ୍ରାମୀଣ ଡାକ୍ତରଖାନା ଓ ଡାକ୍ତରଙ୍କ ବିଷୟ ଏଥିରେ ସ୍ଥାନ ପାଇଛି। ୨୦୦୩ ମସିହାରେ ଏହା ବୁକର ପୁରସ୍କାର ପାଇଁ ସଂକ୍ଷିପ୍ତ ଚୟନ ତାଲିକାରେ ସ୍ଥାନ ପାଇବା ସହ ଶ୍ରେଷ୍ଠ ପୁସ୍ତକ ଭାବେ କମନ୍‌ଓ୍ବେଲ୍‌ଥ ରାଇଟର୍ସ ପ୍ରାଇଜ୍‌ ଜିତିଥିଲା। ଏପରି କି ତାଙ୍କ ‘ଏ ଷ୍ଟ୍ରେଞ୍ଜ୍‌ ରୁମ୍‌’ ୨୦୧୦ରେ ବୁକର ପୁରସ୍କାର ପାଇଁ ପୁନଶ୍ଚ ସଂକ୍ଷିପ୍ତ ଚୟନ ତାଲିକାରେ ସ୍ଥାନ ପାଇଥିଲା। ଏହି ଉପନ୍ୟାସକୁ ‘ଦି ଗାର୍ଡିଆନ୍‌’ରେ ରିଭ୍ୟୁ କରିବା ବେଳେ ଜନ୍‌ ମୋରିସ୍‌ ଲେଖିଥିଲେ ଯେ, ଏ ଷ୍ଟ୍ରେଞ୍ଜ୍‌ ରୁମ୍‌ ଏକ ସୁନ୍ଦର ପୁସ୍ତକ ଓ ତାହାକୁ ପଢ଼ିଲେ ମନ ଲାଖିଯିବା ଭଳି ଚରିତ୍ର ଓ ଅବସ୍ଥାକୁ ସନ୍ନିବେଶିତ ଥିବା ଦେଖିବାକୁ ମିଳେ। ତଥାପି ତାହା ମର୍ଯ୍ୟାଦାଜନକ ବୁକ୍‌ର ପୁରସ୍କାର ପାଇବାରୁ ବଞ୍ଚତ୍ତ ହୋଇଥିଲା। କିନ୍ତୁ ୨୦୨୧ରେ ଉପନ୍ୟାସ ‘ଦି ପ୍ରୋମିଜ୍‌’ ତାଙ୍କୁ ବୁକ୍‌ର ସମ୍ମାନରେ ସମ୍ମାନିତ କରିବା ପରେ ଗାଲ୍‌ଗୁଟ୍‌ଙ୍କ ସୃଜନଶୀଳତା ଦିଗବିଦିଗ ଚରିଯାଇଛି। ଏହି ପୁସ୍ତକର ବିଷୟବସ୍ତୁ ସମୟ ଉପରେ ଆଧାରିତ। ଜଣେ ବନ୍ଧୁଙ୍କ ସହ କଥୋପକଥନ ବେଳେ ତାଙ୍କ ମନକୁ ଏକ ଧାରଣା ଆସିଥିଲା, ଯାହା ପରବର୍ତ୍ତୀ ସମୟରେ ଉପନ୍ୟାସରେ ପରିଣତ ହୋଇଥିଲା। ତାଙ୍କ ବନ୍ଧୁ, ମାତା, ପିତା, ଭାଇ ଓ ଭଉଣୀକୁ ହରାଇବା ପରେ ଯେଭଳି ଭାବେ ପ୍ରତ୍ୟେକଙ୍କ ଅନ୍ତ୍ୟେଷ୍ଟି ସମାପନ କଲା ବେଳେ ସେ କିଭଳି ଅନୁଭବ କରିଛନ୍ତି ଓ ସମୟ ତାଙ୍କୁ କିଭଳି ଏକାକୀ ଜୀବନ କଟେଇବା ଲାଗି ବାଧ୍ୟ କରିଛି, ତାହା ଦି ପ୍ରୋମିଜ୍‌ରେ ବର୍ଣ୍ଣନା କରାଯାଇଛି। ଗାଲ୍‌ଗୁଟ୍‌ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ରଚନାରେ ଯେଭଳି ପୋଖତ ହୋଇଛନ୍ତି, ଉତ୍ତମ ନାଟକ ସୃଷ୍ଟି କରି କଥା ସାହିତ୍ୟର ସବୁ ଦିଗରେ ଥିବା ଦକ୍ଷତାର ମଧ୍ୟ ପ୍ରମାଣ ଦେଇଛନ୍ତି।
ବୁକର୍‌ ପୁରସ୍କାର ପାଇବା ପରେ ନିଜ ପ୍ରତିକ୍ରିୟାରେ ସେ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଚଳିତବର୍ଷ ଆଫିକ୍ରୀୟ ଲେଖକଙ୍କ ପାଇଁ ଭଲ ସମୟ ଆଣିଦେଇଛି। ଅନ୍ୟତମ ଆଫ୍ରିକୀୟ ଲେଖକ ତଥା ଜାଞ୍ଜିବରରେ ଜନ୍ମିତ ଔପନ୍ୟାସିକ ଅବଦୁଲରଜାକ ଗୁର୍‌ନାହ ସାହିତ୍ୟ କ୍ଷେତ୍ରରେ ମଧ୍ୟ ନୋବେଲ ପୁରସ୍କାର ପାଇଛନ୍ତି। ସେହିପରି ଗାଲ୍‌ଗୁଟ୍‌ ବୁକର୍‌ ପୁରସ୍କାର ପାଇବାରେ ତୃତୀୟ ଆଫ୍ରିକୀୟ ଲେଖକ ମଧ୍ୟ ହୋଇପାରିଛନ୍ତି। ପୂର୍ବରୁ ନାଦିନେ ଗୋର୍ଡିମର ଓ ଜେ.ଏମ୍‌. କୋଟ୍‌ଜି ବୁକର୍‌ ସମ୍ମାନର ଅଧିକାରୀ ହୋଇଥିଲେ। ଗାଲ୍‌ଗୁଟ କହିଛନ୍ତି, ଏହି ସମ୍ମାନ ତାଙ୍କୁ ଅତ୍ୟନ୍ତ ଆନନ୍ଦ ଦେବା ସହ ଆଗକୁ ଉତ୍ତମ ସର୍ଜନା କରିବା ଲାଗି ପ୍ରେରଣାର ଉତ୍ସ ପାଲଟିଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri