Posted inUncategorized

‘ପ୍ରତିଜ୍ଞା’ର ଔପନ୍ୟାସିକ

ଟାଇପ୍‌ରାଇଟର କିମ୍ବା କମ୍ପ୍ୟୁଟର ବ୍ୟବହାର ନ କରି ପ୍ରାରମ୍ଭିକ ଲେଖା ଲଙ୍ଗ୍‌ହାଣ୍ଡ୍‌ ନୋଟ୍‌ବୁକ୍‌ ଉପରେ ଟର୍ଟଏଜଶେଲ୍‌ ଫାଉଣ୍ଟେନ୍‌ ପେନ୍‌ ଚଲାଇ ସୃଜନ କାର୍ଯ୍ୟରେ ନିମଗ୍ନ ରହିବାରେ ଦକ୍ଷିଣ ଆଫ୍ରିକୀୟ ଔପନ୍ୟାସିକ ଡାମୋନ ଗାଲ୍‌ଗୁଟ୍‌ ଆନନ୍ଦ ପାଇଥାଆନ୍ତି। କୌଣସି ଲେଖାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପୂର୍ବରୁ ତାହାକୁ ଦୁଇ ଥର ପଢ଼ି ନେଇଥାଆନ୍ତି। ଏହା ପରେ ଲେଖା କମ୍ପ୍ୟୁଟର ଉପରକୁ ଚଢ଼େ। ଗାଲ୍‌ଗୁଟ୍‌ଙ୍କୁ ଯେତେବେଳେ ୧୭ ବର୍ଷ ସେତେବେଳେ ସେ ପ୍ରଥମ ଉପନ୍ୟାସ ‘ଏ ସିନ୍‌ଲେସ୍‌ ସିଜନ୍‌’ ରଚନା କରିଥିଲେ। ସେହି ସୃଜନ ଯାତ୍ରା ତାଙ୍କୁ ୨୦୨୧ ଲାଗି ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ସାହିତ୍ୟ ପୁରସ୍କାର ‘ବୁକର୍‌’ ଦେଇପାରିଛି। ୩ ନଭେମ୍ବରରେ ଗାଲ୍‌ଗୁଟ୍‌ଙ୍କ ଉପନ୍ୟାସ ‘ଦି ପ୍ରୋମିଜ୍‌’ ଏହି ବ୍ରିଟିଶ ପୁରସ୍କାର ପାଇବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ଗାଲ୍‌ଗୁଟ୍‌ ୧୨ ନଭେମ୍ବର ୧୯୬୩ରେ ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ପୁରୁଷ ସମଲିଙ୍ଗୀ ଭାବେ ଜଣାଶୁଣା। ସେଥିପାଇଁ ତାଙ୍କ ଲେଖାରେ ପୁରୁଷମାନେ ପ୍ରାଧାନ୍ୟଲାଭ କରିଥାଆନ୍ତି। ସେ ସାହିତ୍ୟରେ ହେତୁ ପାଇବା ଦିନୁ ନିଷ୍ପତ୍ତି ନେଇଥିଲେ ଜୀବନରେ କଥାକାର ହେବେ। ଗଳ୍ପ, ଉପନ୍ୟାସ ଓ ନାଟକ ତାଙ୍କ ସୃଜନରାଜ୍ୟକୁ ସର୍ବଦା ଆବୋରି ରଖିଆସିଛି। ଲେଖିବା ପାଇଁ ସେ ବୁଲିବାକୁ ଭଲ ପାଇଥାଆନ୍ତି। ସାଥିରେ ଥାଏ ନୋଟ୍‌ବୁକ୍‌ ଓ ପେନ୍‌। ଯୁଆଡ଼େ ଗଲେ ଓ ଯେଉଁ ସ୍ଥାନରେ ରହିଲେ ସେହିଠାରେ ସାହିତ୍ୟ ରଚନା କରିଥାଆନ୍ତି। ୧୯୮୨ରେ ଉପନ୍ୟାସ ‘ଏ ସିନ୍‌ଲେସ୍‌ ସିଜନ୍‌’ ପ୍ରକାଶ ପାଇବା ପରେ ୧୯୮୮ରେ କ୍ଷୁଦ୍ରଗଳ୍ପ ସଙ୍କଳନ ‘ସ୍ମଲ୍‌ ସର୍କଲ ଅଫ୍‌ ବିଙ୍ଗସ୍‌’ ଆସିଥିଲା। ତେବେ ‘ଦି ବିଉଟିଫୁଲ୍‌ ସ୍କ୍ରିମିଂ ଅଫ୍‌ ପିଗ୍‌ସ’ ୧୯୯୧ରେ ପ୍ରକାଶ ପାଇବା ପରେ ତାହା ୧୯୯୨ରେ ସେଣ୍ଟ୍ରାଲ ନ୍ୟୁଜ୍‌ ଏଜେନ୍ସି ଲିଟେରାରି ଆଓ୍ବାର୍ଡ ପାଇଥିଲା। ସାହିତ୍ୟ କ୍ଷେତ୍ରରେ ପ୍ରଥମ ସ୍ବୀକୃତି ତାଙ୍କୁ ଉତ୍ସାହିତ କରିଥିଲା। ୧୯୯୫ରେ ‘ଦି କ୍ୱାରି’ ଫିଚର ଫିଲ୍ମ ହୋଇଥିଲା। ୨୦୦୩ରେ ‘ଉପନ୍ୟାସ ‘ଦି ଗୁଡ୍‌ ଡକ୍ଟର’ ଗାଲ୍‌ଗୁଟଙ୍କୁ ଦକ୍ଷିଣ ଆଫ୍ରିକା ବାହାରେ ପରିଚିତ କରାଇଥିଲା। ବର୍ଣ୍ଣବିଦ୍ୱେଷ ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକାର ଏକ ଗ୍ରାମୀଣ ଡାକ୍ତରଖାନା ଓ ଡାକ୍ତରଙ୍କ ବିଷୟ ଏଥିରେ ସ୍ଥାନ ପାଇଛି। ୨୦୦୩ ମସିହାରେ ଏହା ବୁକର ପୁରସ୍କାର ପାଇଁ ସଂକ୍ଷିପ୍ତ ଚୟନ ତାଲିକାରେ ସ୍ଥାନ ପାଇବା ସହ ଶ୍ରେଷ୍ଠ ପୁସ୍ତକ ଭାବେ କମନ୍‌ଓ୍ବେଲ୍‌ଥ ରାଇଟର୍ସ ପ୍ରାଇଜ୍‌ ଜିତିଥିଲା। ଏପରି କି ତାଙ୍କ ‘ଏ ଷ୍ଟ୍ରେଞ୍ଜ୍‌ ରୁମ୍‌’ ୨୦୧୦ରେ ବୁକର ପୁରସ୍କାର ପାଇଁ ପୁନଶ୍ଚ ସଂକ୍ଷିପ୍ତ ଚୟନ ତାଲିକାରେ ସ୍ଥାନ ପାଇଥିଲା। ଏହି ଉପନ୍ୟାସକୁ ‘ଦି ଗାର୍ଡିଆନ୍‌’ରେ ରିଭ୍ୟୁ କରିବା ବେଳେ ଜନ୍‌ ମୋରିସ୍‌ ଲେଖିଥିଲେ ଯେ, ଏ ଷ୍ଟ୍ରେଞ୍ଜ୍‌ ରୁମ୍‌ ଏକ ସୁନ୍ଦର ପୁସ୍ତକ ଓ ତାହାକୁ ପଢ଼ିଲେ ମନ ଲାଖିଯିବା ଭଳି ଚରିତ୍ର ଓ ଅବସ୍ଥାକୁ ସନ୍ନିବେଶିତ ଥିବା ଦେଖିବାକୁ ମିଳେ। ତଥାପି ତାହା ମର୍ଯ୍ୟାଦାଜନକ ବୁକ୍‌ର ପୁରସ୍କାର ପାଇବାରୁ ବଞ୍ଚତ୍ତ ହୋଇଥିଲା। କିନ୍ତୁ ୨୦୨୧ରେ ଉପନ୍ୟାସ ‘ଦି ପ୍ରୋମିଜ୍‌’ ତାଙ୍କୁ ବୁକ୍‌ର ସମ୍ମାନରେ ସମ୍ମାନିତ କରିବା ପରେ ଗାଲ୍‌ଗୁଟ୍‌ଙ୍କ ସୃଜନଶୀଳତା ଦିଗବିଦିଗ ଚରିଯାଇଛି। ଏହି ପୁସ୍ତକର ବିଷୟବସ୍ତୁ ସମୟ ଉପରେ ଆଧାରିତ। ଜଣେ ବନ୍ଧୁଙ୍କ ସହ କଥୋପକଥନ ବେଳେ ତାଙ୍କ ମନକୁ ଏକ ଧାରଣା ଆସିଥିଲା, ଯାହା ପରବର୍ତ୍ତୀ ସମୟରେ ଉପନ୍ୟାସରେ ପରିଣତ ହୋଇଥିଲା। ତାଙ୍କ ବନ୍ଧୁ, ମାତା, ପିତା, ଭାଇ ଓ ଭଉଣୀକୁ ହରାଇବା ପରେ ଯେଭଳି ଭାବେ ପ୍ରତ୍ୟେକଙ୍କ ଅନ୍ତ୍ୟେଷ୍ଟି ସମାପନ କଲା ବେଳେ ସେ କିଭଳି ଅନୁଭବ କରିଛନ୍ତି ଓ ସମୟ ତାଙ୍କୁ କିଭଳି ଏକାକୀ ଜୀବନ କଟେଇବା ଲାଗି ବାଧ୍ୟ କରିଛି, ତାହା ଦି ପ୍ରୋମିଜ୍‌ରେ ବର୍ଣ୍ଣନା କରାଯାଇଛି। ଗାଲ୍‌ଗୁଟ୍‌ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ରଚନାରେ ଯେଭଳି ପୋଖତ ହୋଇଛନ୍ତି, ଉତ୍ତମ ନାଟକ ସୃଷ୍ଟି କରି କଥା ସାହିତ୍ୟର ସବୁ ଦିଗରେ ଥିବା ଦକ୍ଷତାର ମଧ୍ୟ ପ୍ରମାଣ ଦେଇଛନ୍ତି।
ବୁକର୍‌ ପୁରସ୍କାର ପାଇବା ପରେ ନିଜ ପ୍ରତିକ୍ରିୟାରେ ସେ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଚଳିତବର୍ଷ ଆଫିକ୍ରୀୟ ଲେଖକଙ୍କ ପାଇଁ ଭଲ ସମୟ ଆଣିଦେଇଛି। ଅନ୍ୟତମ ଆଫ୍ରିକୀୟ ଲେଖକ ତଥା ଜାଞ୍ଜିବରରେ ଜନ୍ମିତ ଔପନ୍ୟାସିକ ଅବଦୁଲରଜାକ ଗୁର୍‌ନାହ ସାହିତ୍ୟ କ୍ଷେତ୍ରରେ ମଧ୍ୟ ନୋବେଲ ପୁରସ୍କାର ପାଇଛନ୍ତି। ସେହିପରି ଗାଲ୍‌ଗୁଟ୍‌ ବୁକର୍‌ ପୁରସ୍କାର ପାଇବାରେ ତୃତୀୟ ଆଫ୍ରିକୀୟ ଲେଖକ ମଧ୍ୟ ହୋଇପାରିଛନ୍ତି। ପୂର୍ବରୁ ନାଦିନେ ଗୋର୍ଡିମର ଓ ଜେ.ଏମ୍‌. କୋଟ୍‌ଜି ବୁକର୍‌ ସମ୍ମାନର ଅଧିକାରୀ ହୋଇଥିଲେ। ଗାଲ୍‌ଗୁଟ କହିଛନ୍ତି, ଏହି ସମ୍ମାନ ତାଙ୍କୁ ଅତ୍ୟନ୍ତ ଆନନ୍ଦ ଦେବା ସହ ଆଗକୁ ଉତ୍ତମ ସର୍ଜନା କରିବା ଲାଗି ପ୍ରେରଣାର ଉତ୍ସ ପାଲଟିଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri