Posted inଖେଳ

୧୦ମ ଥର ଅଷ୍ଟ୍ରେଲିଆନ୍‌ ଓପନ ଜିତିଲେ ନୋଭାକ ଜୋକୋଭିକ

ସିଡ୍‌ନୀ,୨୯।୧: ସର୍ବିଆର ନୋଭାକ ଜୋକୋଭିକ ଦଶମ ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ ୨୦୨୩ ଜିତିଛନ୍ତି। ପୁରୁଷ ସିଙ୍ଗଲ୍ସ ଟାଇଟଲ ମ୍ୟାଚରେ ସେ ଗ୍ରୀସର ଷ୍ଟେଫାନୋସ ସିସିପାସ୍‌ଙ୍କୁ ୬-୩, ୭-୬, ୭-୬ ରେ ପରାସ୍ତ କରିଛନ୍ତି। ଫାଇନାଲ ମ୍ୟାଚରେ ଜୋକୋଭିକ ଚମତ୍କାର ଆରମ୍ଭ କରି ୬-୩ ବ୍ୟବଧାନରେ ପ୍ରଥମ ସେଟ ଜିତିଥିଲେ।
ଦ୍ୱିତୀୟ ସେଟ୍‌ରେ ଉଭୟ ଖେଳାଳି ଜୋରଦାର ଲଢିଥିଲେ, କିନ୍ତୁ ଶେଷରେ ଜୋକୋଭିକ ୭-୬ ବ୍ୟବଧାନରେ ଜିତିଥିଲେ। ତୃତୀୟ ସେଟରେ ମଧ୍ୟ ଫେରିବାକୁ ସିସିପାସ ବହୁତ ଚେଷ୍ଟା କରିଥିଲେ ମଧ୍ୟ ଜୋକୋଭିକଙ୍କୁ ପରାସ୍ତ କରିପାରି ନ ଥିଲେ ଏବଂ ଜୋକୋଭିକ ୭-୬ ବ୍ୟବଧାନରେ ମ୍ୟାଚ ଜିତିଥିଲେ। ଏହି ବିଜୟ ସହିତ ସେ ଏଟିପି ର଼୍ୟାଙ୍କିଙ୍ଗର ଶୀର୍ଷରେ ପହଞ୍ଚିଥିଲେ।
ଅଷ୍ଟ୍ରେଲିଆନ୍‌ ଓପନର ଫାଇନାଲରେ ପ୍ରବେଶ କରିଥିବା ସିସିପାସ(୨୪) ଦ୍ୱିତୀୟ କନିଷ୍ଠ ପୁରୁଷ ଖେଳାଳି। ଏହାପୂର୍ବରୁ, ଜୋକୋଭିକ ୨୩ ବର୍ଷ ବୟସରେ ୨୦୧୧ରେ ଫାଇନାଲରେ ପ୍ରବେଶ କରିଥିଲେ। ତେବେ ଜୋକୋଭିକ ଫାଇନାଲରେ ଜିତିଥିବା ବେଳେ ସିସିପାସ ଚାମ୍ପିଅନ ହୋଇ ପାରିନାହାନ୍ତି।
ଜୋକୋଭିକ ଦଶମ ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ ଜିତିଛନ୍ତି। ସେ ଏହି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ୧୦ଥର ଫାଇନାଲରେ ପ୍ରବେଶ କରିଛନ୍ତି ଏବଂ ପ୍ରତ୍ୟେକ ଥର ଟାଇଟଲ ଜିତିଛନ୍ତି। ଜୋକୋଭିକ ୨୦୦୮, ୨୦୧୧, ୨୦୧୨, ୨୦୧୩, ୨୦୧୫, ୨୦୧୬, ୨୦୧୯, ୨୦୨୦, ୨୦୨୧ ଏବଂ ବର୍ତ୍ତମାନ ୨୦୨୩ରେ ଟାଇଟଲ ଜିତିଛନ୍ତି। ୨୦୨୨ରେ ଜୋକୋଭିକ ଭିସା କାରଣରୁ ଏହି ଟୁର୍ନାମେଣ୍ଟ ଖେଳିପାରି ନ ଥିଲେ ଏବଂ ରାଫେଲ ନାଡାଲ ଅଷ୍ଟ୍ରେଲୀୟ ଓପନ ଟାଇଟଲ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପୂର୍ଣ୍ଣାଙ୍ଗ ସିରିଜ ଖେଳିବ ଆଫଗାନିସ୍ତାନ

ନୂଆଦିଲ୍ଲୀ, ୭ା୭ (ପି.ଟି.)-ଆଫଗାନିସ୍ତାନ ନଭେମ୍ବରରେ ଏହାର ପୋଷ୍ୟ ଘରୋଇ ଦେଶ ଭାରତରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ପୂର୍ଣ୍ଣାଙ୍ଗ କ୍ରିକେଟ ସିରିଜ ଖେଳିବ। ଏହି ଦେଶର କ୍ରିକେଟ...

ପାରା ଅଲିମ୍ପିକ କମିଟିଠାରୁ ସ୍ବୀକୃତି ପ୍ରତ୍ୟାହାର କଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୧।୯(ପି.ଟି.)- ପାରା ଅଲିମ୍ପିକ୍‌ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ)ଠାରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସ୍ବୀକୃତି ପ୍ରତ୍ୟାହାର କରିନେଇଛି। ପିସିଆଇ ଜାତୀୟ କ୍ରୀଡ଼ା ଆଚରଣବିଧି ଉଲ୍ଲଂଘନ କରିବା...

ତାରକା ବୋଲର ବସନ୍ତ

ଓଡ଼ିଶା ପାଇଁ ୧୦୦ତମ ରଣଜୀ ମ୍ୟାଚ୍‌ ଖେଳି ଦ୍ରୁତ ବୋଲର ବସନ୍ତ ମହାନ୍ତି ଏକ ବିରଳ କ୍ଲବରେ ସାମିଲ ହୋଇଛନ୍ତି। ପୂର୍ବରୁ ଦେବାଶିଷ ମହାନ୍ତି, ଶିବସୁନ୍ଦର...

କୋହଲିଙ୍କ ନୂଆ ସେଲିବ୍ରେସନ୍‌ ଷ୍ଟାଇଲ୍‌: ପ୍ରଶଂସକଙ୍କୁ ଆସୁଛି ପସନ୍ଦ

ଓଭାଲ୍‌,୭।୯:ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୨-୧ରେ ଆଗୁଆ ରହିଛି। ଏହି...

କୋହଲିଙ୍କ କୃତିତ୍ୱ

କୋଲକାତା, ୨୩।୧୧(କ୍ରୀଡ଼ା ପ୍ରତିନିଧି)- ଇଡେନ ଗାର୍ଡେନରେ ଆରମ୍ଭ ହୋଇଥିବା ଦିବାରାତ୍ର କ୍ରିକେଟ ଟେଷ୍ଟରେ ରେକର୍ଡର ଅଧିକାରୀ ହୋଇଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ସେ...

ବ୍ରାଏଣ୍ଟଙ୍କ ହ୍ୟାଣ୍ଡ୍‌ପ୍ରିଣ୍ଟ୍‌, ଜର୍ସି ନିଲାମ ହେବ

ନ୍ୟୁୟର୍କ, ୨୮ା୨ (ଏପି)- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟଙ୍କ କେତୋଟି ପ୍ରମୁଖ ସ୍ମାରକୀ ନିଲାମ ହେବ। ତନ୍ମଧ୍ୟରେ ତାଙ୍କର ଦୁଇଟି ଲସ୍‌ ଏଞ୍ଜେଲ୍ସ ଲେକର୍ସ...

୨୩ ରନ୍‌ରେ ଏମ୍‌ଆଇ ପରାଜିତ…

ମୁମ୍ବାଇ, ୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ରନ୍‌ରେ ପରାଜିତ ହୋଇଛି। ଏମ୍‌ଆଇ ୮ ଓ୍ବିକେଟ...

ସିନିୟର ମୁମ୍ବାଇ ଦଳରେ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ,୨ା୧- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ମୁମ୍ବାଇର ସିନିୟର ଦଳରେ ଯାଗା ମିଳିଛି। ଏହା ସ୍ପଷ୍ଟ କରିଛନ୍ତି ମୁମ୍ବାଇ ଦଳର ମୁଖ୍ୟ ଚୟନକର୍ତ୍ତା...

Advertisement
Archives

Model This Week