ଅଣ-ସରକାରୀ ମହାବିଦ୍ୟାଳୟରେ ୭୮୬ ଟି ଅଧ୍ୟାପକ ପଦବୀରେ ନିଯୁକ୍ତ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୦।୩: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଚୟନ ବୋର୍ଡ ବିଭିନ୍ନ ଅଣ-ସରକାରୀ ସହାୟକ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭିନ୍ନ ପଦବୀରେ ଖାଲିଥିବା ମୋଟ ୭୮୬ ପଦବୀରେ ନିଯୁକ୍ତି ହେବ।

ଆଶାୟୀ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ – ଙ୍ଗଙ୍ଗଙ୍ଗ.ଗ୍ଦଗ୍ଦଭକ୍ଟୟସଗ୍ଦଷବ.ବମ.ସଦ୍ଭ ରେ ଅନଲାଇନ୍ ମାଧ୍ୟମର ଆବେଦନ କରିପାରିବେ। ଏହି ପଦବୀରେ ନିଯୁକ୍ତି ହେବା ପାଇଁ ୪୪୯୦୦ ରୁ ୧,୪୨,୪୦୦ ଟଙ୍କା ମଧ୍ୟରେ ଦରମା ମିଳିବ। ଅନ୍ୟ କୌଣସି ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ।

ଅନଲାଇନ୍ ଆବେଦନର କାର୍ୟ୍ୟସୂଚୀ ନିମ୍ନଲିଖିତ ଅଟେ:

ଆବେଦନ ତାରିଖ: ଅନଲାଇନ୍ ପଞ୍ଜୀକରଣ ଏବଂ ପରୀକ୍ଷା ଫି ପ୍ରଦାନ ମାର୍ଚ୍ଚ ରେ ଆରମ୍ଭ ବେବ। ସେହିପରି ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୧୯ ରହିଛି।

ଶେଷ ତାରିଖ ଏବଂ ସମୟ ପର୍ୟ୍ୟନ୍ତ ଅପେକ୍ଷା ନକରିବାକୁ ଏବଂ ସମୟସୀମା ମଧ୍ୟରେ ସେମାନଙ୍କ ଆବେଦନକୁ ଭଲ ଭାବରେ ଦାଖଲ କରିବାକୁ ବିଭାଗ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦେଇଛି। ଯଦି ଶେଷ ମୁହୂର୍ତ୍ତର ଆବେଦନ ଯୋଗୁଁ ପ୍ରାର୍ଥୀମାନେ ସେମାନଙ୍କର ଆବେଦନପତ୍ର ଦାଖଲ କରିବାକୁ ସକ୍ଷମ ନୁହଁନ୍ତି, ତେବେ ରାଜ୍ୟ ଚୟନ ବୋର୍ଡ ଦାୟୀ ରହିବ ନାହିଁ।

ଖାଲି ପଦବୀ: ବିଭିନ୍ନ ବିଷୟଗୁଡ଼ିକରେ ଖାଲି ପଦବୀ ଗୁଡିକ ହେଉଛି:-

ଆନ୍ଥ୍ରୋପୋଲୋଜି-୧
ବଟାନି-୩୨
ରସାୟନ ବିଜ୍ଞାନ ୫୦
ବାଣିଜ୍ୟ ୪୬
ଅର୍ଥନୀତି ୫୬
ଶିକ୍ଷା ୫୪
ଇଂରାଜୀ ୫୦
ଭୂଗୋଳ ୬
ହିନ୍ଦୀ ୪
ଇତିହାସ ୧୦୯
ଗୃହ ବିଜ୍ଞାନ ୪
ଓଜଚଗ ୧
ତର୍କ ଏବଂ ଦର୍ଶନ ୩୨
ଗଣିତ ୩୩
ଓଡିଆ ୧୧୧
ପଦାର୍ଥ ବିଜ୍ଞାନ ୩୧
ରାଜନୀତି ବିଜ୍ଞାନ ୬୯
ମନୋବିଜ୍ଞାନ ୯
ସଂସ୍କୃତ ୪୧
ସମାଜବିଜ୍ଞାନ ୧୪
ତେଲୁଗୁ ୧
ପ୍ରାଣୀ ବିଜ୍ଞାନ ୩୨
ମୋଟ ପୋଷ୍ଟଗୁଡିକ ୭୮୬


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଘରୋଇ ସ୍କୁଲରେ ନାମଲେଖା ପାଇଁ ଅବଧି ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,୭।୪: ଚଳିତ ଶିକ୍ଷାବର୍ଷରେ ଶିକ୍ଷାଧିକାର ଆଇନ୍‌‌ ଅନୁସାରେ, ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଘରୋଇ ସ୍କୁଲରେ ନାମଲେଖା ଅବଧିକୁ ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି...

ସିୟୁଇଟି ୟୁଜି ଆବେଦନ ଅବଧି ୫କୁ ବୃଦ୍ଧି

ଭୁବନେଶ୍ୱର,୧।୪(ଅସମାପିକା ସାହୁ): ବିିଭିନ୍ନ ବିଶ୍ୱବିଦ୍ୟାଳୟରେ ୟୁଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା (ସିୟୁଇଟି ୟୁଜି)-୨୦୨୪ର ଆବେଦନ ଅବଧି ବୃଦ୍ଧି କରାଯାଇଛି। ଏ ନେଇ ରବିବାର...

ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୯।୩: ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୧୧୦ ଜଣ ଅଧ୍ୟକ୍ଷଙ୍କ ସମେତ ମୋଟ ୧୩୪୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ...

୨.୫୬ ଲକ୍ଷ ଗ୍ରାମୀଣ ଡାକ ସେବକଙ୍କ ପାଇଁ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, ୧୫।୩: ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷରୁ ଅଧିକ ଗ୍ରାମୀଣ ଡାକ ସେବକ (ଜିଡିଏସ)ଙ୍କ ସେବା ସ୍ଥିତିରେ ଉନ୍ନତି ଆଣିବା ଏବଂ ସେବାରେ ସ୍ଥାଣୁତା...

୫୮୬ ଗ୍ରୁପ ବି, ସି ପଦବୀ ପାଇଁ ବିସ୍ତୃତ ବିଜ୍ଞାପନ ପ୍ରକାଶ କଲା ଓଏସଏସସି

ଭୁବନେଶ୍ୱର,୧୫ା୩: ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷା (ସିଜିଏଲଆୱାରି) ୨୦୨୪ ପାଇଁ ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଶୁକ୍ରବାର ଦିନ ଏକ ବିସ୍ତୃତ ବିଜ୍ଞାପନ...

ଟ୍ରାଫିକ୍ କନଷ୍ଟେବଲ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା OSSC, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର,୧୫ା୩: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି, କମର୍ସ ଏବଂ ଟ୍ରାନ୍ସପୋର୍ଟ (ଟ୍ରାନ୍ସପୋର୍ଟ) ବିଭାଗ ଅଧୀନରେ ଟ୍ରାଫିକ୍ କନଷ୍ଟେବଳ ନିଯୁକ୍ତି ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri