ଅଣ-ସରକାରୀ ମହାବିଦ୍ୟାଳୟରେ ୭୮୬ ଟି ଅଧ୍ୟାପକ ପଦବୀରେ ନିଯୁକ୍ତ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୦।୩: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଚୟନ ବୋର୍ଡ ବିଭିନ୍ନ ଅଣ-ସରକାରୀ ସହାୟକ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭିନ୍ନ ପଦବୀରେ ଖାଲିଥିବା ମୋଟ ୭୮୬ ପଦବୀରେ ନିଯୁକ୍ତି ହେବ।

ଆଶାୟୀ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ – ଙ୍ଗଙ୍ଗଙ୍ଗ.ଗ୍ଦଗ୍ଦଭକ୍ଟୟସଗ୍ଦଷବ.ବମ.ସଦ୍ଭ ରେ ଅନଲାଇନ୍ ମାଧ୍ୟମର ଆବେଦନ କରିପାରିବେ। ଏହି ପଦବୀରେ ନିଯୁକ୍ତି ହେବା ପାଇଁ ୪୪୯୦୦ ରୁ ୧,୪୨,୪୦୦ ଟଙ୍କା ମଧ୍ୟରେ ଦରମା ମିଳିବ। ଅନ୍ୟ କୌଣସି ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ।

ଅନଲାଇନ୍ ଆବେଦନର କାର୍ୟ୍ୟସୂଚୀ ନିମ୍ନଲିଖିତ ଅଟେ:

ଆବେଦନ ତାରିଖ: ଅନଲାଇନ୍ ପଞ୍ଜୀକରଣ ଏବଂ ପରୀକ୍ଷା ଫି ପ୍ରଦାନ ମାର୍ଚ୍ଚ ରେ ଆରମ୍ଭ ବେବ। ସେହିପରି ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୧୯ ରହିଛି।

ଶେଷ ତାରିଖ ଏବଂ ସମୟ ପର୍ୟ୍ୟନ୍ତ ଅପେକ୍ଷା ନକରିବାକୁ ଏବଂ ସମୟସୀମା ମଧ୍ୟରେ ସେମାନଙ୍କ ଆବେଦନକୁ ଭଲ ଭାବରେ ଦାଖଲ କରିବାକୁ ବିଭାଗ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦେଇଛି। ଯଦି ଶେଷ ମୁହୂର୍ତ୍ତର ଆବେଦନ ଯୋଗୁଁ ପ୍ରାର୍ଥୀମାନେ ସେମାନଙ୍କର ଆବେଦନପତ୍ର ଦାଖଲ କରିବାକୁ ସକ୍ଷମ ନୁହଁନ୍ତି, ତେବେ ରାଜ୍ୟ ଚୟନ ବୋର୍ଡ ଦାୟୀ ରହିବ ନାହିଁ।

ଖାଲି ପଦବୀ: ବିଭିନ୍ନ ବିଷୟଗୁଡ଼ିକରେ ଖାଲି ପଦବୀ ଗୁଡିକ ହେଉଛି:-

ଆନ୍ଥ୍ରୋପୋଲୋଜି-୧
ବଟାନି-୩୨
ରସାୟନ ବିଜ୍ଞାନ ୫୦
ବାଣିଜ୍ୟ ୪୬
ଅର୍ଥନୀତି ୫୬
ଶିକ୍ଷା ୫୪
ଇଂରାଜୀ ୫୦
ଭୂଗୋଳ ୬
ହିନ୍ଦୀ ୪
ଇତିହାସ ୧୦୯
ଗୃହ ବିଜ୍ଞାନ ୪
ଓଜଚଗ ୧
ତର୍କ ଏବଂ ଦର୍ଶନ ୩୨
ଗଣିତ ୩୩
ଓଡିଆ ୧୧୧
ପଦାର୍ଥ ବିଜ୍ଞାନ ୩୧
ରାଜନୀତି ବିଜ୍ଞାନ ୬୯
ମନୋବିଜ୍ଞାନ ୯
ସଂସ୍କୃତ ୪୧
ସମାଜବିଜ୍ଞାନ ୧୪
ତେଲୁଗୁ ୧
ପ୍ରାଣୀ ବିଜ୍ଞାନ ୩୨
ମୋଟ ପୋଷ୍ଟଗୁଡିକ ୭୮୬


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?