କଟକ ସଦର, ୭।୧୦(ଡି.ଏନ.ଏ.): ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ ତଥ୍ୟ ପାଇବା ପାଇଁ ଜଣେ ଆବେଦନକାରୀ ୩୦୦୦ ଟଙ୍କା ଦାଖଲ କରିଥିଲେ। ହେଲେ କଟକ ପୂର୍ତ୍ତ ଡିଭିଜନ ନଂ.୨ର ଲୋକ ସୂଚନା ଅଧିକାରୀ ତଥ୍ୟ ଦେଇ ନ ପାରି ଉକ୍ତ ଜମା ଅର୍ଥ ଫେରାଇ ନେବା ଲାଗି ସମ୍ପୃକ୍ତ ସୂଚନା ଅଧିକାର କର୍ମୀଙ୍କୁ ନୋଟିସ ଦେଇଛନ୍ତି। ଏଭଳି ନୋଟିସ ସୂଚନା ଅଧିକାର ଆଇନ୍ର ଖୋଲାଖୋଲି ଉଲ୍ଲଂଘନ କରୁଛି ବୋଲି ୪୨ମୌଜା ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ସୂଚନା ଅଧିକାର କର୍ମୀ ମନୋଜ କୁମାର ଦେବତା କହିଛନ୍ତି। ୪୨ମୌଜା ମୁଖ୍ୟରାସ୍ତାର ସମ୍ପ୍ରସାରଣ ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ଦେବତା ସୂଚନା ଅଧିକାର ଆଇନ ବଳରେ କଟକ ପୂର୍ତ୍ତ ଡିଭିଜନ ନଂ.୨ର ଲୋକ ସୂଚନା ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ରାସ୍ତାର ଡିଜାଇନ ଓ ଜେରକ୍ସ ଖର୍ଚ୍ଚ ବାବଦକୁ ୩ହଜାର ଟଙ୍କା ଦାଖଲ କରିବାକୁ ସମ୍ପୃକ୍ତ କାର୍ଯ୍ୟାଳୟର ଲୋକ ସୂଚନା ଅଧିକାରୀ ତଥା ସହକାରୀ ନିର୍ବାହୀଯନ୍ତ୍ରୀ ପତ୍ରସଂଖ୍ୟା ୪୪୬୮/୧୮ା୯ା୨୦୨୧ରେ ଆବେଦନକାରୀଙ୍କୁ ଜଣାଇଥିଲେ। ପରେ ଅର୍ଥ ଜମା କରି ଦେବତା ରସିଦ ପାଇଛନ୍ତି। ହେଲେ ସମ୍ପୃକ୍ତ ଲୋକ ସୂଚନା ଅଧିକାରୀ ପତ୍ରସଂଖ୍ୟା ୪୭୧୮/୪ା୧୦ା୨୦୨୧ରେ ଜମା ଅର୍ଥ ଫେରାଇ ନେବାକୁ ଆବେଦନକାରୀଙ୍କୁ ଜଣାଇଛନ୍ତି। କାରଣ ଆବଶ୍ୟକ ତଥ୍ୟ ଅଫିସ୍ରେ ଉପଲବ୍ଧ ନାହିଁ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି। ତା’ହେଲେ ବ୍ୟୟ ଆକଳନ କିପରି କରାଯାଇଥିଲା ସେ ସଂକ୍ରାନ୍ତୀୟ ସୂଚନା ପାଇବା ପାଇଁ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ ବୋଲି ଦେବତା ଜଣାଇଛନ୍ତି। ଝିଙ୍କିରିଆ-ଚାନ୍ଦୁଲି ମଧ୍ୟରେ ୬୦ ଫୁଟ ରାସ୍ତା ଚଉଡ଼ା କରାଗଲେ ବହୁସଂଖ୍ୟକ ଜନସାଧାରଣ ବାସହରା ହେବା ସହ ବ୍ୟବସାୟ ବନ୍ଦ ହେବା ଦର୍ଶାଇ ୪୨ ମୌଜାରେ ଅସନ୍ତୋଷ ପ୍ରକାଶ ପାଇଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

