ଲକ୍‌ଡାଉନ ବେଳେ ଗାଁ ଛାଡ଼ିବାକୁ ନୋଟିସ

ବଲାଙ୍ଗୀର ଅଫିସ, ୨୦।୫: କୋଭିଡ୍‌ ମହାମାରୀ ସମୟରେ ଲୋକଙ୍କୁ ଅଯଥାରେ ଘରୁ ନ ବାହାରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହାଦ୍ୱାରା କୋଭିଡ୍‌ ସଂକ୍ରମଣ ଚେନ୍‌ ବ୍ୟାହତ ହେବ ବୋଲି କୁହାଯାଉଛି। ତେବେ ବଲାଙ୍ଗୀର ଜିଲା ପ୍ରଶାସନ କୋଭିଡ୍‌ ଗାଇଡ୍‌ଲାଇନ ଉଲ୍ଲଂଘନ କରି ଜିଲାର ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ ପରଧିଆପାଲି ଗ୍ରାମବାସୀଙ୍କୁ ୭ଦିନ ମଧ୍ୟରେ ଗାଁ ଓ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ଜିଲା ପ୍ରଶାସନର ଏଭଳି ବିଚିତ୍ର ଓ ଅମାନବୀୟ ନିର୍ଦ୍ଦେଶକୁ ପରଧିଆପାଲି ଗ୍ରାମବାସୀ ନିନ୍ଦା କରିଛନ୍ତି। ଏଦିଗରେ ବିହିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ, ମାନବିକ ଅଧିକାର କମିଶନ ଓ ଜନପ୍ରତିନିଧିଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ପୁନର୍ବସତି ଓ ଥଇଥାନ କାର୍ଯ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ ସଂଖ୍ୟା ୨୦/ତା୧୩ା୪ା୨୦୨୧ରିଖ ଅନୁଯାୟୀ ପରଧିଆପାଲି ଗ୍ରାମବାସୀଙ୍କୁ ସର୍ବସାଧାରଣ ନୋଟିସ ଜାରି କରିଥିଲେ। ଏହି ନୋଟିସ ଦିଆଯିବାର ୨୮ ଦିନ ପରେ ଅର୍ଥାତ୍‌ ମେ ୧୧ ତାରିଖରେ ଉକ୍ତ କାର୍ଯ୍ୟାଳୟ ପକ୍ଷରୁ ପରଧିଆପାଲି ଗ୍ରାମବାସୀଙ୍କୁ ଆଉ ଏକ ନୋଟିସ ଜାରି କରାଯାଇଥିଲା। ଉକ୍ତ ନୋଟିସରେ ଗତ ୨୬ ଏପ୍ରିଲରୁ ୩୦ଏପ୍ରିଲ ମଧ୍ୟରେ ଗାଁରେ କ୍ୟାମ୍ପ କରାଯାଇଥିଲା। ଉକ୍ତ କ୍ୟାମ୍ପରେ ପ୍ରାପ୍ୟ ଗ୍ରହଣ ନିମନ୍ତେ ବିସ୍ଥାପିତମାନେ ଆବଶ୍ୟକ କାଗଜପତ୍ର ଦାଖଲ କଲେନାହଁ। ଏଣୁ ମଞ୍ଜୁର ରାଶି ପରବର୍ତ୍ତୀ ଦିନମାନଙ୍କରେ ଅଫିସରୁ ଆସି ଗ୍ରହଣ କରିପାରିବେ ବୋଲି କୁହାଯାଇଥିଲା। ଦ୍ୱିତୀୟ ନୋଟିସ ଜାରି କରାଯିବାର ୭ଦିନ ମଧ୍ୟରେ ନିଜ ଗ୍ରାମସ୍ଥିତ ବାସଗୃହ ତ୍ୟାଗ କରି ଅନ୍ୟତ୍ର ବିସ୍ଥାପନ ନ ହେଲେ ଆଇନ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ବର୍ତ୍ତମାନ ବଲାଙ୍ଗୀର ଜିଲା ସମେତ ରାଜ୍ୟରେ ସପ୍ତାହାନ୍ତ ଦୁଇଦିନିଆ ଶଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏତିକିବେଳେ ଜିଲା ପ୍ରଶାସନ ଗାଁ ଓ ଘର ଛାଡିବାକୁ ନିର୍ଦ୍ଦେଶ ଦେବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରଧିଆପାଲି ଗ୍ରାମବାସୀ। ପ୍ରକଳ୍ପ ସପକ୍ଷବାଦୀ ହେବା ସତ୍ତ୍ୱେ ପ୍ରଶାସନ ସେମାନଙ୍କୁ ଏଭଳି ନୋଟିସ ଜାରି କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଦୁଇବର୍ଷରୁ ଊର୍ଦ୍ଧ୍ୱ ହେଲା ବିସ୍ଥାପିତଙ୍କ ୧୧ ଦଫା ଦାବି ପୂରଣ ହୋଇନାହିଁ। ଏହାସତ୍ତ୍ୱେ ପ୍ରଶାସନ ସେମାନଙ୍କୁ ନୋଟିସ ଜାରି କରୁଛି ବୋଲି କହିଛନ୍ତି। ଏ ଦିଗରେ ଲୋଇସିଂହା, ବଲାଙ୍ଗୀର ଓ କଣ୍ଟାବାଞ୍ଜି ବିଧାୟକ, ମୁଖ୍ୟମନ୍ତ୍ରୀ, ଜାତୀୟ ଓ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିବା ଗ୍ରାମବାସୀ ଜଣାଇଛନ୍ତି। ୨୦୨୧ ଜାନୁୟାରୀ ୧ ସୁଦ୍ଧା ୧୮ବର୍ଷ ବୟସ୍କଙ୍କୁ ଥଇଥାନ ତାଲିକାରେ ଅନ୍ତର୍ଭୁକ୍ତ କରିବା, ସମସ୍ତଙ୍କୁ ସମାନ ଥଇଥାନ ରାଶି ଦିଆଯିବା ସମେତ ୧୧ ଦଫା ଦାବି ପୂରଣ ପରେ ଯାଇ ସେମାନଙ୍କୁ ବିସ୍ଥାପିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଉପରୋକ୍ତ ଦୁଇ ନୋଟିସ ସମ୍ପର୍କରେ ପଚାରିବାକୁ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ରଙ୍କୁ ତାଙ୍କ ମୋବାଇଲ ନଂ ୯୪୩୭୩୩୧୫୬୧ରେ ଯୋଗାଯୋଗ କରାଯାଇଥିଲା। ରିଙ୍ଗ ହେଉଥିଲେ ବି ରିସିଭ୍‌ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?