Posted inଜାତୀୟ

ଲକର୍‌ରୁ କିଛି ପାଇଲାନି ସିବିଆଇ: ସିସୋଡିଆ

ନୂଆଦିଲ୍ଲୀ,୩୧ା୮: ଅବକାରୀ ନୀତିରେ ଅନିୟମିତତା ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ଘର ଏବଂ ବ୍ୟାଙ୍କ ଲକର୍‌ ଯାଞ୍ଚ କରିଛି। ତେବେ ସିବିଆଇ ଅଧିକାରୀମାନେ ସେଠାରୁ କିଛି ପାଇ ନ ଥିବା ଓ ତାଙ୍କୁ ଏଥିପାଇଁ କ୍ଲିନ୍‌ ଚିଟ୍‌ ଦେଇଥିବା ସିସୋଡିଆ କହିଛନ୍ତି। ସକାଳେ ସିବିଆଇ ଟିମ୍‌ ଗାଜିଆବାଦ୍‌ର ଏକ ବ୍ୟାଙ୍କରେ ପହଞ୍ଚିଥିଲା। ସିସୋଡିଆ ଏବଂ ତାଙ୍କ ସ୍ତ୍ରୀ ସୀମା ମଧ୍ୟ ସେଠାରେ ପହଞ୍ଚିଥିଲେ। ଲକର୍‌ରେ ୭୦ ହଜାର ଟଙ୍କା ମୂଲ୍ୟର ଅଳଙ୍କାର ଥିଲା। ଏ ସବୁ ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କର ବୋଲି ସିସୋଡିଆ କହିଥିଲେ। ଯାଞ୍ଚରେ ସେ ଓ ପରିବାର ସବୁପ୍ରକାର ସହଯୋଗ କରିଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ୧୯ ତାରିଖରେ ସିିବିଆଇ ତାଙ୍କ ଘରେ ଚଢ଼ାଉ କରିଥିବାବେଳେ ସେଦିନ ମଧ୍ୟ ମିଳି ନ ଥିଲା ବୋଲି ସିସୋଡିଆ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମହିଳାଙ୍କଠାରୁ କୁନି ଶିଶୁକୁ ଆଣି ଗେହ୍ଲା କଲେ ମୋଦି: ଭାଇରାଲ ହେଉଛି ଭିଡିଓ

ଅହମ୍ମଦାବାଦ୍‌,୭।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଆସନରେ ମତଦାନ ଚାଲିଛି। ଏଥିରେ ଗୁଜରାଟରେ ୩୫ଟି, ଉତ୍ତରପ୍ରଦେଶରେ...

ମତଦାନ ସାମାନ୍ୟ ଦାନ ନୁହେଁ, ଭୋଟ ଦେବା ପରେ କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର (ମେ ୭, ୨୦୨୪) ଲୋକ ସଭା ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି। ଗୁଜୁରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ମୋଦି ଭୋଟ...

ପ୍ରଜ୍ୱଳ ରେଭନ୍ନା ମାମଲାରେ ମୁହଁ ଖୋଲିଲେ ମୋଦି: କହିଲେ, ଏମିତି ଦୋଷୀଙ୍କୁ କ୍ଷମା ନାହିଁ

ନୂଆଦିଲ୍ଲୀ,୭।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ ଅଡୁଆ ବଢିଛି। ଏହି ମାମଲାରେ ତାଙ୍କ ବିରୋଧରେ ବ୍ଲୁ କର୍ନର୍‌...

ସମୁଦ୍ରରେ ବୁଡ଼ି ୫ ଡାକ୍ତରୀ ଛାତ୍ରୀଛାତ୍ର ମୃତ

ଚେନ୍ନାଇ , ୭।୫: ତାମିଲନାଡ଼ୁର କନ୍ୟାକୁମାରୀ ଉପକୂଳ ଲେମୁର ବେଳାଭୂମିରେ ସୋମବାର ୨ ଜଣ ଡାକ୍ତରୀ ଛାତ୍ରୀ ଓ ୩ ଜଣ ଡାକ୍ତରୀ ଛାତ୍ର ସମୁଦ୍ରରେ ବୁଡ଼ି...

ପରୀକ୍ଷାରେ ଛାତ୍ରୀଙ୍କୁ ୨୦୦ରୁ ୨୧୨ ନମ୍ବର: ତଦନ୍ତ ନିର୍ଦ୍ଦେଶ

ଅହମ୍ମଦାବାଦ,୭ା୫: ଗୁଜରାଟର ଡାହୋଡ ଜିଲାରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ପରୀକ୍ଷାରେ ୨୦୦ରୁ ୨୧୨ ନମ୍ବର ଦିଆଯାଇଥିବା ଜଣାପଡ଼ିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି।...

ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ୍‌,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଛନ୍ତି। ସେ ଅହମ୍ମଦାବାଦ୍‌ା ନିଶାନ ହାୟର ସେକେଣ୍ଡାରୀ ସ୍କୁଲରେ ଭୋଟ ଦେଇଛନ୍ତି।...

VIDEO: ନିଜର ଡ୍ୟାନ୍ସ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡେଲରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେହି...

ଦେଶବାସୀଙ୍କୁ ଏମିତି ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ୧୨ଟି ରାଜ୍ୟ-କେନ୍ଦ୍ର ଅଞ୍ଚଳରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ରେକର୍ଡ ସୃଷ୍ଟି କରିବାକୁ ତୃତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri