କରୋନା ଟିକା ନେଇ ନ ଥିବା ଲୋକଙ୍କ ପାଇଁ ୟୁରୋପରେ ଲକଡାଉନ

ଇସେଲ୍ସ,୨୧ ।୧୧: ଏବେ କରୋନା ମହାମାରୀର କେନ୍ଦ୍ର ହୋଇଛି ୟୁରୋପ । ଏହାର ବିଭିନ୍ନ ଦେଶରେ ବେଳକୁ ବେଳ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ସ୍ୱାସ୍ଥ୍ୟ ସଙ୍କଟକୁ ଦେଖି ଟିକା ନେଇଥିବା ଓ ଟିକା ନ ନେଇଥିବା ଲୋକେ ମୁହାଁମୁହିଁ ହୋଇଛନ୍ତି । ଏହାକୁ ଦେଖି ଟିକା ନ ନେଇଥିବା ଲୋକଙ୍କ ପାଇଁ ସରକାର କିଛି ନିୟମ ଲାଗୁ କରିଛନ୍ତି ।
ଅଷ୍ଟ୍ରିୟାରେ ଫେବୃୟରୀ ୧ରୁ ଟିକାକରଣ ଅନିର୍ବାର୍ଯ୍ୟ କରାଯାଇଛି । ସେଠାକାର ଚାନସେଲର ଆଲେକଜାଣ୍ଡର ଶଲେନବର୍ଗ କହିଛନ୍ତି, ଟିକାକରଣ ହିଁ ଏକମାତ୍ର ଉପାୟ ଯାହା କରୋନା ମହାମାରୀକୁ ଦୂରେଇ ଦେବ । ୟୁରୋପୀୟ ଦେଶରେ ଟିକାକରଣକୁ ଅନିର୍ବାର୍ଯ୍ୟ କରିଥିବା ଏହା ଏକମାତ୍ର ଦେଶ । କିନ୍ତୁ ଅନ୍ୟ ୟୁରୋପୀୟ ଦେଶମାନେ ମଧ୍ୟ ଟିକା ନ ନେଇଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏପଟେ ସ୍ଲୋଭାକିୟାରେ ଟିକା ନ ନେଇଥିବା ଲୋକଙ୍କ ପାଇଁ ବାହାରକୁ ଯିବା ମନା । ଏମିତିକି ଆବଶ୍ୟକ ସାମଗ୍ରୀ ହେଉ ଅବା ଶପିଂ ମଲ ସବୁଠାରେ ଏମାନଙ୍କୁ ବାରଣ କରାଯାଇଛି । ଲୋକେ କହୁଛନ୍ତି ଏହା ଏକ ପ୍ରକାର ଲକଡାଉନ ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଫ୍‌ ଫଣ୍ଡକୁ ୫ ମାସର ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୩୧।୩: କରୋନା ଭାଇରସର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ ଓ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ସହାୟତା ରାଶି ଆସିବାରେ ଲାଗିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର...

ଚାରିଆଡେ ଜଳନ୍ତା ଜୁଇ…

ଭୋପାଳ,୧୭।୪: କରୋନା ସଂକ୍ରମଣ ନେଇ ମଧ୍ୟପ୍ରଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ପ୍ରତିଦିନ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ମଶାନରେ...

ପୋଲାଣ୍ଡରେ ଏକ ହଜାର ସୈନ୍ୟ ମୁତୟନ କରିବ ଆମେରିକା

ଓ୍ବାଶିଂଟନ,୧୩।୬: ପୋଲାଣ୍ଡରେ ଆମେରିକା ଅତିରିକ୍ତ ଏକ ହଜାର ସୈନ୍ୟ ମୁତୟନ କରିବ। ଏଠାରେ ରୁଷିଆର କାର୍ଯ୍ୟକାଳାପ ବୃଦ୍ଧି ପାଉଥିବାରୁ ଆମେରିକା ଏଭଳି କରିବ ବୋଲି ରାଷ୍ଟ୍ରପତି...

ମାସ୍କ ନ ପିନ୍ଧିଲେ ଖୋଳିବାକୁ ପଡିବ କରୋନା ସଂକ୍ରମିତ ମୃତକଙ୍କ ପାଇଁ କବର

ଜାକର୍ତ୍ତା,୧୫ ।୯: କରୋନା ସଂକ୍ରମଣ ସାରା ବିଶ୍ୱକୁ ଥରହର କରାଇ ଦେଇଥିବା ବେଳେ ଏହାକୁ ରୋକିବାକୁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମମାନ ଲାଗୁ କରାଯାଇଛି...

ଏହି ଦେଶର କଠୋର ନିୟମ : ଓଜନ କମ୍‌ ବେଶି ହେଲେ କରିବାକୁ ପଡ଼ିବ ନୂଆ ପାସପୋର୍ଟ

ନିଜ ଦେଶରୁ ଅନ୍ୟ କୌଣସି ଦେଶକୁ ଯିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହେଉଛି ପାସପୋର୍ଟ। ଏହା ଅନ୍ତର୍ଜାତୀୟ ସ୍ତରରେ ଭ୍ରମଣ କରୁଥିବା ବ୍ୟକ୍ତିଙ୍କ ପରିଚୟ।...

ରାଜତନ୍ତ୍ର ବିରୋଧୀଙ୍କୁ ୪୩ ବର୍ଷ ଜେଲ

ବ୍ୟାଙ୍କକ୍‌, ୨୦ା୧: ରାଜତନ୍ତ୍ର ଓ ରାଜ ପରିବାରକୁ ଅପମାନିତ କରିଥିବା ଥାଇଲାଣ୍ଡର ଜଣେ ମହିଳାଙ୍କୁ ମଙ୍ଗଳବାର ୪୩ ବର୍ଷ ଜେଲଦଣ୍ଡ ହୋଇଛି। ଦେଶର ଲେଜି ମାଜେଷ୍ଟି...

କରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ପୌର କର୍ମଚାରୀ, ସାଧାରଣରେ ପ୍ରଶଂସା

ଖୋର୍ଦ୍ଧା ଅଫିସ, ୭ା୪: କରୋନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ରହିଛି। ଏଥିଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।...

ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କଲେ ସୈନ୍ୟ ବାହିନୀ: ୫୧ ଜଣଙ୍କ ମୃତ୍ୟୁ

ନାପିତଓ୍ବ,୧୫।୩: ମ୍ୟାନ୍‌ମାରରେ ସୈନ୍ୟ ବାହିନୀ ଦ୍ୱାରା କ୍ଷମତା ଦଖଲ କରାଯିବା ପରେ ଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ରବିବାର ଉତ୍ୟକ୍ତ...

Advertisement
Archives

Model This Week