ହୋଇଗଲା ଫାଇନାଲ୍‌; ସଲମାନ୍‌ ନୁହନ୍ତି ବରଂ ଏହି ଫିଲ୍ମନିର୍ମାତା କରିବେ ବିଗ୍‌ବସ୍‌ ଆଗାମୀ ସଂସ୍କରଣକୁ ହୋଷ୍ଟ !

ବମ୍ବେ: ବହୁ ବିବାଦୀୟ ତଥା ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ୧୫’କୁ କିଏ ହୋଷ୍ଟ କରିବ ସେ ନେଇ ନାନାଦି କଳ୍ପନାଜଳ୍ପନା ଲାଗି ରହିଥିଲା। ଟେଲିଭିଜନ ବଦଳରେ ଶୋ’ ଏବେ ଓଟିଟି ପ୍ଲାଟଫର୍ମରେ ଆସିବାକୁ ଯାଉଛି। ଦବଙ୍ଗ ଖାନ୍‌ ସଲମାନ ଏହାକୁ ଆୟୋଜନ କରିବେ ନାହିଁ ବୋଲି ଖବର ଆସିଥିଲା। ଏହାପରେ ଅଭିନେତା ତଥା ପ୍ରତିଯୋଗୀ ଥିବା ସିର୍ଦ୍ଧାର୍ଥ ଶୁକ୍ଳାଙ୍କ ନାମ ଚର୍ଚ୍ଚାରେ ରହିଥିଲା। ହେଲେ ଏବେ ସମସ୍ତ ଚର୍ଚ୍ଚା ଉପରେ ବିରାମ ଲାଗିଛି।

ସଲମାନ କିମ୍ବା ସିର୍ଦ୍ଧାର୍ଥ ନୁହଁନ୍ତି, ନିର୍ଦ୍ଦେଶକ କରନ୍‌ ଜୋହର ବିଗ୍‌ବସ ୧୫ ସିଜନ୍‌ ହୋଷ୍ଟ କରିବା ସ୍ପଷ୍ଟ ହୋଇଛି। ଭୁଟ୍‌ ପକ୍ଷରୁ ନିଜର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହି ସୂଚନା ଦିଆଯାଇଛି। ଅଗଷ୍ଟ ୮ରୁ ଭୁଟ୍‌ରେ ଶୋ’ର ପ୍ରସାରଣ କରାଯିବ।

କୁହାଯାଉଛି, ଚଳିତ ସିଜନରେ ବିଗ୍‌ବସ୍‌ର ବିଷୟବସ୍ତୁ ଅଲଗା ହେବ। ଏଣୁ ନିର୍ମାତାମାନେ ଏହାକୁ ଟେଲିଭିଜନରେ ପ୍ରସାରଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ଏହାର କିଛି ନିୟମ ରହିଛି। ଶୋ’ଟି ଟେଲିଭିଜନରେ ପ୍ରସାରିତ ହେବା ପରେ ସେ ଏହାର ଅଂଶ ହେବେ ବୋଲି ସଲମାନ ସ୍ପଷ୍ଟ ମଧ୍ୟ କରିଛନ୍ତି। ଏଣୁ ଶୋ’ ପ୍ରଥମ ଛଅ ସପ୍ତାହ ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ହେବା ପରେ ଟେଲିଭିଜନରେ ପ୍ରଦର୍ଶିତ ହେବ। ବିଗ୍‌ ବସ୍‌ର ନୂଆ ସିଜନ୍‌ ଛଅ ମାସ ଅବଧି ବିଶିଷ୍ଟ ରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଆସିବ କମେଡି କିଙ୍ଗ କପିଲ ଶର୍ମାଙ୍କ ବାୟୋପିକ୍‌

ମୁମ୍ବାଇ: ବଡ ପରଦାରେ ଆସିବ କମେଡି କିଙ୍ଗ କପିଲ ଶର୍ମାଙ୍କ ବାୟୋପିକ୍ । କପିଲଙ୍କ ପପୁଲାରିଟି କେବଳ ଦେଶ କାହିଁକି ବିଦେଶରେ ବି ରହିଛି ।...

ବଲିଉଡ୍‌ ଗାୟକ ହିମେଶ ରେଶମିୟାଙ୍କ କାର ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ,୨।୭: ବଲିଉଡ୍‌ ଗାୟକ, ସଙ୍ଗୀତଜ୍ଞ ଓ ଅଭିନେତା ହିମେଶ ରେଶମିୟାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସଓ୍ବେରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ହିମେଶଙ୍କ ଡ୍ରାଇଭର...

ମାଧୁରୀଙ୍କୁ ପତଳି ବୋଲି କହି ବାହା ହେବାକୁ ମନା କରିଦେଇଥିଲେ ଏହି ଗାୟକ; ଆଜି କରୁଛନ୍ତି…

ବମ୍ବେ: ଅଶି ଏବଂ ନବେ ଦଶକର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଜଣେ। ସୌନ୍ଦର୍ଯ୍ୟ ହେଉ ଅଥବା ଅଭିନୟ କି...

ଫେରିବେ ମଲ୍ଲିକା

ମୁମ୍ବାଇ: କିଛିଦିନର ବିରତି ପରେ ଏବେ ପୁଣିଥରେ ବଡ ପରଦାକୁ ଫେରିଛନ୍ତି ବଲିଉଡ ବୋଲ୍ଡ କୁଇନ ମଲ୍ଲିକା ଶେରାୱତ । ଫିଲ୍ମ ‘ଆରକେ’ରେ ତାଙ୍କୁ ଦେଖିବାକୁ...

ଲେଡି ସିଘଂମ ଶିଳ୍ପା

ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ହିନ୍ଦୀ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଇଣ୍ଡିଆନ୍‌ ପୋଲିସ ଫୋର୍ସ’ ଜରିଆରେ...

ୟୁ ଟ୍ୟୁବ୍‌ ଚାନେଲ ଖୋଲିବେ ସଲ୍‌ମାନ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଇଲିଜିବଲ୍‌ ବ୍ୟାଚେଲର ସଲ୍‌ମାନ ଖାନ୍‌ ବହୁତ ଶୀଘ୍ର ନିଜର ୟୁ ଟ୍ୟୁବ୍‌ ଚ୍ୟାନେଲ ଖୋଲିବାକୁ ଯାଉଛନ୍ତି। ଏହି ଖବର ନିଶ୍ଚିତ ଭାବେ...

ଟିକ୍‌ଟକ୍‌ରେ ଏହି ଅଭିନେତ୍ରୀଙ୍କ ଥିଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ, ବନ୍ଦ ହେବା ପରେ କହିଲେ ଏମିତି

ମୁମ୍ବାଇ: ସୀମାରେ ଭାରତ-ଚାଇନା ସଂଘର୍ଷ ପରେ କ୍ରମାଗତ ଭାବେ ତିକ୍ତତା ବଢ଼ିଚାଲିଛି। ଏହି ସଂଘର୍ଷରେ ଭାରତର ୨୦ ସୈନିକ ଶହୀଦ ହେବା ପରେ ଲୋକଙ୍କ ମଧ୍ୟରେ...

ଏହି ଲୋକପ୍ରିୟ ଅଭିନେତ୍ରୀ ଦେଡ଼ଶୁରଙ୍କ ସହ କରିଛନ୍ତି ରୋମାଣ୍ଟିକ୍‌ ସିନ୍‌

ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ୍‌ ସିନ୍‌ ଦେଖିବାକୁ...

Advertisement
Archives

Model This Week