ଟିକସ ଦେଉନାହାନ୍ତି ବଡ଼ବଡ଼ିଆ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ ସରିବାକୁ ହାତରେ ଆଉ ଦିନ କେଇଟା ବାକି ରହିଛି। ହେଲେ ଏ ଯାଏ ଧାର୍ଯ୍ୟ ହୋଇଥିବା ଟିକସ ଆଦାୟ ହୋଇ ପାରିଲା ନାହିଁ। ସ୍ଥିତି ଯେପରି ରହିଛି ସେଥିରେ ବିଏମ୍‌ସି ଯେ ନିଜର ଲକ୍ଷ୍ୟ ପୂରଣ କରି ପାରିବ ତାହା ମଧ୍ୟ ଜଣାପଡୁ ନାହିଁ। ଏପରିସ୍ଥିତିରେ କେମିତି ଧାର୍ଯ୍ୟ ଟିକସର ଆଖପାଖରେ ପହଞ୍ଚତ୍ ହେବ ସେ ନେଇ ତତ୍ପରତା ଆରମ୍ଭ ହୋଇଯାଇଛି। ବର୍ଷ ତମାମ ଅଧିକାରୀଙ୍କର ରାଜସ୍ବ ଆଦାୟ ପ୍ରତି ଆନ୍ତରିକତା ଦେଖିବାକୁ ମିଳୁ ନ ଥିଲା। ଏବେ ହାତରେ ଆଉ ୧୦/୧୫ଦିନ ଥିବାବେଳେ ଓ୍ବାର୍ଡ ଅଫିସରଙ୍କୁ ତନାଘନା କରିବା ସହ ଯଥାଶୀଘ୍ର ଟିକସ ଆଦାୟ ସାରିବାକୁ ତାଗିଦା କରାଯାଉଛି। ପ୍ରତି ସପ୍ତାହରେ ବୈଠକ କରି କେତେ ରାଜସ୍ବ ଆଦାୟ ହେଲା ତାହାର ହିସାବ ମଧ୍ୟ ନିଆଯାଉଛି। ଏପରିସ୍ଥିତିରେ ପୂର୍ବରୁ ହୋଲ୍ଡିଂ ଟିକସ ବାବଦକୁ ୧୨୦କୋଟି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଏବେ ୮୦ କୋଟି ୧୫ ଲକ୍ଷ ୬୪ହଜାର ୨୧୮.୯୬ ଟଙ୍କାକୁ ଖସାଇ ଦିଆଯାଇଛି। ସେହିପରି ଟିକସ ଆଦାୟରେ ସବୁଠାରୁ ବଡ ବାଧକ ସାଜୁଛନ୍ତି ବଡବଡିଆ। ବଡ଼ବଡ଼ କମ୍ପାନୀ, ଅନୁଷ୍ଠାନ ସମେତ ସେସୁ, ଓୟୁଏଟି, ରେଲ୍‌ଓ୍ବେ, ପିଡବ୍ଲ୍ୟୁଡି ଓ ଅନ୍ୟାନ୍ୟ ସରକାରୀ ସଂସ୍ଥା ମଧ୍ୟ ଟିକସ ଖିଲାପ କରୁଥିବା ସୂଚନା ମିଳିଛି।
ଚଳିତ ଆର୍ଥତ୍କ ବର୍ଷରେ ବିଏମ୍‌ସି ମୋଟ୍‌ ୨୭୭ କୋଟି ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଥିଲା। ସେଥି ମଧ୍ୟରେ ୧୨୦ କୋଟି ହୋଲ୍ଡିଂ ଟିକସ ଥିବାବେଳେ ୧୫୦ କୋଟି ଅନ୍ୟାନ୍ୟ ଟିକସ ରହିଥିଲା। ତେବେ ମାର୍ଚ୍ଚ ୧୪ ସୁଦ୍ଧା ୧୨୦କୋଟିର ଅଧା ଅର୍ଥାତ୍‌ ୬୦ କୋଟି ଟଙ୍କା ମଧ୍ୟ ଆଦାୟ କରିବାରେ ବିଏମ୍‌ସି ବିଫଳ ହୋଇଛି। ଅପରପକ୍ଷେ କିପରି ଟିକସ ଆଦାୟ କରାଯିବ, କେଉଁମାନେ ଟିକସ ଦେଉ ନାହାନ୍ତି, ତାହାର ତାଲିକା କରି ସେମାନଙ୍କୁ ଓପିଡିଆର୍‌ (ଓଡ଼ିଶା ପବ୍ଲିକ୍‌ ଡିମାଣ୍ଡ ରିକଭରି) ନୋଟିସ୍‌ ଜାରି କରାଯାଉଛି। ସୂଚନା ଅନୁଯାୟୀ, ବିଏମ୍‌ସିର ଉତ୍ତର ଜୋନ୍‌ରେ ପ୍ରାୟ ୫୫ଜଣଙ୍କୁ ଓପିଡିଆର୍‌ ନୋଟିସ୍‌ କରାଯାଇଛି। ନୋଟିସ୍‌ ପାଇବା ପରେ ସେମାନଙ୍କ ମଧ୍ୟରୁ ପ୍ରାୟ ୨୫ଜଣ ଟିକସ ପ୍ରଦାନ କରିଥିବାବେଳେ ବାକି ଖିଲାପକାରୀଙ୍କ ନାମରେ ଓପିଡିଆର କେସ୍‌ କରାଯାଇଛି। ଦକ୍ଷିଣ ପଶ୍ଚିମ ଜୋନ୍‌ରେ ପ୍ରାୟ ୧୦୦ଜଣ ଖିଲାପକାରୀଙ୍କ ନାମରେ ଓପିଡିଆର ନୋଟିସ୍‌ ଜାରି କରାଯାଇଛି। ଏମାନଙ୍କ ପାଖରେ ୧୦ହଜାର ଟଙ୍କାରୁ ଆରମ୍ଭ କରି ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜସ୍ବ ବକେୟା ରହିଛି। ସେହିପରି ଦକ୍ଷିଣ ପୂର୍ବ ଜୋନ୍‌ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଖିଲାପକାରୀଙ୍କ ନାମରେ ନୋଟିସ୍‌ ଜାରି କରାଯାଇଛି। ନୋଟିସ୍‌ ଜାରି ହେବାର ୩୦ଦିନ ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନ ସମ୍ପୂର୍ଣ୍ଣ ବକେୟା କିମ୍ବା ଏହାର କିଛି ଅଂଶ ଦେବା ସହ ଯଥାଶୀଘ୍ର ସମ୍ପୂର୍ଣ୍ଣ ଟଙ୍କା ପଇଠ କରିବା ନେଇ ଅଣ୍ଡରଟେକିଂ ଦେଲେ ସେମାନଙ୍କ ନାମରେ ଓପିଡିଆର୍‌ କେସ୍‌ ହେବ ନାହିଁ। ତେବେ ଯେଉଁମାନେ ୩୦ ଦିନ ମଧ୍ୟରେ କୌଣସି ଦେୟ ପଇଠ କରିବେ ନାହିଁ, ସେମାନଙ୍କ ନାମରେ କେସ୍‌ ରୁଜୁ କରାଯିବ।
ଅପରପକ୍ଷରେ ଖିଲାପକାରୀଙ୍କ ସହ ଓ୍ବାର୍ଡ ଅଫିସରଙ୍କୁ ମଧ୍ୟ ତାଗିଦ କରାଯାଉଛି। ଯେଉଁ ଓ୍ବାର୍ଡ ଅଫିସରମାନେ ଠିକ୍‌ଭାବେ କାର୍ଯ୍ୟ କରୁନାହାନ୍ତି ସେମାନଙ୍କୁ କଡା ଚେତାବନୀ ଦିଆଯାଉଛି। ଇତିମଧ୍ୟରେ ୨ରୁ ଅଧିକ ଓ୍ବାର୍ଡ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସେହିପରି ଓ୍ବାର୍ଡ ଅଫିସରମାନେ ରାଜସ୍ବ ଆଦାୟରେ ଢିଲା କଲେ, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ଶୁଣାଇ ଦେଇଛନ୍ତି। ଏ ସମ୍ପର୍କରେ ବିଏମ୍‌ସି ଅତିରିକ୍ତ କମିଶନର-୨ ଶୁଭେନ୍ଦୁ ସାହୁ କହିଛନ୍ତି, ସୁପ୍ରିମକୋର୍ଟ ବର୍ଦ୍ଧିତ ହୋଲ୍ଡିଂ ଟିକସକୁ ରଦ୍ଦ କରିଦେବା ପରେ ରାଜସ୍ବ ଆଦାୟର ଲକ୍ଷ୍ୟ ୨୭୭ କୋଟିରୁ କମାଇ ଦିଆଯାଇଛି। ସେହିପରି ଧାର୍ଯ୍ୟ ଲକ୍ଷ୍ୟଠାରୁ ଆମେ କିଛିମାତ୍ରାରେ ଦୂରରେ ଥିଲେ ବି ଗତବର୍ଷ ଅପେକ୍ଷା ଭଲ ଆଦାୟ କରାଯାଇଛି। ହାତରେ ଆହୁରି ୧୦ରୁ ଅଧିକ ଦିନ ରହିଥିବାବେଳେ ଲକ୍ଷ୍ୟ ପୂରଣ ପାଇଁ ଜୋର୍‌ଦାର ପ୍ରୟାସ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?