Posted inଜାତୀୟ

ଘରଭଡ଼ା ଦେଇ ନ ପାରି ସ୍ତ୍ରୀ, ଝିଅକୁ ବଳାତ୍କାର ପାଇଁ ଦେଲେ ଅନୁମତି

ମୋରବି (ଗୁଜରାଟ),୧୭ା୫: ଘରଭଡ଼ା ଶୁଝି ନ ପାରିବାରୁ ଜଣେ ଶ୍ରମିକ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଯୌନ ଶୋଷଣ ପାଇଁ ଘରମାଲିକ(୫୫)ଙ୍କୁ ଅନୁମତି ଦେବା ଭଳି ଜଘନ୍ୟ ଘଟଣା ଗୁଜରାଟର ମୋରବି ଅଞ୍ଚଳରେ ଘଟିଛି। ଘରମାଲିକ ଓ ତାଙ୍କର ଜଣେ ସହଯୋଗୀ ଉକ୍ତ ଶ୍ରମିକଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ବାରମ୍ୱାର ଗଣବଳାତ୍କାର କରିଥିବା ଜଣାପଡ଼ିଛି। ଏନେଇ ମହିଳାଙ୍କ ମା’ଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ପୋଲିସ ସମ୍ପୃକ୍ତ ଶ୍ରମିକ ଏବଂ ଘରମାଲିକଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, କାମ ସନ୍ଧାନରେ ପ୍ରାୟ ୬ ମାସ ପୂର୍ୱେ ଏହି ଶ୍ରମିକ ପରିବାର ସୁରେନ୍ଦ୍ରନଗରରୁ ମୋରବି ସହରକୁ ଆସି ମାସିକ ୨,୦୦୦ ଟଙ୍କା ଭଡ଼ାରେ ଏକ ଘର ନେଇ ରହୁଥିଲେ। ମାତ୍ର ପରିବାରର ଆର୍ଥିକ ସ୍ଥିତି ଖରାପ ହେବା ଯୋଗୁ ସେମାନେ ନିୟମିତ ଭାବେ ଘରଭଡ଼ା ଦେଇପାରି ନ ଥିଲେ। ଏହି ଦୁର୍ଦ୍ଦଶାର ସୁଯୋଗ ନେଇ ଘରମାଲିକ ଜଣକ ବକେୟା ଭଡ଼ା ଛାଡ଼ କରିବା ବଦଳରେ ଶ୍ରମିକଙ୍କ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଦାବି କରିଥିଲେ। ଏଥିରେ ଶ୍ରମିକ ଜଣକ ସହମତି ପ୍ରକାଶ କରିବା ପରେ ଘରମାଲିକ ଓ ତାଙ୍କର ଜଣେ ସହଯୋଗୀ ସେହି ମହିଳାଙ୍କୁ ବାରମ୍ୱାର ବଳାତ୍କାର କରିଛନ୍ତି। ହେଲେ ଏତିକିରେ ସେମାନଙ୍କର ଯୌନ ଲାଳସା ଶେଷ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ସେମାନେ ଶ୍ରମିକଙ୍କ ନାବାଳିକା ଝିଅଙ୍କ ଉପରେ କୁଦୃଷ୍ଟି ପକାଇଥିଲେ। ଏହି କ୍ଷେତ୍ରରେ ମଧ୍ୟ ପିଶାଚ ପିତା ସହମତି ଦେଇଥିଲା, ଯାହା ଫଳରେ ନାବାଳିକା କ୍ରମାଗତ ଯୌନ ଶୋଷଣର ଶିକାର ହୋଇଥିଲେ। ପୋଲିସ କହିଛି, ନାବାଳିକାଙ୍କୁ ଟଙ୍କାରା ସମେତ ବିଭିନ୍ନ ସ୍ଥାନକୁ ନିଆଯାଇ ଜମିଦାର ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ଯୌନ ନିର୍ଯାତନା ଦିଆଯାଇଥିଲା।
ପୀଡ଼ିତା ମହିଳାଙ୍କ ମା’ ଏହି ଅମାନୁଷିକ ଘଟଣା ସମ୍ପର୍କରେ ଜାଣିବାକୁ ପାଇବା ପରେ ଏହି ସଙ୍ଗିନ ମାମଲା ପ୍ରଘଟ ହୋଇଥିଲା। ଜଣେ ପିତା ଓ ସ୍ୱାମୀର ଏଭଳି ବିଶ୍ୱାସଘାତକତା ଏବଂ ଯୌନଶୋଷଣର ଭୟାବହତାକୁ ଦେଖି ସେ ମେ’ ୧ ତାରିଖରେ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ ଦାଏର କରିଥିଲେ। ପୋଲିସ ମାମଲା ରୁଜୁ ତଦନ୍ତ ଚଳାଇ ସମ୍ପୃକ୍ତ ଶ୍ରମିକ ଏବଂ ଘରମାଲିକଙ୍କୁ ଗିରଫ କରିଛି। ଶ୍ରମିକଙ୍କୁ ଜେଲ୍‌ ପଠାଯାଇଥିବା ବେଳେ ଘରମାଲିକଙ୍କୁୁ ଅଧିକ ପଚରାଉଚରା ପାଇଁ ପୋଲିସ ଏକ ଦିନିଆ ରିମାଣ୍ଡରେ ନେଇଛି। ତୃତୀୟ ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri