ବଟୁଆ ଖୋଲୁନାହାନ୍ତି

ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱରେ ବାତ୍ୟା, ବନ୍ୟା, ମରୁଡ଼ି, ବନାଗ୍ନି, ହିମ ଓ ଭୂସ୍ଖଳନ ଏବଂ ସମୁଦ୍ର ଜଳପତ୍ତନ ବୃଦ୍ଧି ଘଟି ବ୍ୟାପକ ଧନଜୀବନ କ୍ଷତି ହେଉଛି। ଏହାସହ ଜଳବାୟୁଜନିତ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ି ପାଶ୍ଚାତ୍ୟରେ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ପ୍ରଭାବିତ କରୁଛି। ଜଳବାୟୁ ପରିବର୍ତ୍ତନର ଏସବୁ ନକାରାତ୍ମକ ପ୍ରଭାବକୁ ରୋକିବା ପାଇଁ ପ୍ରତିବର୍ଷ ଭଳି ଏଥର ଇଜିପ୍ଟର ଶର୍ମ-ଏଲ୍‌-ଶେଖ୍‌ରେ ଶତାଧିକ ବିଶ୍ୱନେତାଙ୍କ ଉପସ୍ଥିତିରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍‌୨୭ ଅନୁଷ୍ଠିତ ହେଉଛି। ସମ୍ମିଳନୀ ପ୍ରାରମ୍ଭରୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଜଳବାୟୁଜନିତ କ୍ଷୟକ୍ଷତି ଉପରେ ଚିନ୍ତା ପ୍ରକଟ କରି ଆଗୁଆ ସତର୍କ ସୂଚନାର ଆବଶ୍ୟକତାକୁ ଗୁରୁତ୍ୱ ଦେଇଛନ୍ତି। ବିଶ୍ୱ ଜନସଂଖ୍ୟାର ଅଧା ଏବେ ଜଳବାୟୁଜନିତ ବିପଦ ବଳୟରେ ଅଛନ୍ତି ବୋଲି ଗୁଟେରସ କହିଛନ୍ତି। ବିଶ୍ୱ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍‌ଓ) ଓ ଏହାର ବୈଷୟିକ ସହଯୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ପାଞ୍ଚବର୍ଷିଆ(୨୦୨୩ରୁ ୨୦୨୭) ଯୋଜନାରେ ସତର୍କ ସୂଚନାର ଭିତ୍ତିଭୂମି ଓ କ୍ଷମତା ବୃଦ୍ଧିରେ ୩.୧ ବିଲିୟନ ଆମେରିକୀୟ ଡଲାର ବ୍ୟୟ କରାଯିବ ବୋଲି ଗୁଟେରସ କହିଛନ୍ତି। ବାସ୍ତବରେ ଅଧିକାଂଶ ବିକାଶଶୀଳ କିମ୍ବା ଦ୍ୱୀପ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ସତର୍କ ସୂଚନା ବ୍ୟବସ୍ଥା ଖୁବ୍‌ କମ୍‌ କିମ୍ବା ଆଦୌ ନାହିଁ । ଏହା ହୋଇପାରିଲେ ନିଶ୍ଚିତ ଭାବେ ୩୦% କ୍ଷୟକ୍ଷତି ହ୍ରାସ କରାଯାଇପାରିବ ବୋଲି ଡବ୍ଲ୍ୟୁଏମ୍‌ଓ ମହାସଚିବ ପେଟେରି ଟାଲାସ କହିଛନ୍ତି। ବିକାଶଶୀଳ ଦେଶଗୁଡ଼ିକରେ ପୂର୍ବ ସତର୍କ ସୂଚନା ପ୍ରଦାନରେ ୮୦୦ ନିୟୁତ ଡଲାର ବିନିଯୋଗ ହୋଇପାରିଲେ ବର୍ଷକୁ ୩ରୁ ୧୬ ବିଲିୟନ ଡଲାର କ୍ଷତିକୁ ରୋକାଯାଇପାରିବ। ଟାଲାସଙ୍କ ମନ୍ତବ୍ୟ ଏବକାର ସ୍ଥିତିରେ ମହତ୍ତ୍ୱପୂର୍ଣ୍ଣ। କାରଣ ଡବ୍ଲ୍ୟୁଏମ୍‌ଓର ବିପର୍ଯ୍ୟୟ ପରିସଂଖ୍ୟାନ ଅନୁଯାୟୀ, ବିଗତ ୫୦ ବର୍ଷ( ୧୯୭୦ରୁ ୨୦୧୯) ପର୍ଯ୍ୟନ୍ତ ପାଣିପାଗ, ଜଳବାୟୁ କିମ୍ବା ଜଳ ସମ୍ପର୍କିତ ବିପର୍ଯ୍ୟୟ ପ୍ରାୟ ପ୍ରତିଦିନ ସଂଘଠିତ ହେଉଛି ଏବଂ ଦୈନିକ ହାରାହାରି ୧୧୫ ଜଣଙ୍କ ଜୀବନ ଯାଉଛି। ଏଥିସହ ଏହି ପଚାଶ ବର୍ଷ ଅବଧି ଭିତରେ ଦୈନିକ ହାରାହାରି ୨୦୨ ମିଲିୟନ ଆମେରିକୀୟ ଡଲାର କ୍ଷତି ଘଟିଛି।
ଜଳବାୟୁ ପରିବର୍ତ୍ତନର ଘାତକ ପ୍ରଭାବକୁ ମୁକାବିଲା କରିବା ମୂଳରେ ରହିଛି ଅର୍ଥ। ତେବେ ଏ କ୍ଷେତ୍ରରେ ବିକାଶଶୀଳ ଓ ଗରିବ ଦେଶଗୁଡ଼ିକ ପାଇଁ ଅର୍ଥ କେଉଁଠୁ ଓ କେତେ ଆସିବ ତାହା ହିଁ ପ୍ରଶ୍ନ। ଜଳବାୟୁ ପ୍ରଭାବକୁ ରୋକିିବା ସକାଶେ ଧନୀ ଓ ବିକଶିତ ଦେଶଗୁଡ଼ିକ ୨୦୨୦ ପରେ ପ୍ରତିବର୍ଷ ୧୦୦ ବିଲିୟନ ଆମେରିକୀୟ ଡଲାର ଯୋଗାଡ଼ କରିବାରେ ବିଫଳ ହୋଇଛନ୍ତି ବୋଲି କ୍ଲାଇମେଟ୍‌ ଫାଇନାନ୍ସ ଡେଲିଭରି ପ୍ଲାନ୍‌ ପ୍ରୋଗ୍ରେସ ରିପୋର୍ଟ ଦର୍ଶାଇବା ପରେ ଏଭଳି ପ୍ରଶ୍ନ ଉଠିବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ, ୨୦୦୯ରେ ଅର୍ଥ ସଂଗ୍ରହ କରିବା ନିଷ୍ପତ୍ତି ନିଆଯିବା ପରଠାରୁୁ ୧୧ ବର୍ଷ ଲାଗିଯାଇଥିଲା ପ୍ରଥମ ୧୦୦ ବିଲିୟନ ଡଲାର ସଂଗ୍ରହ କରିବାକୁ। ଅଭିଯୋଗ ବି ଉଠୁଛି, ଅତ୍ୟଧିକ ସବୁଜ ବାଷ୍ପ ନିର୍ଗମନ ଅନୁପାତରେ ଧନୀ ଦେଶଗୁଡ଼ିକର ଆର୍ଥିକ ଯୋଗଦାନ ଯେଭଳି ରହିବା ଦରକାର ତାହା ହେଉନାହିଁ। ଆମେରିକାର କାର୍ବନ ନିର୍ଗମନକୁ ଲକ୍ଷ୍ୟ କଲେ ୧୦୦ ବିଲିୟନ ଡଲାରରେ ଏହାର ଯୋଗଦାନ ୪୦ ବିଲିୟନ ଡଲାର ରହିବା କଥା, କିନ୍ତୁ ଅଦ୍ୟାବଧି ଏହା ୮ ବିଲିୟନରୁ ସାମାନ୍ୟ କମ୍‌ ରହିଛି। ଆମେରିକା ଭଳି କାନାଡ଼ା, ଅଷ୍ଟ୍ରେଲିଆ ଓ ଚାଇନା ମଧ୍ୟ ଏ କ୍ଷେତ୍ରରେ ପଛରେ ରହିଛନ୍ତି। ବାସ୍ତବତା ହେଉଛି, ସତର୍କ ସୂଚନା ବ୍ୟବସ୍ଥା ଲାଗି କରାଯାଇଥିବା ଯୋଜନା ଏବଂ ଆର୍ଥିକ ଅଟକଳ ସହ ଜଳବାୟୁ ମୁକାବିଲାର ଅହୁରି ଅନେକ ଦିଗରେ ଅଧିକ ସବୁଜ ନିବେଶର ଆବଶ୍ୟକତା ରହିଛି। ହେଲେ ସବୁବେଳେ ଏହାର ଅଭାବ ଦେଖାଯାଇଛି । ଏସବୁ ଦୃଷ୍ଟିରୁ ଅର୍ଥ ଯୋଗାଡ଼ ଓ ଆର୍ଥିକ ସହାୟତା ଆଉ ବିଲିୟନରେ ସୀମିତ ନ ରହି ଟ୍ରିଲିୟନରେ ହେବା ଦରକାର। କିନ୍ତୁ ବାସ୍ତବ ସ୍ଥିତିକୁ ଦେଖିଲେ କୌଣସି ଧନୀଦେଶ ତାଙ୍କର ବଟୁଆ ଖୋଲୁନାହାନ୍ତି, ଯାହାଫଳରେ ସର୍ବନିମ୍ନ ଆବଶ୍ୟକ ଅର୍ଥ ମଧ୍ୟ ମିଳିପାରୁନାହିଁ। ଏହା ବ୍ୟତୀତ ଧନୀ ଓ ଶକ୍ତିଶାଳୀ ଦେଶଗୁଡ଼ିକୁ ଦୋଷ ଦେବାର କ୍ଷମତା ମଧ୍ୟ କୌଣସି ସଂସ୍ଥା ବା ଗୋଷ୍ଠୀର ରହୁନାହିଁ ବୋଲି ଭବିଷ୍ୟତ ଅନ୍ଧକାରମୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri