ଏଲନ୍‌ଙ୍କ ଟୁଇଟର

ସାମାଜିକ ଗଣମାଧ୍ୟମରେ ରାଜୁତି କରୁଥିବା ଅନ୍ୟତମ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରର ମାଲିକାନା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କଙ୍କ ହାତକୁ ଚାଲିଯିବା ପରେ ଦିନକୁଦିନ ନୂଆ ଖବର ପଦାକୁ ଆସୁଛି। ‘ବ୍ଲୁ ଟିକ୍‌’ ପାଇଁ ଅର୍ଥ ଚାର୍ଜ କରିବା ଯୋଜନାଠାରୁ ଆରମ୍ଭକରି ସଂସ୍ଥାରୁ କର୍ମଚାରୀଙ୍କୁ ବିଦା କରାଯିବା କଥା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ସାନ୍‌ଫ୍ରାନ୍ସିସ୍‌କୋରେ ଥିବା ମୁଖ୍ୟାଳୟରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ଏହାର ମାଲିକ ମସ୍କ ବିଦା କରିଦେଇଥିବା ବେଳେ ୭ ନଭେମ୍ବର ୨୦୨୨ରେ ଟୁଇଟର ଇଣ୍ଡିଆରୁ ୯୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ମସ୍କଙ୍କ ଏହି ନିଷ୍ପତ୍ତି ପ୍ରମାଣ କରିଦେଉଛି ଯେ, ଅତ୍ୟଧିକ ଧନୀ ବ୍ୟକ୍ତିବିଶେଷ ନିଯୁକ୍ତିର ସୁଯୋଗ ସୃଷ୍ଟି କରନ୍ତି ବୋଲି ଧାରଣା ଅତ୍ୟନ୍ତ ଭ୍ରମାତ୍ମକ। ଅପରପକ୍ଷରେ ସେହି ଧନୀମାନଙ୍କର ସବୁଠାରୁ ଅଧିକ କାର୍ବନ ଫୁଟ୍‌ପ୍ରିଣ୍ଟ ରହୁଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ତେବେ ଯେହେତୁ ଟୁଇଟର ସମ୍ପୂର୍ଣ୍ଣ ଭାବେ ଜଣେ ବ୍ୟକ୍ତିଙ୍କ ମାଲିକାନାକୁ ଚାଲିଯାଇଛି ତାଙ୍କ ହିସାବରେ ସେ କାହାକୁ ରଖିବେ ଓ କାହାକୁ ବିଦା କରିବେ, ତାହା ମାଲିକଙ୍କ ଉପରେ ନିର୍ଭର କରେ। କିନ୍ତୁ ସେ ଯେଉଁଭଳି ଭାବେ ବିଭିନ୍ନ ବୈଶ୍ୱିକ ବ୍ୟାପାରରେ ମୁଣ୍ଡ ଖେଳାଇ ମନ୍ତବ୍ୟମାନ ଦେଉଛନ୍ତି ତାହା କମ୍ପାନୀ ପ୍ରତି ଥିବା ଗ୍ରହଣଶୀଳତାକୁ ହ୍ରାସ କରୁଛି ବୋଲି ଆଲୋଚନା ହେଲାଣି।
ଆମେରିକାରେ ନିର୍ଣ୍ଣାୟକ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ୮ ନଭେମ୍ବର ୨୦୨୨ରେ ଆରମ୍ଭ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମସ୍କ ତାଙ୍କର ରାଜନୈତିକ ଦୃଷ୍ଟିକୋଣରେ ରିପବ୍ଲିକାନ୍‌ଙ୍କୁ ସମର୍ଥନ କରିବା ଉଚିତ ବୋଲି ସାଧାରଣରେ ଘୋଷଣା କରିଛନ୍ତି। ଫଳରେ ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତି ପୁନଶ୍ଚ ଆନୁଗତ୍ୟ ପ୍ରଦର୍ଶନ କରିଥିବା ବୁଝିହେଉଛି। ଟୁଇଟରକୁ ଅଧିଗ୍ରହଣ କରିବା ପୂର୍ବରୁ ବିଶ୍ୱବ୍ୟାପୀ ଚର୍ଚ୍ଚା ହୋଇଥିଲା ଯେ ଟ୍ରମ୍ପ୍‌ଙ୍କର ମସ୍କଙ୍କ ସହିତ ବୁଝାମଣା ହୋଇଛି। ଯେହେତୁ ଅତୀତରେ ଟ୍ରମ୍ପ୍‌ଙ୍କୁ ଟୁଇଟର ବାସନ୍ଦ କରିଥିଲା, ତାହାର ପ୍ରତିଶୋଧ ନେବା ଲାଗି ସେ ଉପାୟ ଉଣ୍ଡୁଥିଲେ। ‘ଟ୍ରୁଥ୍‌ ସୋସିଆଲ୍‌’ ନାମରେ ସୋସିଆଲ୍‌ ନେଟ୍‌ଓ୍ବର୍କିଂ ସର୍ଭିସ ଟ୍ରମ୍ପ୍‌ଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ତାହା କାମ ଦେଇ ନ ଥିଲା। ଏବେ ଯେହେତୁ ଟୁଇଟର ଘରୋଇ କମ୍ପାନୀରେ ପରିଣତ ହୋଇଛି ଓ ମସ୍କଙ୍କ ପ୍ରତି ଟ୍ରମ୍ପ୍‌ଙ୍କ ସମର୍ଥନ ରହିଆସିଛି, ସେହି ଦୃଷ୍ଟିରୁ ଦେଖିଲେ ଏହି ମାଇକ୍ରୋବ୍ଲଗିଂ ସାଇଟ୍‌ରୁ ଜନସାଧାରଣ ସ୍ବଚ୍ଛତା ଆଶା କରିବାରେ ସନ୍ଦେହ ଉପୁଜିଲାଣି। ଟୁଇଟର କିଣାବିକାରେ ଯେତିକି ଅର୍ଥ ବ୍ୟୟ ହୋଇଛି ତାହା ନିଶ୍ଚିତ ଭାବେ ଫେରସ୍ତ ଆସୁ ବୋଲି ମସ୍କ ଚାହିଁବେ। ସେଥିରେ କାହାରି କୌଣସି ଆପତ୍ତି ଯଥାର୍ଥ ହେବ ନାହିଁ। ଅପରପକ୍ଷରେ ଟୁଇଟର କେବଳ ଗୋଟିଏ ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ସଂସ୍ଥା ନୁହେଁ। ପ୍ରଯୁକ୍ତି ସଂଶ୍ଳିଷ୍ଟ ହୋଇଥିବାରୁ ତାହାର ଏକ ବିରାଟ ସାମାଜିକ ପ୍ରଭାବ ଅଛି। ସେହି ପ୍ରଭାବକୁ ଅଣଦେଖା କଲେ ତ୍ରୁଟି ଘଟିବାର ସବୁ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?