ଏଲନ୍‌ଙ୍କ ଟୁଇଟର

ସାମାଜିକ ଗଣମାଧ୍ୟମରେ ରାଜୁତି କରୁଥିବା ଅନ୍ୟତମ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରର ମାଲିକାନା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କଙ୍କ ହାତକୁ ଚାଲିଯିବା ପରେ ଦିନକୁଦିନ ନୂଆ ଖବର ପଦାକୁ ଆସୁଛି। ‘ବ୍ଲୁ ଟିକ୍‌’ ପାଇଁ ଅର୍ଥ ଚାର୍ଜ କରିବା ଯୋଜନାଠାରୁ ଆରମ୍ଭକରି ସଂସ୍ଥାରୁ କର୍ମଚାରୀଙ୍କୁ ବିଦା କରାଯିବା କଥା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ସାନ୍‌ଫ୍ରାନ୍ସିସ୍‌କୋରେ ଥିବା ମୁଖ୍ୟାଳୟରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ଏହାର ମାଲିକ ମସ୍କ ବିଦା କରିଦେଇଥିବା ବେଳେ ୭ ନଭେମ୍ବର ୨୦୨୨ରେ ଟୁଇଟର ଇଣ୍ଡିଆରୁ ୯୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ମସ୍କଙ୍କ ଏହି ନିଷ୍ପତ୍ତି ପ୍ରମାଣ କରିଦେଉଛି ଯେ, ଅତ୍ୟଧିକ ଧନୀ ବ୍ୟକ୍ତିବିଶେଷ ନିଯୁକ୍ତିର ସୁଯୋଗ ସୃଷ୍ଟି କରନ୍ତି ବୋଲି ଧାରଣା ଅତ୍ୟନ୍ତ ଭ୍ରମାତ୍ମକ। ଅପରପକ୍ଷରେ ସେହି ଧନୀମାନଙ୍କର ସବୁଠାରୁ ଅଧିକ କାର୍ବନ ଫୁଟ୍‌ପ୍ରିଣ୍ଟ ରହୁଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ତେବେ ଯେହେତୁ ଟୁଇଟର ସମ୍ପୂର୍ଣ୍ଣ ଭାବେ ଜଣେ ବ୍ୟକ୍ତିଙ୍କ ମାଲିକାନାକୁ ଚାଲିଯାଇଛି ତାଙ୍କ ହିସାବରେ ସେ କାହାକୁ ରଖିବେ ଓ କାହାକୁ ବିଦା କରିବେ, ତାହା ମାଲିକଙ୍କ ଉପରେ ନିର୍ଭର କରେ। କିନ୍ତୁ ସେ ଯେଉଁଭଳି ଭାବେ ବିଭିନ୍ନ ବୈଶ୍ୱିକ ବ୍ୟାପାରରେ ମୁଣ୍ଡ ଖେଳାଇ ମନ୍ତବ୍ୟମାନ ଦେଉଛନ୍ତି ତାହା କମ୍ପାନୀ ପ୍ରତି ଥିବା ଗ୍ରହଣଶୀଳତାକୁ ହ୍ରାସ କରୁଛି ବୋଲି ଆଲୋଚନା ହେଲାଣି।
ଆମେରିକାରେ ନିର୍ଣ୍ଣାୟକ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ୮ ନଭେମ୍ବର ୨୦୨୨ରେ ଆରମ୍ଭ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମସ୍କ ତାଙ୍କର ରାଜନୈତିକ ଦୃଷ୍ଟିକୋଣରେ ରିପବ୍ଲିକାନ୍‌ଙ୍କୁ ସମର୍ଥନ କରିବା ଉଚିତ ବୋଲି ସାଧାରଣରେ ଘୋଷଣା କରିଛନ୍ତି। ଫଳରେ ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତି ପୁନଶ୍ଚ ଆନୁଗତ୍ୟ ପ୍ରଦର୍ଶନ କରିଥିବା ବୁଝିହେଉଛି। ଟୁଇଟରକୁ ଅଧିଗ୍ରହଣ କରିବା ପୂର୍ବରୁ ବିଶ୍ୱବ୍ୟାପୀ ଚର୍ଚ୍ଚା ହୋଇଥିଲା ଯେ ଟ୍ରମ୍ପ୍‌ଙ୍କର ମସ୍କଙ୍କ ସହିତ ବୁଝାମଣା ହୋଇଛି। ଯେହେତୁ ଅତୀତରେ ଟ୍ରମ୍ପ୍‌ଙ୍କୁ ଟୁଇଟର ବାସନ୍ଦ କରିଥିଲା, ତାହାର ପ୍ରତିଶୋଧ ନେବା ଲାଗି ସେ ଉପାୟ ଉଣ୍ଡୁଥିଲେ। ‘ଟ୍ରୁଥ୍‌ ସୋସିଆଲ୍‌’ ନାମରେ ସୋସିଆଲ୍‌ ନେଟ୍‌ଓ୍ବର୍କିଂ ସର୍ଭିସ ଟ୍ରମ୍ପ୍‌ଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ତାହା କାମ ଦେଇ ନ ଥିଲା। ଏବେ ଯେହେତୁ ଟୁଇଟର ଘରୋଇ କମ୍ପାନୀରେ ପରିଣତ ହୋଇଛି ଓ ମସ୍କଙ୍କ ପ୍ରତି ଟ୍ରମ୍ପ୍‌ଙ୍କ ସମର୍ଥନ ରହିଆସିଛି, ସେହି ଦୃଷ୍ଟିରୁ ଦେଖିଲେ ଏହି ମାଇକ୍ରୋବ୍ଲଗିଂ ସାଇଟ୍‌ରୁ ଜନସାଧାରଣ ସ୍ବଚ୍ଛତା ଆଶା କରିବାରେ ସନ୍ଦେହ ଉପୁଜିଲାଣି। ଟୁଇଟର କିଣାବିକାରେ ଯେତିକି ଅର୍ଥ ବ୍ୟୟ ହୋଇଛି ତାହା ନିଶ୍ଚିତ ଭାବେ ଫେରସ୍ତ ଆସୁ ବୋଲି ମସ୍କ ଚାହିଁବେ। ସେଥିରେ କାହାରି କୌଣସି ଆପତ୍ତି ଯଥାର୍ଥ ହେବ ନାହିଁ। ଅପରପକ୍ଷରେ ଟୁଇଟର କେବଳ ଗୋଟିଏ ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ସଂସ୍ଥା ନୁହେଁ। ପ୍ରଯୁକ୍ତି ସଂଶ୍ଳିଷ୍ଟ ହୋଇଥିବାରୁ ତାହାର ଏକ ବିରାଟ ସାମାଜିକ ପ୍ରଭାବ ଅଛି। ସେହି ପ୍ରଭାବକୁ ଅଣଦେଖା କଲେ ତ୍ରୁଟି ଘଟିବାର ସବୁ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକାତ୍ମ ମାନବବାଦରେ ବିଶ୍ୱାସ

ଭାରତୀୟ ଜନତା ପାର୍ଟି (ଭାଜପା)ର ସମ୍ବିଧାନ (ଧାରା-୩) କହେ, ‘ଏକୀକୃତ ବା ଏକାତ୍ମ ମାନବବାଦ ପାର୍ଟିର ଦର୍ଶନ ହେବ’। ପାର୍ଟିର ସଦସ୍ୟତା ଫର୍ମରେ ସଦସ୍ୟମାନଙ୍କୁ ଏକ...

ଏଇ ଭାରତରେ

କୋଲକାତାର ପିଣ୍ଟୁ ପୋହାନ୍‌ ପାନ ଦୋକାନ କରି ପରିବାର ପ୍ରତିପୋଷଣ ସହ ବହି ଲେଖା ଜାରି ରଖିଛନ୍ତି। ଏବେସୁଦ୍ଧା ସେ ୧୨ଟି ବହି ଲେଖିସାରିଲେଣି। ସବୁ...

ମଣିଷସଂଖ୍ୟା କମୁଛି

ମନେପଡୁଛି ପିଲାବେଳର କଥା। ବହିପତ୍ର କିଣିବାଠାରୁ ଆରମ୍ଭ କରି କୌଣସି ବଡ଼ ଧରଣର ବଜାର କାମରେ ବା ଅଫିସ କାମରେ ବ୍ରହ୍ମପୁର ଯିବାକୁ ପଡ଼େ। ସେଥିପାଇଁ...

ମହାପ୍ରଭୁ: ଆଶୀର୍ବାଦ କରନ୍ତୁ

ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା। ଓଡ଼ିଆ ଜାତିର ଇଷ୍ଟ ତଥା ଅଗଣିତ ସନାତନୀ ବିଶ୍ୱାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ କଳାଠାକୁର ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି...

Dillip Cherian

ନୂଆ ମୁହଁ, ନୂଆ ପ୍ରକ୍ରିୟା

ଭାରତର ଗୁପ୍ତଚର ଢାଞ୍ଚାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଉଛି। ପରାଗ ଜୈନଙ୍କୁ ର’ର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ନିକଟରେ ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୋସାଦର ତଥାକଥିତ...

ଜୀବନ ନୌକା

ପ୍ରତ୍ୟେକ ମଣିଷର ଜୀବନ ଏକ ନୌକା ସଦୃଶ। ଯାହାକୁ ନାଉରିଆ ନଦୀରୂପକ ସଂସାରରେ ତା’ର ଜିନିଷ ଓ ଆସବାବପତ୍ର ଲଦି ବାହିନେଇଥାଏ। ଲୌକିକ ମତରେ ଏହି...

ଜନଗହଳିରେ ଶିଶୁଙ୍କ ସୁରକ୍ଷା

ରଥଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀ ବଡଦାଣ୍ଡ ତଥା ସଂଲଗ୍ନ ଅଞ୍ଚଳ ଲୋକାରଣ୍ୟ ହୋଇ ରହିଥାଏ। ଅନେକ ଭକ୍ତ ସେମାନଙ୍କ ପିଲାଛୁଆଙ୍କୁ ସାଙ୍ଗରେ ଧରି ଆସିଥାନ୍ତି। ଅଲକ୍ଷ୍ୟରେ...

ପୁରାଣରେ ବାଇବେଲ କାହାଣୀ

ଭବିଷ୍ୟ ପୁରାଣ ବା ଭବିଷ୍ୟତର ଇତିବୃତ୍ତ ହେଉଛି ସର୍ବପ୍ରାଚୀନ ସଂସ୍କୃତ ଗ୍ରନ୍ଥ, ଯାହାର ପଶ୍ଚିମ ଏସିଆ ପୁରାଣଗୁଡ଼ିକ ସହ ସାମଞ୍ଜସ୍ୟ ରହିଛି। କଳିଯୁଗରେ କ’ଣ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri