କେବଳ କଙ୍ଗନା ନୁହନ୍ତି, ପୂର୍ବରୁ ଏସବୁ ତାରକାଙ୍କୁ ଟାର୍ଗେଟ୍‌ କରିଛି ବିଏମ୍‌ସି; ନେଇଛି ଏପରି କାର୍ଯ୍ୟାନୁଷ୍ଠାନ

ବିଏମ୍‌ସି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମୁମ୍ବାଇ କାର୍ଯ୍ୟାଳୟକୁ ଭାଙ୍ଗିଛି। ବେଆଇନ ନିର୍ମାଣ ଅଭିଯୋଗରେ ବିଏମ୍‌ସି ଏହି କାର୍ଯ୍ୟାନୁଷ୍ଠାନ ଭାଙ୍ଗିଥିବା କୁହାଯାଉଥିଲେ ହେଁ ଏହାକୁ ନେଇ ମହାରାଷ୍ଟ୍ର ସରକାର ଏବଂ କଙ୍ଗନାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ତେବେ ବଲିଉଡ ତାରକାଙ୍କୁ ବିଏମ୍‌ସି ଟାର୍ଗେଟ କରିବାର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଅନେକ ତାରକା ବିଏମ୍‌ସିର ଟାର୍ଗେଟ୍‌ ହୋଇଛନ୍ତି । ଜାଣନ୍ତୁ ସେ ସମ୍ପର୍କରେ …

କପିଲ ଶର୍ମା
୨୦୧୬ ରେ କପିଲ ଶର୍ମା ଦୁର୍ନୀତି ଅଭିଯୋଗ କରି ଟୁଇଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ କରିଥିଲେ। ସେ ଲେଖିଥିଲେ, ‘ମୁଁ ଗତ ପାଞ୍ଚ ବର୍ଷ ଧରି ୧୫ କୋଟି ଟଙ୍କା ଟିକସ ଦେଉଛି। କିନ୍ତୁ ଅଫିସ କରିବା ପାଇଁ ମୋତେ ବିଏମ୍‌ସିକୁ ପାଞ୍ଚ ଲକ୍ଷ ଲାଞ୍ଚ ଦେବାକୁ ପଡିବ। ଏହା କ’ଣ ଭଲ ଦିନ ? ’ କପିଲଙ୍କ ଏହି ଟୁଇଟ୍‌ରେ ବିଏମ୍‌ସି ଜବାବ ରଖି ଖହିଥିଲା ଯେ, ବେଆଇନ ନିର୍ମାଣ ପାଇଁ କପିଲଙ୍କୁ ଏକ ନୋଟିସ ପଠାଯାଥିଲା, ମାତ୍ର ସେ କୌଣସି ଉତ୍ତର ଦେଇ ନ ଥିଲେ। ବିଜ୍ଞପ୍ତି ପରେ ମଧ୍ୟ କପିଲ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ। ଅଗଷ୍ଟ ୪, ୨୦୧୬ ରେ ବିଏମ୍‌ସି କପିଲଙ୍କ ବଙ୍ଗଳା ନିକଟରେ ବେଆଇନ ନିର୍ମଣ ନେଇ ବୁଲ୍‌ଡୋଜର ଚଢ଼ାଇ ଦେଇଥିଲା।

ଶାହାରୁଖ ଖାନ୍:

୨୦୧୫ରେ ଶାହାରୁଖ ଖାନ୍‌ଙ୍କ ପଡ଼ୋଶୀମାନେ ତାଙ୍କ ବିଷୟରେ ଅଭିଯୋଗ ଅଭିଯୋଗ କରିଥିଲେ। ଶାହାରୁଖଙ୍କ ବଙ୍ଗଳା ମନ୍ନତ ନିକଟରେ ଥିବା ଏକ ସ୍ଥାନରେ ସେ ତାଙ୍କ ଗାଡ଼ି ପାର୍କିଂ କରୁଥିଲେ। ପଡୋଶୀ ଅଭିଯୋଗ କରିଥିଲେ ଯେ, ଖାନଙ୍କ ଗାଡ଼ି ସେଠାରେ ରାସ୍ତା ଅବରୋଧ କରୁଛି। ୧୪ ଫେବୃଆରୀ ୨୦୧୫ ରେ, ବିଏମ୍‌ସି ଉକ୍ତ ସ୍ଥାନରେ ଥିବା ବେଆଇନ ନିର୍ମାଣକୁ ଭାଙ୍ଗି ତାଙ୍କ ନିକଟରୁ ପ୍ରାୟ ଦୁଇ ଲକ୍ଷ ଜରିମାନା ଆଦାୟ କରିଥିଲା।

ପ୍ରିୟଙ୍କା ଚୋପ୍ରା:

ବିଏମସି ମୁମ୍ବାଇର ଓଶିୱାରାସ୍ଥିତ ପ୍ରିୟଙ୍କା ଚୋପ୍ରାଙ୍କ କାର୍ଯ୍ୟାଳୟରେ ମଧ୍ୟ ବୁଲ୍‌ଡୋଜର ଚଲାଇଥିଲା। ବିଏମ୍‌ସି ଅଭିଯୋଗ କ୍ରମେ, ପ୍ରିୟଙ୍କା ବେଆଇନ ନିର୍ମାଣ କରିଥିଲେ। ଏ ନେଇ ତାଙ୍କୁ ନୋଟିସ୍‌ ମଧ୍ୟ ହୋଇଥିଲା। ସେତେବେଳେ ସେ ନ୍ୟୁୟର୍କରେ ଥିଲେ। ବିଏମ୍‌ସି ପ୍ରତିକ୍ରିୟା ନ ପାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଅନିଲ କପୁର:

ବିଏମ୍‌ସି ସାନ୍ତାକ୍ରୁଜ ପଶ୍ଚିମ ସ୍ଥିତ ଅନିଲ କପୁରଙ୍କ କାର୍ଯ୍ୟାଳୟରେ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବିଏମ୍‌ସି କହିଛି ଯେ, ଅନିଲ କପୁରଙ୍କ କାର୍ଯ୍ୟାଳୟର ଭିତରେ ବେଆଇନ ନିର୍ମାଣ ହୋଇଥିଲା, ଯେଉଁଥିପାଇଁ ସେ ଅଫିସ ଚାରିପାଖରେ ଥିବା ଅନ୍ୟ ତିନୋଟି କାର୍ଯ୍ୟାଳୟ ଭଙ୍ଗାଯାଇଥିଲା।

 

ଅର୍ଶଦ ୱାର୍ସି:

ଅର୍ଶଦ ୱାର୍ସି ମଧ୍ୟ ବିଏମ୍‌ସିରେ ଟାର୍ଗେଟ୍‌ରେ ପଡ଼ିଛନ୍ତି। ଅର୍ଶଦ ମୁମ୍ବାଇରେ ଏକ ବଙ୍ଗଳା କିଣିଥିଲେ। ସେ ବଙ୍ଗଳାର ଦ୍ୱିତୀୟ ମହଲାରେ ୧୩୦୦ ବର୍ଗଫୁଟ ନିର୍ମାଣ କରିଥିଲେ ଯାହାକି ବିଏମ୍‌ସି ଦ୍ୱାରା ବେଆଇନ ଘୋଷିତ ହୋଇ ଭାଙ୍ଗି ଦିଆଯାଇଥିଲା। ପରେ ଅର୍ଶଦ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

ଗଞ୍ଜେଇ ମାମଲାରେ ଯୁବକଙ୍କୁ ମୋହନାରୁ ଗିରଫ କଲା ତାମିଲନାଡୁ ପୋଲିସ

ମୋହନା, ୨୮।୮ (ମନ୍ମଥ ମିଶ୍ର): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲାରେ ପହଞ୍ଚିଛି ତାମିଲନାଡୁ ପୋଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri