‘ଆଳୁ, ଟମାଟର ପାଇଁ ମୁଁ ରାଜନୀତିକୁ ଆସି ନାହିଁ’

ଲାହୋର,୧୪।୩: ଆଳୁ ଓ ଟାମାଟର ଦର ଯାଞ୍ଚ କରିବା ପାଇଁ ମୁଁ ରାଜନୀତିରେ ଯୋଗ ଦେଇ ନାହିଁ। ଏଭଳି କହି ରବିବାର ବିରୋଧୀଙ୍କୁ ଜବାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଦେଶରେ ଆଳୁ, ଟମାଟର ଭଳି ନିହାତି ଆବଶ୍ୟକୀୟ ପରିବା ଦର ଆକାଶ ଛୁଆଁ ହୋଇଥିବାରୁ ବିରୋଧୀ ଦଳ ତାଙ୍କ ବିରୋଧରେ ନୋ କନଫିଣ୍ଡେନ୍ସ ମୋଶନ ଆଣିଛି।

ପଞ୍ଜାବ ରାଜ୍ୟର ହାଫିଜାବାଦ ସହରରେ ଏକ ରାଲିକୁ ସମ୍ବୋଧନ ଦେଇ ଇମ୍ରାନ କହିଛନ୍ତି, ଆଳୁ ଏବଂ ଟମାଟର ଦରକୁ ନିୟନ୍ତ୍ରଣ କରିବା ପାଇଁ ମୁଁ ରାଜନୀତିରେ ଯୋଗ ଦେଇ ନାହିଁ। ମୁଁ ଆମ ଦେଶର ଯୁବଗୋଷ୍ଠୀଙ୍କ ପାଇଁ ରାଜନୀତିରେ ଯୋଗ ଦେଇଛି। ଯଦି ଆମକୁ ଶକ୍ତିଶାଳୀ ଦେଶ ହେବାକୁ ଅଛି, ତେବେ ଆମକୁ ସତ୍ୟତାକୁ ସ୍ବୀକାର କରିବାକୁ ପଡ଼ିବ। ଟଙ୍କା ବଳରେ ସାଂସଦଙ୍କୁ କିଣି ତାଙ୍କ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବିରୋଧୀଙ୍କ ବିରୋଧରେ ମୋ ସହିତ ପୂରା ରାଷ୍ଟ୍ର ଛିଡ଼ା ହେବ। ମୋ କାର୍ଯ୍ୟକାଳରେ ପାକିସ୍ତାନ ଶକ୍ତଶାଳୀ ଦେଶ ହେବାକୁ ଯାଉଛି। ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନେକ ଯୋଜନାର ସୁଫଳତା ଖୁବ୍‌ ଶୀଘ୍ର ଦେଖିବାକୁ ମିଳିବ। ଉଲ୍ଲେଖଯୋଗ୍ୟ, ୟୁନାଇଟେଡ୍‌ ବିରୋଧୀ ଫ୍ରଣ୍ଟ ପାକିସ୍ତାନ ସଂସଦରେ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବା ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳାଶୟ ଶୁଖିବାରୁ ୩୪୦୦ ବର୍ଷ ପୁରାତନ ସହରର ସନ୍ଧାନ ମିଳିଲା…

ବାଗଦାଦ୍‌, ୨।୬ : ଇରାକ ବର୍ତ୍ତମାନ ଏକ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଯେଉଁଥିପାଇଁ ଦେଶର ବୃହତ୍ତମ ଜଳାଶୟ ଶୁଖିଯାଇଛି। ଏହି ଜଳାଶୟ ଶୁଖିବାରୁ ୩୪୦୦...

୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଜୀବିତ ଉଦ୍ଧାର ହେଲେ ୪ ପିଲା, ବିମାନ ଦୁର୍ଘଟଣାରେ ଥିଲେ ନିଖୋଜ

ବଗୋଟା,୧୦।୬: ମେ’୨ରେ ଆମାଜନ ଜଙ୍ଗଲରେ ଘଟିଥିବା ଏକ ବିମାନ ଦୁର୍ଘଟଣାରେ ବର୍ତ୍ତିଯାଇଥିବା ୪ ଜଣ ପିଲା ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ସୁରକ୍ଷିତ ଭାବେ...

ଯୌନ ନିର୍ଯାତନା ସହିପାରିଲେନି ୧୭ବର୍ଷୀୟ ଯୁବତୀ: ମାଗିଲେ ଇଚ୍ଛାମୃତ୍ୟୁ

ପିଲାଦିନେ ବାରମ୍ବାର ବଳାତ୍କାର ଯନ୍ତ୍ରଣା ସହିଆସୁଥିବା ଯୁବତୀ ଶେଷରେ ମୃତ୍ୟୁର ବାଟ ଆପଣାଇଛନ୍ତି। ନେଦରଲାଣ୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୧୧ ବର୍ଷ ବୟସର ହୋଇଥିବାବେଳେ...

ଦଙ୍ଗା ବନ୍ଦ କର, ଆମେ ଶାନ୍ତି ଚାହୁଁ କହି ଅନୁରୋଧ କଲେ ନାହେଲଙ୍କ ଜେଜେମା’

ପ୍ୟାରିସ,୩ା୭: ଫ୍ରାନ୍ସରେ ପୋଲିସ ଗୁଳିରେ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହେବା ପରେ ଆରମ୍ଭ ହୋଇଥିବା ହିଂସା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଫ୍ରାନ୍ସ...

କରୋନାକୁ ଡରି ବିମାନବନ୍ଦରରେ ୩ ମାସ ରହିଥିଲେ ଏହି ଭାରତୀୟ

ଓ୍ବାଶିଂଟନ,୨୮ା୧୦: କରୋନା ଭୟରେ ଭାରତକୁ ଫେରିବା ପରିବର୍ତ୍ତେ ଚିକାଗୋର ଓହେର ଅନ୍ତର୍ଜାତୀୟ ବିମାନବନ୍ଦରରେ ୩ ମାସ ରହିଥିବା ଜଣେ ଭାରତୀୟଙ୍କୁ ଆମେରିକାର ଅଦାଲତ ଅନଧିକୃତ ପ୍ରବେଶ...

ସମୁଦ୍ର ଓ ଆକାଶରେ ମିଳିତ ଭାବେ କାର୍ଯ୍ୟ କରିବେ ଭାରତ-ରୁଷିଆ: ମୋଦିଙ୍କ ଘୋଷଣା

ଭ୍ଲାଡିଭୋଷ୍ଟକ୍‌,୫।୯: ଭାରତ-ରୁଷିଆ ଏଣିକି ସମୁଦ୍ର ଏବଂ ଆକାଶରେ ମିଳିତ ଭାବେ କାର୍ଯ୍ୟ କରିବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଷ୍ଟର୍ଣ୍ଣ ଇକୋନୋମିକ୍‌ ଫୋରମରେ ଘୋଷଣା କରିଛନ୍ତି।...

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ବିରୋଧରେ ହତ୍ୟା ମାମଲା, ୬ ମାସ ପରେ ଆରମ୍ଭ ହେବ ଟ୍ରାଏଲ

ଟୋକିଓ,୧୩ ।୧: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତମାନେ ଔପଚାରିକ ଭାବେ ହତ୍ୟା ଅଭିଯୋଗ ଆଣିଛନ୍ତି । ଶୁକ୍ରବାର ଦିନ...

ଆଗକୁ ମାନ୍ଦାବସ୍ଥା: ସତର୍କ କରାଇଲା ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୭ା୭: ବିଶ୍ୱରେ ଆଗାମୀ ଦିନରେ ଦେଖାଦେଇପାରେ ମାନ୍ଦାବସ୍ଥା। ଉଚ୍ଚ ମୁଦ୍ରାସ୍ଫୀତି ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତି ଦୁର୍ବଳ ହୋଇ ଏଭଳି ସ୍ଥିତି ସୃଷ୍ଟି...

Advertisement
Archives

Model This Week