ପିଲାଙ୍କୁ ଭିନ୍ନ ଶିକ୍ଷା ନ ଦେବା ଭବିଷ୍ୟତ ପାଇଁ ଅପରାଧ

କଟକ ଅଫିସ,୨୭ା୧୧: କଳାପ୍ରେମୀମାନେ ହିଁ ସେମାନଙ୍କ ପିଲାଙ୍କୁ କିଛି ନୂଆ ଶିଖାଇବାକୁ ଚାହାନ୍ତି। ଆମ ଶିକ୍ଷା ବ୍ୟବସ୍ଥା ଯେଭଳି ରହିଛିି ତାହା ସହ ପିଲାଙ୍କୁ ତାଙ୍କ ଜୀବନରେ ଭିନ୍ନ ସ୍ବାଦ ନ ଦେବା ତାହା ଭବିଷ୍ୟତର ସମାଜ ପାଇଁ ଏକ ବଡ଼ ଅପରାଧ ହେବ। ଯେଉଁ ମାତାପିତା ନିଜ ପିଲାଙ୍କୁ କଳା ସମ୍ପର୍କରେ ଜାଣିବାକୁ ସୁଯୋଗ ଦେଉଛନ୍ତି, ଜଗନ୍ନାଥ ତାଙ୍କୁ ଆଶୀର୍ବାଦ କରିବେ ବୋଲି ଗୁଞ୍ଜନ ନୃତ୍ୟ ଓ ସଙ୍ଗୀତ ଉତ୍ସବର ଶନିବାର ୨ୟ ସନ୍ଧ୍ୟାରେ ଯୋଗଦେଇ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଶହୀଦ ଭବନରେ ଆୟୋଜିତ ଉତ୍ସବରେ ସତପଥୀ ଅତିଥିଭାବେ ଯୋଗଦେଇ କହିଥିଲେ, ଆଜି ଆମେ ଯାହା କରୁଛୁ ତାହାର ପ୍ରଭାବ ୫୦ କିମ୍ବା ୧୦୦ ବର୍ଷ ପରେ ପଡ଼ିବ। ସର୍ବଦା ଆମେ ଇତିହାସକୁ ଦୋଷ ଦେଇଥାଉ। ହେଲେ ଇତିହାସ ବାବର, ଲାଲ୍‌କିଲା କିମ୍ବା ଅନ୍ୟ କୌଣସିରେ ସୀମିତ ନୁହେଁ। ଆଜି ଆମେ ଯାହା କରୁଛୁ ଆମର ପ୍ରତ୍ୟେକଟି କାର୍ଯ୍ୟରେ ଇତିହାସ ରଚୁଛେ। ୫ଶହ ବର୍ଷ ପରେ ଯେତେବେଳେ ଯୁବପିଢି ଆମକୁ ବୁଲି ଚାହିଁବେ କି ଆମେ କ’ଣ କରିଥିଲୁ, ସେତେବେଳେ ସେମାନେ ଆମ ମାନଙ୍କୁ ପରଖିବେ। ଉକ୍ତ କଥାକୁ ମନରେ ରଖି ଚାଲିବା ସହ ଏକଜୁଟ ଏବଂ ଏକାଠି ହେବା। ଭାରତବର୍ଷରେ ନୂଆ ଢଙ୍ଗର ସମାଜ ଗଠନ କରିବା ଏବଂ ସେ ଦିଗରେ ପିଲାଙ୍କୁ କିଛି ନୂଆ ଶିଖାଇବା ବୋଲି ତଥାଗତ କହିଥିଲେ। ଏହି ଅବସରରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ ଯୋଗଦେଇ ଓଡ଼ିଶୀନୃତ୍ୟ ଓ ସଙ୍ଗୀତର ଭଲ ଦିନ ଆସୁଛି। ଓଡ଼ିଶାର ଯେଉଁ କଳା ରହିଛି ତାହାର ସ୍ବାଦ ସମସ୍ତେ ଚାଖିବା ଆବଶ୍ୟକ। ପାଶ୍ଚାତ୍ୟ ସଂସ୍କୃତିରୁ ଅଧିକ ପ୍ରଭାବିତ ନ ହୋଇ ନିଜ କଳା ସଂସ୍କୃତି ପ୍ରତି ଆଗ୍ରହ ପ୍ରକାଶ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସ୍ବାଗତ ଭାଷଣ ଗୁରୁ ମୀରା ଦାସ ଦେଇଥିବାବେଳେ ମୃତ୍ୟୁଞ୍ଜୟ ନାଥ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଗାୟତ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସନ୍ଧ୍ୟାର ବିଶେଷ ଆକର୍ଷଣ ଭାବରେ ମୁମ୍ବାଇରୁ ଆସିଥିବା ପ୍ରସିଦ୍ଧ ବାଦକ ଜୟନ୍ତ ପଟ୍ଟନାୟକ ଶାସ୍ତ୍ରୀୟ ସଙ୍ଗୀତ ବ୍ୟାଣ୍ଡ ଆସର ଜମାଇଥିଲେ। ଏହାପରେ ଗୁଞ୍ଜନ ପକ୍ଷରୁ ସ୍ବପ୍ନା ଦତ୍ତ ଶ୍ରୀ ଗଣେଶ ଏକକ ନୃତ୍ୟ ପରିବେଷଣ କରିଥିଲେ ା ସ୍ବର୍ଣ୍ଣମୟୀ ବେହେରା ଓ ସ୍ବୀକୃତି ଦାସ ନୃତ୍ୟ କରିବା ପରେ କଲିକତାର ଗୁରୁ ଆଲୋକା କାନୁନ୍‌ଗୋ ଏବଂ ତାଙ୍କ ସାଥୀ ଓଡ଼ିଶା ନୃତ୍ୟ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri