ଖରାପ ନ ହେଉ ସମ୍ପର୍କ

ଭଲ କ୍ୟାରିୟର ପାଇଁ ପରିଶ୍ରମ ତ ନିହାତି ଜରୁରୀ। ଏହା ସହିତ ଅଫିସରେ ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ହୋଇଥାଏ। ନଚେତ ଏକ ସୁସ୍ଥ ପରିବେଶରେ କାମ କରିବା ଅତ୍ୟନ୍ତ କଷ୍ଟକର। ଏହି ଦୃଷ୍ଟିରୁ ବିଚାର କଲେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରଖିବା ଏକ ବ୍ୟକ୍ତିଗତ କଳା। ମାତ୍ର କେବେକେବେ ଭୁଲ୍‌ ବୁଝାମଣା ହେଉ ଅଥବା କୌଣସି ମତଭେଦ କାରଣରୁ ସହକର୍ମୀଙ୍କ ସହିତ ସମ୍ପର୍କ ଖରାପ ହୋଇଯାଏ। ଏଭଳି ସ୍ଥିତିରେ କୌଣସି ଭୁଲ୍‌ ପଦକ୍ଷେପ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଅଫିସରେ ଏଭଳି ପରିସ୍ଥିତି କ୍ୟାରିୟର ଉପରେ ବି ପ୍ରଭାବ ପକାଇପାରେ। ତେଣୁ ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରଖିବା ନିହାତି ଜରୁରୀ। କୌଣସି କାରଣରୁ ଯଦି ସମ୍ପର୍କ ଖରାପ ହୋଇଥାଏ ତା’ହେଲେ କୌଣସି ଭୁଲ୍‌ ପଦକ୍ଷେପ ନିଅନ୍ତୁ ନାହିଁ। ନଚେତ୍‌ ସମ୍ପର୍କ ଆହୁରି ଖରାପ ହୋଇପାରେ। ସେଥିପାଇଁ ସତର୍କ ରହିବାକୁ ହେବ।
ଅଭିଯୋଗ କରନ୍ତୁ ନାହିଁ: ସହକର୍ମୀଙ୍କ ସହିତ ଯଦି କୌଣସି କଥାକୁ ନେଇ ଅବା କାମ ପାଇଁ କେବେ ମତଭେଦ ହୋଇଥାଏ ତେବେ ସେନେଇ ସିନିୟରଙ୍କ ଆଗରେ ଭୁଲ୍‌ରେ ବି ଅଭିଯୋଗ କରନ୍ତୁ ନାହିଁ। ବରଂ ଉଭୟ ମିଳିମିଶି କଥାବାର୍ତ୍ତା ହୋଇ ପରସ୍ପର ମଧ୍ୟରେ ଥିବା ଭୁଲ୍‌ ବୁଝାମଣାକୁ ଦୂର କରନ୍ତୁ। ଅଭିଯୋଗ କରିବା ଫଳରେ କୌଣସି ସମାଧାନ ବାହାରିବା ବଦଳରେ ସମ୍ପର୍କ ଆହୁରି ଖରାପ ହୋଇପାରେ। ତେଣୁ ଏଭଳି ସ୍ଥିତିରେ ଆପଣ ଅଭିଯୋଗ କରିବା ବଦଳରେ ସମାଧାନର ରାସ୍ତା କଥା ହିଁ ଚିନ୍ତା କରନ୍ତୁ।
ସିଧା କଥା ହୁଅନ୍ତୁ: ଯଦି କୌଣସି ସହକର୍ମୀଙ୍କ ସହ ଆପଣଙ୍କର ମତଭେଦ ହୋଇଥାଏ ତେବେ ସେନେଇ ତାଙ୍କ ସହିତ ସିଧା କଥା ହୁଅନ୍ତୁ। ଅଫିସରେ ସମସ୍ତେ ବନ୍ଧୁ ହୋଇ ନ ଥାନ୍ତି। ତେଣୁ ଅନ୍ୟ କେହି ଆପଣଙ୍କ ସମ୍ପର୍କକୁ ନେଇ ହୁଏତ ଫାଇଦା ଉଠାଇବାକୁ ଚେଷ୍ଟା କରିପାରନ୍ତି। ସିଧାସଳଖ କଥା ହେବା ଫଳରେ ଆପଣ ପରସ୍ପର ମଧ୍ୟରେ ଥିବା ମତଭେଦର କାରଣକୁ ବୁଝିପାରିବେ। ଆଉ ଯଦି କୌଣସି କାରଣରୁ ଭୁଲ୍‌ ବୁଝାମଣା ଦୂର ହୋଇପାରି ନାହିଁ ତେବେ ସମ୍ପର୍କ ଅଧିକ ଖରାପ ତ ହେବ ନାହିଁ ବରଂ ଆପଣ ସମାଧାନ ପାଇଁ ଯେଉଁ ଚେଷ୍ଟା କରିଛନ୍ତି ତା’ର ପ୍ରଭାବ କେବେ ନା କେବେ ନିଶ୍ଚୟ ପଡ଼ିବ।
ଚର୍ଚ୍ଚା କରନ୍ତୁ ନାହିଁ: ଅଫିସରେ ଅନ୍ୟମାନଙ୍କ ଆଗରେ ଏହାକୁ ନେଇ କୌଣସି ପ୍ରକାରର ଚର୍ଚ୍ଚା କରିବା ଠିକ୍‌ ନୁହେଁ। ଏପରି କରିବା ଫଳରେ ଅଫିସ ଗସିପ୍‌ ଧୀରେ ଧୀରେ ବଢ଼ିଥାଏ। ପ୍ରଭାବରେ ସମ୍ପର୍କ ଭଲ ହେବା ବଦଳରେ ଆହୁରି ଖରାପ ହୋଇଥାଏ। ବେଳେବେଳେ ଅନ୍ୟମାନେ ଏହି ସ୍ଥିତିରୁ ଫାଇଦା ନେବାକୁ ବି ପଛାନ୍ତି ନାହିଁ।
ନୈତିକତା ରଖନ୍ତୁ: ସହକର୍ମୀଙ୍କ ସହିତ ମତଭେଦ ହୋଇଥିଲେ ବି ନିଜ ନୈତିକତାକୁ ଭୁଲିଯିବା ଆଦୌ ଠିକ୍‌ ନୁହେଁ। ନିଜ ବିବେକ ଓ ନୈତିକତା ଆଧାରରେ ଅଫିସିଆଲ୍‌ ସମ୍ପର୍କକୁ ଭୁଲନ୍ତୁ ନାହିଁ। ଦରକାର ସମୟରେ ତାଙ୍କୁ ସାହାଯ୍ୟ ବି କରନ୍ତୁ। ଅଫିସ କାମ ଦୃଷ୍ଟିରୁ ଯଦି ଆବଶ୍ୟକ ହୁଏ ଆପଣ କଥାବାର୍ତ୍ତା କରନ୍ତୁ ଏବଂ ତାଙ୍କ ସହିତ ମତଭେଦ ହୋଇଥିବା ନେଇ ଅନ୍ୟ କାହାକୁ ବି ଅନୁଭବ କରିବାକୁ ଦିଅନ୍ତୁ ନାହିଁ। କୌଣସି ସମୟରେ ବି ତାଙ୍କ ପ୍ରତି ଆକ୍ଷେପ କରି କିଛି କଥା କୁହନ୍ତୁ ନାହିଁ ଏବଂ କୌଣସି ପ୍ରକାରର ଅପଶବ୍ଦ ପ୍ରୟୋଗ କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?