ଖରାପ ନ ହେଉ ସମ୍ପର୍କ

ଭଲ କ୍ୟାରିୟର ପାଇଁ ପରିଶ୍ରମ ତ ନିହାତି ଜରୁରୀ। ଏହା ସହିତ ଅଫିସରେ ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ହୋଇଥାଏ। ନଚେତ ଏକ ସୁସ୍ଥ ପରିବେଶରେ କାମ କରିବା ଅତ୍ୟନ୍ତ କଷ୍ଟକର। ଏହି ଦୃଷ୍ଟିରୁ ବିଚାର କଲେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରଖିବା ଏକ ବ୍ୟକ୍ତିଗତ କଳା। ମାତ୍ର କେବେକେବେ ଭୁଲ୍‌ ବୁଝାମଣା ହେଉ ଅଥବା କୌଣସି ମତଭେଦ କାରଣରୁ ସହକର୍ମୀଙ୍କ ସହିତ ସମ୍ପର୍କ ଖରାପ ହୋଇଯାଏ। ଏଭଳି ସ୍ଥିତିରେ କୌଣସି ଭୁଲ୍‌ ପଦକ୍ଷେପ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଅଫିସରେ ଏଭଳି ପରିସ୍ଥିତି କ୍ୟାରିୟର ଉପରେ ବି ପ୍ରଭାବ ପକାଇପାରେ। ତେଣୁ ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରଖିବା ନିହାତି ଜରୁରୀ। କୌଣସି କାରଣରୁ ଯଦି ସମ୍ପର୍କ ଖରାପ ହୋଇଥାଏ ତା’ହେଲେ କୌଣସି ଭୁଲ୍‌ ପଦକ୍ଷେପ ନିଅନ୍ତୁ ନାହିଁ। ନଚେତ୍‌ ସମ୍ପର୍କ ଆହୁରି ଖରାପ ହୋଇପାରେ। ସେଥିପାଇଁ ସତର୍କ ରହିବାକୁ ହେବ।
ଅଭିଯୋଗ କରନ୍ତୁ ନାହିଁ: ସହକର୍ମୀଙ୍କ ସହିତ ଯଦି କୌଣସି କଥାକୁ ନେଇ ଅବା କାମ ପାଇଁ କେବେ ମତଭେଦ ହୋଇଥାଏ ତେବେ ସେନେଇ ସିନିୟରଙ୍କ ଆଗରେ ଭୁଲ୍‌ରେ ବି ଅଭିଯୋଗ କରନ୍ତୁ ନାହିଁ। ବରଂ ଉଭୟ ମିଳିମିଶି କଥାବାର୍ତ୍ତା ହୋଇ ପରସ୍ପର ମଧ୍ୟରେ ଥିବା ଭୁଲ୍‌ ବୁଝାମଣାକୁ ଦୂର କରନ୍ତୁ। ଅଭିଯୋଗ କରିବା ଫଳରେ କୌଣସି ସମାଧାନ ବାହାରିବା ବଦଳରେ ସମ୍ପର୍କ ଆହୁରି ଖରାପ ହୋଇପାରେ। ତେଣୁ ଏଭଳି ସ୍ଥିତିରେ ଆପଣ ଅଭିଯୋଗ କରିବା ବଦଳରେ ସମାଧାନର ରାସ୍ତା କଥା ହିଁ ଚିନ୍ତା କରନ୍ତୁ।
ସିଧା କଥା ହୁଅନ୍ତୁ: ଯଦି କୌଣସି ସହକର୍ମୀଙ୍କ ସହ ଆପଣଙ୍କର ମତଭେଦ ହୋଇଥାଏ ତେବେ ସେନେଇ ତାଙ୍କ ସହିତ ସିଧା କଥା ହୁଅନ୍ତୁ। ଅଫିସରେ ସମସ୍ତେ ବନ୍ଧୁ ହୋଇ ନ ଥାନ୍ତି। ତେଣୁ ଅନ୍ୟ କେହି ଆପଣଙ୍କ ସମ୍ପର୍କକୁ ନେଇ ହୁଏତ ଫାଇଦା ଉଠାଇବାକୁ ଚେଷ୍ଟା କରିପାରନ୍ତି। ସିଧାସଳଖ କଥା ହେବା ଫଳରେ ଆପଣ ପରସ୍ପର ମଧ୍ୟରେ ଥିବା ମତଭେଦର କାରଣକୁ ବୁଝିପାରିବେ। ଆଉ ଯଦି କୌଣସି କାରଣରୁ ଭୁଲ୍‌ ବୁଝାମଣା ଦୂର ହୋଇପାରି ନାହିଁ ତେବେ ସମ୍ପର୍କ ଅଧିକ ଖରାପ ତ ହେବ ନାହିଁ ବରଂ ଆପଣ ସମାଧାନ ପାଇଁ ଯେଉଁ ଚେଷ୍ଟା କରିଛନ୍ତି ତା’ର ପ୍ରଭାବ କେବେ ନା କେବେ ନିଶ୍ଚୟ ପଡ଼ିବ।
ଚର୍ଚ୍ଚା କରନ୍ତୁ ନାହିଁ: ଅଫିସରେ ଅନ୍ୟମାନଙ୍କ ଆଗରେ ଏହାକୁ ନେଇ କୌଣସି ପ୍ରକାରର ଚର୍ଚ୍ଚା କରିବା ଠିକ୍‌ ନୁହେଁ। ଏପରି କରିବା ଫଳରେ ଅଫିସ ଗସିପ୍‌ ଧୀରେ ଧୀରେ ବଢ଼ିଥାଏ। ପ୍ରଭାବରେ ସମ୍ପର୍କ ଭଲ ହେବା ବଦଳରେ ଆହୁରି ଖରାପ ହୋଇଥାଏ। ବେଳେବେଳେ ଅନ୍ୟମାନେ ଏହି ସ୍ଥିତିରୁ ଫାଇଦା ନେବାକୁ ବି ପଛାନ୍ତି ନାହିଁ।
ନୈତିକତା ରଖନ୍ତୁ: ସହକର୍ମୀଙ୍କ ସହିତ ମତଭେଦ ହୋଇଥିଲେ ବି ନିଜ ନୈତିକତାକୁ ଭୁଲିଯିବା ଆଦୌ ଠିକ୍‌ ନୁହେଁ। ନିଜ ବିବେକ ଓ ନୈତିକତା ଆଧାରରେ ଅଫିସିଆଲ୍‌ ସମ୍ପର୍କକୁ ଭୁଲନ୍ତୁ ନାହିଁ। ଦରକାର ସମୟରେ ତାଙ୍କୁ ସାହାଯ୍ୟ ବି କରନ୍ତୁ। ଅଫିସ କାମ ଦୃଷ୍ଟିରୁ ଯଦି ଆବଶ୍ୟକ ହୁଏ ଆପଣ କଥାବାର୍ତ୍ତା କରନ୍ତୁ ଏବଂ ତାଙ୍କ ସହିତ ମତଭେଦ ହୋଇଥିବା ନେଇ ଅନ୍ୟ କାହାକୁ ବି ଅନୁଭବ କରିବାକୁ ଦିଅନ୍ତୁ ନାହିଁ। କୌଣସି ସମୟରେ ବି ତାଙ୍କ ପ୍ରତି ଆକ୍ଷେପ କରି କିଛି କଥା କୁହନ୍ତୁ ନାହିଁ ଏବଂ କୌଣସି ପ୍ରକାରର ଅପଶବ୍ଦ ପ୍ରୟୋଗ କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri