ଆପଣ ଏସବୁ ପାସଓ୍ବାର୍ଡ ରଖିଛନ୍ତି କି, ତୁରନ୍ତ ବଦଳାନ୍ତୁ: ନଚେତ୍‌…

ନୂଆଦିଲ୍ଲୀ,୨୦।୧୧: ୨୦୨୦ର ସବୁଠୁ ଦୁର୍ବଳ ପାସୱାର୍ଡର ତାଲିକା ପ୍ରକାଶ ପାଇଛି। ଏଥିରେ କେତେଥର ପାସୱାର୍ଡ ଲିକ ହୋଇଛି କିମ୍ବା କେତେ ଥର ବ୍ୟବହାର କରାଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ଦିଆଯାଇଛି। ଏକ ରିପୋର୍ଟ ଅନୁଯାୟୀ, ସହଜରେ ମନେ ରଖିବା ପାଇଁ ଅଧିକାଂଶ ଲୋକ ସାଧାରଣ ପାସୱାର୍ଡ ବ୍ୟବହାର କରନ୍ତି। କିନ୍ତୁ ଏହିପରି ପାସୱାର୍ଡଗୁଡ଼ିକ ଅତି ସହଜରେ ହ୍ୟାକ୍‌ ହୁଏ। ଚଳିତ ବର୍ଷର ସବୁଠାରୁ ଲୋକପ୍ରିୟ ପାସୱାର୍ଡଗୁଡ଼ିକ ହେଉଛି 123456 ଏବଂ 123456789। ଏହି ପାସୱାର୍ଡ ଗୁଡିକୁ ହ୍ୟାକର୍ସ ଏକ ସେକେଣ୍ଡରୁ କମ ସମୟ ମଧ୍ୟରେ ହ୍ୟାକ୍‌ କରିପାରନ୍ତି। 123456789 ବ୍ୟତୀତ ଏହି ତାଲିକାରେ password ଏବଂ ୧୨୩୪୫୬୭୮ ପରି ବହୁତ ଦୁର୍ବଳ ଏବଂ ଖରାପ ପାସୱାର୍ଡ ଅଛି। ଲୋକମାନଙ୍କ ଦ୍ୱାରା ଏହା ସର୍ବାଧିକ ବ୍ୟବହୃତ ହୋଇଛି। ଏଠାରେ ସମ୍ପୂର୍ଣ୍ଣ ତାଲିକା ଯାଞ୍ଚ କରନ୍ତୁ
1. 123456
2. 123456789
3. picture1
4. password
5. 12345678
6. 111111
7. 123123
8. 12345
9. 1234567890
10. senha
11. 1234567
12. qwerty
13. abc123
14. Million2
15. 000000
16. 1234
17. iloveyou
18. aaron431
19. password1
20. qqww1122
ଏହା ବ୍ୟତୀତ, 123, omgpop, 123321, 654321 ଏବଂ iloveyou ମଧ୍ୟ ସବୁଠାରୁ ସାଧାରଣ ପାସୱାର୍ଡ। ଯଦି ଆପଣ ମଧ୍ୟ ଏହି ପାସୱାର୍ଡ ମଧ୍ୟରୁ ଗୋଟିଏ ବ୍ୟବହାର କରନ୍ତି, ତୁରନ୍ତ ଏହାକୁ ପରିବର୍ତ୍ତନ କରନ୍ତୁ। କାରଣ ଏପରି ପରିସ୍ଥିତିରେ ଆପଣ ଯେକୌଣସି ସମୟରେ ହ୍ୟାକିଂର ଶିକାର ହୋଇପାରିବେ। ପାସୱାର୍ଡ ରଖିବାବେଳେ ମିଶ୍ରିତ ଅକ୍ଷର ବ୍ୟବହାର କରନ୍ତୁ। ଉପର କେସ, ଲୋୟର କେସ, ସ୍ବତନ୍ତ୍ର ବର୍ଣ୍ଣଗୁଡିକ ମିଶ୍ରଣ କରି ରାଣ୍ଡମ ପାସୱାର୍ଡ ସୃଷ୍ଟି କରନ୍ତୁ। ଶକ୍ତିଶାଳୀ ପାସୱାର୍ଡ ପାଇଁ ଆପଣ ପାସୱାର୍ଡ ଜେନେରେଟର ଉପକରଣ ମଧ୍ୟ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri