ଆପଣ ଏସବୁ ପାସଓ୍ବାର୍ଡ ରଖିଛନ୍ତି କି, ତୁରନ୍ତ ବଦଳାନ୍ତୁ: ନଚେତ୍‌…

ନୂଆଦିଲ୍ଲୀ,୨୦।୧୧: ୨୦୨୦ର ସବୁଠୁ ଦୁର୍ବଳ ପାସୱାର୍ଡର ତାଲିକା ପ୍ରକାଶ ପାଇଛି। ଏଥିରେ କେତେଥର ପାସୱାର୍ଡ ଲିକ ହୋଇଛି କିମ୍ବା କେତେ ଥର ବ୍ୟବହାର କରାଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ଦିଆଯାଇଛି। ଏକ ରିପୋର୍ଟ ଅନୁଯାୟୀ, ସହଜରେ ମନେ ରଖିବା ପାଇଁ ଅଧିକାଂଶ ଲୋକ ସାଧାରଣ ପାସୱାର୍ଡ ବ୍ୟବହାର କରନ୍ତି। କିନ୍ତୁ ଏହିପରି ପାସୱାର୍ଡଗୁଡ଼ିକ ଅତି ସହଜରେ ହ୍ୟାକ୍‌ ହୁଏ। ଚଳିତ ବର୍ଷର ସବୁଠାରୁ ଲୋକପ୍ରିୟ ପାସୱାର୍ଡଗୁଡ଼ିକ ହେଉଛି 123456 ଏବଂ 123456789। ଏହି ପାସୱାର୍ଡ ଗୁଡିକୁ ହ୍ୟାକର୍ସ ଏକ ସେକେଣ୍ଡରୁ କମ ସମୟ ମଧ୍ୟରେ ହ୍ୟାକ୍‌ କରିପାରନ୍ତି। 123456789 ବ୍ୟତୀତ ଏହି ତାଲିକାରେ password ଏବଂ ୧୨୩୪୫୬୭୮ ପରି ବହୁତ ଦୁର୍ବଳ ଏବଂ ଖରାପ ପାସୱାର୍ଡ ଅଛି। ଲୋକମାନଙ୍କ ଦ୍ୱାରା ଏହା ସର୍ବାଧିକ ବ୍ୟବହୃତ ହୋଇଛି। ଏଠାରେ ସମ୍ପୂର୍ଣ୍ଣ ତାଲିକା ଯାଞ୍ଚ କରନ୍ତୁ
1. 123456
2. 123456789
3. picture1
4. password
5. 12345678
6. 111111
7. 123123
8. 12345
9. 1234567890
10. senha
11. 1234567
12. qwerty
13. abc123
14. Million2
15. 000000
16. 1234
17. iloveyou
18. aaron431
19. password1
20. qqww1122
ଏହା ବ୍ୟତୀତ, 123, omgpop, 123321, 654321 ଏବଂ iloveyou ମଧ୍ୟ ସବୁଠାରୁ ସାଧାରଣ ପାସୱାର୍ଡ। ଯଦି ଆପଣ ମଧ୍ୟ ଏହି ପାସୱାର୍ଡ ମଧ୍ୟରୁ ଗୋଟିଏ ବ୍ୟବହାର କରନ୍ତି, ତୁରନ୍ତ ଏହାକୁ ପରିବର୍ତ୍ତନ କରନ୍ତୁ। କାରଣ ଏପରି ପରିସ୍ଥିତିରେ ଆପଣ ଯେକୌଣସି ସମୟରେ ହ୍ୟାକିଂର ଶିକାର ହୋଇପାରିବେ। ପାସୱାର୍ଡ ରଖିବାବେଳେ ମିଶ୍ରିତ ଅକ୍ଷର ବ୍ୟବହାର କରନ୍ତୁ। ଉପର କେସ, ଲୋୟର କେସ, ସ୍ବତନ୍ତ୍ର ବର୍ଣ୍ଣଗୁଡିକ ମିଶ୍ରଣ କରି ରାଣ୍ଡମ ପାସୱାର୍ଡ ସୃଷ୍ଟି କରନ୍ତୁ। ଶକ୍ତିଶାଳୀ ପାସୱାର୍ଡ ପାଇଁ ଆପଣ ପାସୱାର୍ଡ ଜେନେରେଟର ଉପକରଣ ମଧ୍ୟ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?