ନୂର ମୁକଦ୍ଦମ୍‌: ପୌରୁଷତ୍ୱର ପୁନର୍ବିଚାର

ଇସ୍‌ଲାମାବାଦ,୨୯ା୭ :ପାକିସ୍ତାନରେ ପ୍ରତ୍ୟହ ମହିଳା ବିରୋଧୀ ଅପରାଧ ସାମ୍ନାକୁ ଆସିଥାଏ। କିନ୍ତୁ ନୂର ମୁକଦ୍ଦମ୍‌ଙ୍କ ନୃଶଂସ ହତ୍ୟାର କାହାଣୀ କେବଳ ପାକିସ୍ତାନକୁ ଥରାଇ ଦେଇନାହିଁ, ବରଂ ସାରା ବିଶ୍ୱର ସଭ୍ୟ ସମାଜକୁ ବିଚଳିତ କରିଛି। ପୂର୍ବରୁ ଏଭଳି ହତ୍ୟାକାଣ୍ଡ କେବେ ଦେଖାଯାଇ ନ ଥିଲା। ସନ୍ଦିଗ୍ଧ ହତ୍ୟାକାରୀଙ୍କ ବିରୋଧରେ ଅଭିଯୋଗ ହେଉଛି ସେ ନୂରଙ୍କ ଗଳାକାଟି ମାରିଦେଇଛନ୍ତି। ଅଭିଯୁକ୍ତ ଜଣକ ତାଙ୍କ ସମ୍ପର୍କୀୟ ଏବଂ ଉଭୟେ ପରସ୍ପରକୁ ପିଲାବେଳୁ ଜାଣିଥିଲେ। ନୂରଙ୍କ ହତ୍ୟା ଭଳି ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଲେ ଅନେକ ସମୟରେ ସମାଜ ସମ୍ପୃକ୍ତ ଅପରାଧୀଙ୍କୁ ଜଣେ ‘ସାଇକୋ’ (ମାନସିକ ବିକାରଗ୍ରସ୍ତ) କିମ୍ବା ‘ମୋନ୍‌ଷ୍ଟର’ (ରାକ୍ଷସ) ବୋଲି ଅଭିହିତ କରିଥାଏ। ଏଭଳି ବିଚାରଧାରା ଯୋଗୁ ସମାଜରେ ଘୃଣ୍ୟ ଅପରାଧ ବଢ଼ି ଚାଲିଛି। ନୂରଙ୍କ ହତ୍ୟା ପାଇଁ ସୃଷ୍ଟି ହୋଇଥିବା ସ୍ଥିତି ଲାଗି ସମାଜର ଏପରି ମାନସିକତା ହିଁ ଦାୟୀ ।

ପାକିସ୍ତାନୀ ଝିଅ ନୂର ମୁକଦ୍ଦମଙ୍କ ହତ୍ୟା ଅତ୍ୟନ୍ତ ଭୟଙ୍କର ହୋଇଥିଲେ ମଧ୍ୟ ଲୋକେ ଦୈନନ୍ଦିନ ଭିତ୍ତିରେ ଏଭଳି ଘଟଣା ସମ୍ପର୍କରେ ପଢ଼ି ଅଭ୍ୟସ୍ତ ହୋଇଗଲେଣି। ନୂରଙ୍କ ପୂର୍ବରୁ କୁର୍ତୁଲେନ୍‌, ତାଙ୍କ ପୂର୍ବରୁ ସୈମା ଏବଂ ସୈମାଙ୍କ ପୂର୍ବରୁ କ୍ରୋଧିତ ପୁରୁଷଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ଅଗଣିତ ମହିଳାଙ୍କ ମୁଣ୍ଡ ଗଡ଼ିଛି। ସେମାନେ ପ୍ରତିଦିନ ଖବରକାଗଜର ଶିରୋନାମା ସାଉଣ୍ଟିବାରେ ଲାଗିଛନ୍ତି। ଯେତେବେଳେ ବି ଏପରି ମାମଲା ସାମ୍ନାକୁ ଆସିଥାଏ, ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥାଏ। ହ୍ୟାଶ୍‌ଟ୍ୟାଗ୍‌ ଟ୍ରେଣ୍ଡ୍‌ କରିବାରେ ଲାଗିଥାଏ। ନାରୀବାଦୀ ବିଭିନ୍ନ ସହରରେ ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ କରିଥାଆନ୍ତି। ଅନେକେ ହତ୍ୟାକାରୀଙ୍କୁ ସର୍ବସାଧାରଣରେ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଦାବି କରୁଥିବାବେଳେ ଉଦାରବାଦୀ ଓ ପ୍ରଗତିଶୀଳ ବ୍ୟକ୍ତିମାନେ ମହିଳାଙ୍କ ସୁରକ୍ଷା ଲାଗି କଠୋରରୁ କଠୋର ଆଇନ ପ୍ରଣୟନ ପାଇଁ ଓକିଲାତି କରନ୍ତି। କିଛି ଦିନ ପରେ ସେହି ଜନାକ୍ରୋଶ ପୁଣି ନରମ ପଡ଼ିଯାଏ। ଲୋକେ ନିଜ ନିଜ କାମରେ ଲାଗିଯାଆନ୍ତି ପୁଣି ଏକ ଅନୁରୂପ ଘଟଣା ସାମ୍ନାକୁ ଆସିବା ଯାଏ, ଆଉ ଜଣେ ମହିଳା ହତ୍ୟାର ଶିକାର ହେବା ପର୍ଯ୍ୟନ୍ତ।
ଏଭଳି ଘଟଣା ଘଟିଲେ ପ୍ରତି ଥର ମହିଳାମାନେ କ୍ଷୋଭ ଓ ନୈରାଶ୍ୟ ବ୍ୟକ୍ତ କରନ୍ତି। ସମାଜରେ ଲିଙ୍ଗଗତ ହିଂସା ବ୍ୟାପକ ହେବାରେ ଲାଗିଥିବାବେଳେ ସେମାନଙ୍କ ମଧ୍ୟରୁ କେତେଜଣ ଏଭଳି ଘଟଣାକୁ ଏକ ବ୍ୟତିକ୍ରମ ବୋଲି ଅଭିହିତ କରିଥାଆନ୍ତି। ଏହାକୁ ନେଇ ଅନେକ ପୁରୁଷ କହିଥାଆନ୍ତି, ‘ସବୁ ପୁରୁଷ ଏପରି ନୁହନ୍ତି’। ଏଭଳି ଯୁକ୍ତିକୁ ନେଇ ମହିଳାମାନଙ୍କଠାରେ କ୍ରୋଧ ବଢ଼ିଥାଏ। ସମାଜରେ ପୁରୁଷଙ୍କଠାରେ ଶାରୀରିକ, ମନସ୍ତାତ୍ତ୍ୱିକ ଓ ଆବେଗିକ ଏପରି କି ଆର୍ଥିକ କାରଣରୁ ହିଂସ୍ର ସଂସ୍କୃତି ବଢ଼ିବାରେ ଲାଗିଥିବା ମହିଳାମାନେ କହିଥାଆନ୍ତି। ଅନେକ ପୁରୁଷ ହତ୍ୟାକାରୀ କିମ୍ବା ବଳାତ୍କାରୀ ହୋଇ ନ ପାରନ୍ତି, କିନ୍ତୁ ଏହି ପ୍ରକାର ହିଂସ୍ର ଅପରାଧ ଘଟିଚାଲିବା ବ୍ୟବସ୍ଥାଗତ ସମସ୍ୟାର ଏକ ଅଂଶ ପାଲଟିଯାଇଛି। ଏହା ଏଭଳି ଏକ ପ୍ରସଙ୍ଗ, ଯାହାକୁ ଅଷ୍ଟ୍ରେଲୀୟ ସମାଜବିଜ୍ଞାନୀ ଆର୍‌.ଡବ୍ଲ୍ୟୁ କୋନ୍ନେଲ ପୌରୁଷତ୍ୱ ଚିନ୍ତାଧାରାର ‘ଜେଣ୍ଡର ଅର୍ଡର’ କହିଥାଆନ୍ତି। ତାଙ୍କ ମତରେ ପୌରୁଷତ୍ୱର ପୁନର୍ବିଚାର ଜରୁରୀ।
ପୁରୁଷ ସେମାନଙ୍କଠାରୁ ଅପେକ୍ଷାକୃତ ଦୁର୍ବଳ ମହିଳାମାନଙ୍କ ବିରୋଧରେ ଶାରୀରିକ ହିଂସା ଭିଆଉ ନ ଥିଲେ ହେଁ ଘଟିଚାଲିଥିବା ଘଟଣାଗୁଡ଼ିକର ସଂଖ୍ୟା ବି କମ୍‌ ନୁହେଁ। ଲିଙ୍ଗଗତ ସମାନତା ପାଇଁ କାର୍ଯ୍ୟ କରୁଥିବା ଜାତିସଂଘ ସଂସ୍ଥା ୟୁଏନ୍‌ ଓମେନ୍‌ ଅନୁସାରେ ପାକିସ୍ତାନର ଏକଚତୁର୍ଥାଂଶ ମହିଳା ନିଜ ଜୀବନକାଳ ମଧ୍ୟରେ ସାଥୀଙ୍କଠାରୁ ଶାରୀରିକ କିମ୍ବା ଯୌନଗତ ଉତ୍ପୀଡ଼ନର ଶିକାର ହୋଇଥାନ୍ତି। ୟୁରୋପୀୟ ତଥା ଉତ୍ତର ଆମେରିକୀୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଏହା କମ୍‌ ବୋଲି ଅନେକ ପାକିସ୍ତାନୀ ପୁରୁଷ ସଗର୍ବେ କହିଥାନ୍ତି। ଅନେକ ସମୟରେ ଭୟ ଓ ଲୋକଲଜ୍ଜା ଯୋଗୁ ଏଭଳି ଘଟଣା ଲୋକଲୋଚନକୁ ଆସି ନ ଥାଏ। ଏପରି କି ଅନେକ ମହିଳା ନିଜ ସ୍ବାମୀ କିମ୍ବା ପରିବାରର ପୁରୁଷ ସଦସ୍ୟଙ୍କ ଦ୍ୱାରା ଘଟାଯାଉଥିବା ଏପରି ହିଂସାକୁ ସହି ସହି ଅଭ୍ୟସ୍ତ ହୋଇଗଲେଣି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଯୁକ୍ତି ବାଢ଼ନ୍ତି, ମହିଳାମାନଙ୍କ ପରିଧାନ ତଥା ଚାଲିଚଳଣ ଯୋଗୁ ପୁରୁଷମାନେ ବଳାତ୍କାର ଓ ହିଂସା ଭିଆଇବା ପାଇଁ ପ୍ରେରିତ ହୁଅନ୍ତି। ଇମ୍ରାନ୍‌ଙ୍କ ଏହି ଯୁକ୍ତି ପ୍ରତିବାଦରେ ଦେଶର ମହିଳାମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି।

ମାମଲା କ’ଣ?

୨୭ ବର୍ଷୀୟା ନୂର ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞ ଶୌକତ ମୁକଦ୍ଦମ୍‌ଙ୍କ ଝିଅ। ଜୁଲାଇ ୨୦ ତାରିଖରେ ରାଜଧାନୀ ଇସ୍‌ଲାମାବାଦର କଡ଼ାସ୍ଥିତ ପୋଶ୍‌ ଏଫ୍‌-୭ ଏରିଆର କୋହସାର ଥାନାକୁ ଜଣେ ସ୍ଥାନୀୟ ଯୁବକଙ୍କ ଫୋନ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ପୋଲିସକୁ ଅପରାଧ ଓ ଘଟଣାସ୍ଥଳ ସମ୍ପର୍କରେ କହିଥିଲେ। ପୋଲିସ ସେଠାରେ ପହଞ୍ଚତ୍ ଦେଖିବାକୁ ପାଇଥିଲା ଯେ, କେତେଜଣ ଲୋକ ସନ୍ଦିଗ୍ଧ ଜାହିର ଜାକିର ଜାଫରଙ୍କୁ ଦଉଡ଼ିରେ ବାନ୍ଧି ରଖିଛନ୍ତି। ନୂରଙ୍କୁ ଅଭିଯୁକ୍ତ ହତ୍ୟା କରିବା ପରେ ସେହି ଲୋକମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ନୂରଙ୍କ ବାପା ଶୌକତ ମୁକଦ୍ଦମ୍‌ ଓ ତାଙ୍କ ସ୍ତ୍ରୀଙ୍କ ଅଭିଯୋଗକ୍ରମେ ମାମଲା ଦାଏର ହୋଇଛି। ସେମାନଙ୍କ କହିବା ହେଲା, ଝିଅ ନୂରଙ୍କୁ ଜୁଲାଇ ୧୯ ରାତିରେ ହିଁ ଅପହରଣ କରାଯାଇଥିଲା। ଇଦ୍‌ ପାଇଁ କିଣାକିଣି କରି ଘରକୁ ଫେରିବା ପରେ ଝିଅ ନ ଥିବା ଦେଖି ମୁକଦ୍ଦମ୍‌ ଦମ୍ପତି ତାଙ୍କୁ ଫୋନ୍‌ କରିଥିଲେ। କିନ୍ତୁ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। କିଛି ସମୟ ପରେ ନୂର ନିଜ ମାତାପିତାଙ୍କୁ ଫୋନ୍‌ କରି କହିଥିଲେ, ସେ କେତେଜଣ ସାଙ୍ଗଙ୍କ ସହ ଲାହୋର ଯାଉଛନ୍ତି। ଦିନେ ଦୁଇଦିନ ଭିତରେ ଫେରିବେ। ନୂରଙ୍କ ବାପାଙ୍କ ପାଖକୁ ପରଦିନ ଅପରାହ୍ନରେ ଏକ ଫୋନ୍‌ କଲ୍‌ ଆସିଥିଲା। ତାହା ଜାହିର ଜାକିର ଜାଫରଙ୍କଠାରୁ ଆସିଥିଲା। ଜାହିରଙ୍କ ପରିବାରକୁ ଶୌକତ ବହୁ ପୂର୍ବରୁ ଜାଣିଥିଲେ। ଜାହିର ତାଙ୍କ ସହ ନୂର ନ ଥିବା କହିଥିଲେ। କିଛି ଘଣ୍ଟା ପରେ ଶୌକତଙ୍କ ଘର ନିକଟ କୋହସାର ଥାନାରୁ ଫୋନ୍‌ ଆସିଥିଲା। ପୋଲିସ କହିଥିଲା, ଆପଣଙ୍କ ଝିଅଙ୍କୁ ହତ୍ୟା କରାଯାଇଛି। ହତ୍ୟା କରାଯାଇଥିବା ସ୍ଥାନକୁ ପୋଲିସ ଶୌକତଙ୍କୁ ନେଇଯାଇଥିଲା। ସେଠାରେ ନୂରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲେ। ମୃତଦେହଠାରୁ ବିଚ୍ଛିନ୍ନ ହୋଇ ଗଡ଼ୁଥିଲା ନୂରଙ୍କ ମୁଣ୍ଡ।

ଜାହିର କିଏ?

ଜାହିର ଜାକିର ଜାଫର ହେଉଛନ୍ତି ଜଣାଶୁଣା ବ୍ୟବସାୟୀ ଜାକିର ଜାଫର ଓ ଅସ୍ମତ ଆଦମଜୀ ଜାଫରଙ୍କ ପୁଅ। ପାର୍ଟିଗୁଡ଼ିକରେ ସାମିଲ ହେଉଥିବା ଜଣେ ସୋସିଆଲାଇଟ୍‌ ଭାବେ ଲୋକେ ତାଙ୍କୁ ଜାଣନ୍ତି। ଜାହିର ବାପାଙ୍କ କନ୍‌ଷ୍ଟ୍ରକ୍‌ଶନ୍‌ କମ୍ପାନୀରେ ଡାଇରେକ୍ଟର ଭାବେ କାମ କରୁଥିଲେ। ସେ ନିଶାସକ୍ତ ଥିଲେ। ଇସ୍‌ଲାମାବାଦରେ ଥିବା ଥେରାପି ଓ୍ବାର୍କ୍ସ ନାମକ ଏକ ଡ୍ରଗ୍ସ ରିହାବିଲିଟେଶନ୍‌ ସେଣ୍ଟରରେ ତାଙ୍କର ଚିକିତ୍ସା ଚାଲିଥିଲା। ଇତିମଧ୍ୟରେ ଜାହିରଙ୍କ ମା’ବାପାଙ୍କୁ ମଧ୍ୟ ପୋଲିସ ହାତକୁ ନେଇଛି। ଦୁହେଁ ଏହି ଅପରାଧରେ ପୁଅଙ୍କୁ ସହଯୋଗ କରିଥିବା କୁହାଯାଉଛି। ପୁଅର ଏହି କାଣ୍ଡ ସମ୍ପର୍କରେ ଜାଣିବା ପରେ ଉଭୟେ ତାଙ୍କୁ ବଞ୍ଚାଇବା ପାଇଁ ଥେରାପି ଚିକିତ୍ସା କେନ୍ଦ୍ରକୁ ଫୋନ୍‌ କରି ଅପରାଧ ଲୁଚାଇବାକୁ ଉଦ୍ୟମ କରିଥିଲେ। ଏପରି କି ପୁଅଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବା ସେମାନେ ବାହାନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

୨ ଅଧିନାୟକଙ୍କ ସାଇଲେଣ୍ଟ ୱାର୍‌: କ୍ରିକେଟ ମହଲରେ ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ,୧୦।୧୦: କ୍ରିକେଟ ପଡ଼ିଆରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସାଧାରଣତଃ ବାକ୍‌ଯୁଦ୍ଧ କିମ୍ବା ସ୍ଲେଜିଂ ଦେଖିବାକୁ ମିଳେନାହିଁ। କିନ୍ତୁ ଚଳିତ ଗସ୍ତକୁ ନେଇ ଦୁଇ ଦଳର ଅଧିନାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?