ରାଜପଥ ପାର୍ଶ୍ୱରେ ପୁଣି ଖୋଲିଲା ଆମିଷ ବଜାର

ଭୁବନେଶ୍ୱର, ୧୮।୩ (ବ୍ୟୁରୋ): ଉଠାଦୋକାନୀ ଏବଂ ବିଏମ୍‌ସି, ବିଡିଏ ମଧ୍ୟରେ ଚାଲିଥିବା ଛକାପଞ୍ଝାର ସ୍ଥାୟୀ ସମାଧାନ ବାହାରି ପାରୁନାହିଁ। ଉଠାଦୋକାନୀମାନେ ଯେଉଁଠି ପାରୁଛନ୍ତି ସେଠି ବେପାର ଜମାଇ ଦେଉଛନ୍ତି। ଅପରପକ୍ଷେ ବର୍ଷବର୍ଷ ଧରି ଦୋକାନ ଦେଇ ପରିବାର ଚଳାଉଥିବା ଉଠାଦୋକାନୀଙ୍କୁ ବିନା ଥଇଥାନରେ ବିଏମ୍‌ସି ବେସାହାରା କରି ଦେଉଛି। ଯାହାକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଉଛି। ଶୁକ୍ରବାର ପୁନର୍ବାର କଳ୍ପନା ଛକ ନିକଟରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ଉଠାଦୋକାନୀଙ୍କୁ ହଟାଇବାକୁ ଆସିଥିବା ଟିମ୍‌ ପ୍ରାଇଡ୍‌କୁ ନାକେଦମ୍‌ ହେବାକୁ ପଡିଥିଲା। ରାଜମହଲରୁ କଳ୍ପନା ରାସ୍ତା କଡ଼ରେ ଥିବା ବିଏମ୍‌ସି ଭେଣ୍ଡିଂଜୋନ୍‌ ପାଖରେ ରହିଥିବା ଉଠାଦୋକାନ ଉଚ୍ଛେଦ କରିବାକୁ ଯାଇଥିବାବେଳେ ସେମାନଙ୍କୁ ଦୋକାନୀମାନେ ଘେରି ଯାଇଥିଲେ। ପାଟିତୁଣ୍ଡ ହେବା ସହ କେତେଜଣ ବ୍ୟବସାୟୀ ରାସ୍ତା ମଝିରେ ବସି ଉଚ୍ଛେଦକୁ ବିରୋଧ କରିଥିଲେ। ଏହାଦ୍ୱାରା ପ୍ରାୟ ୧ଘଣ୍ଟା ଧରି ରାସ୍ତା ଜାମ୍‌ ରହିବା ସହ ଗାଡ଼ିମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୋକାନୀମାନଙ୍କୁ ବୁଝାଶୁଝା କରିଥିଲା। ସେହିପରି ଉଚ୍ଛେଦକାରୀ ଟିମ୍‌କୁ ଫେରିବାକୁ ପଡିଥିଲା। ମାତ୍ର ପୁଣିଥରେ ସନ୍ଧ୍ୟାରେ ସମ୍ପୃକ୍ତ ଦୋକାନ ଉଚ୍ଛେଦ କରିବାକୁ ଟିମ୍‌ ପହଞ୍ଚତ୍ବା ପରେ ଦୋକାନୀମାନେ ସେମାନଙ୍କୁ ବାଡେଇବାକୁ ଗୋଡାଇଥିଲେ। ଫଳରେ ପୁନର୍ବାର ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡିଥିଲା। ତେବେ ବିଶ୍ୱକପ୍‌ ହକି ଥିବାରୁ ସହରରୁ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ଏଥିସହ ହକି ପରେ ସେମାନେ ପୁନର୍ବାର ସେଠାରେ ବେପାର କରି ପାରିବେ ବୋଲି କୁହାଯାଇଥିଲା। ମାତ୍ର ହକି ପରେ ବି ସେମାନଙ୍କୁ ଉଚ୍ଛେଦ କରାଯାଉଥିବାରୁ ବ୍ୟବସାୟୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ ସାହୁ କହିଛନ୍ତି, ଅପରାଜିତା ଷଡ଼ଙ୍ଗୀ କମିଶନର ଥିବା ସମୟରେ ଦୋକାନୀମାନେ ସେହି ଖାଲ ଯାଗାକୁ ପୋତି ବେପାର କରୁଛନ୍ତି। ପ୍ରାୟ ୮୩ଜଣ ଉଠାଦୋକାନୀ ସେଠାରେ ବସୁଥିବାବେଳେ ତରଭୁଜ, ଛତୁଠାରୁ ଆରମ୍ଭ କରି ଅନ୍ୟାନ୍ୟ ଫଳ ବିକ୍ରି କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛିଜଣ ଟଲି ରଖି ସେଠାରେ ବେପାର କରି ପରିବାର ଚଳାଉଛନ୍ତି। ବିଏମ୍‌ସି ଉଠାଦୋକାନୀଙ୍କୁ ଉଠାଇ ସେଠାରେ ଥିବା ଏକ ବସ୍ତ୍ରାଳୟ ପାଇଁ ପାର୍କିଂ ବ୍ୟବସ୍ଥା କରିବାକୁ ଯୋଜନା କରୁଛି। ସମ୍ପୃକ୍ତ ବସ୍ତ୍ରାଳୟ ମାଲିକଙ୍କ ଠାର ଟଙ୍କା ନେଇ ଏତେ ସଂଖ୍ୟକ ଗରିବଙ୍କ ପେଟକୁ ଲାତ ମାରୁଛି। ଏହାକୁ ଜମାରୁ ବରଦାସ୍ତ କରାଯିବ ନାହିଁ। ଯଦି ବିଏମ୍‌ସି ଆଗକୁ ଏଭଳି କାର୍ଯ୍ୟ ଜାରି ରଖେ ତେବେ ପୁନର୍ବାର ଉଠାଦୋକାନୀମାନେ ରାସ୍ତାକୁ ଓହ୍ଲାଇବା ସହ ଏହାର ଉଚିତ୍‌ ଜବାବ ଦେବେ ବୋଲି ପ୍ରତାପ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri