ରାଜପଥ ପାର୍ଶ୍ୱରେ ପୁଣି ଖୋଲିଲା ଆମିଷ ବଜାର

ଭୁବନେଶ୍ୱର, ୧୮।୩ (ବ୍ୟୁରୋ): ଉଠାଦୋକାନୀ ଏବଂ ବିଏମ୍‌ସି, ବିଡିଏ ମଧ୍ୟରେ ଚାଲିଥିବା ଛକାପଞ୍ଝାର ସ୍ଥାୟୀ ସମାଧାନ ବାହାରି ପାରୁନାହିଁ। ଉଠାଦୋକାନୀମାନେ ଯେଉଁଠି ପାରୁଛନ୍ତି ସେଠି ବେପାର ଜମାଇ ଦେଉଛନ୍ତି। ଅପରପକ୍ଷେ ବର୍ଷବର୍ଷ ଧରି ଦୋକାନ ଦେଇ ପରିବାର ଚଳାଉଥିବା ଉଠାଦୋକାନୀଙ୍କୁ ବିନା ଥଇଥାନରେ ବିଏମ୍‌ସି ବେସାହାରା କରି ଦେଉଛି। ଯାହାକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଉଛି। ଶୁକ୍ରବାର ପୁନର୍ବାର କଳ୍ପନା ଛକ ନିକଟରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ଉଠାଦୋକାନୀଙ୍କୁ ହଟାଇବାକୁ ଆସିଥିବା ଟିମ୍‌ ପ୍ରାଇଡ୍‌କୁ ନାକେଦମ୍‌ ହେବାକୁ ପଡିଥିଲା। ରାଜମହଲରୁ କଳ୍ପନା ରାସ୍ତା କଡ଼ରେ ଥିବା ବିଏମ୍‌ସି ଭେଣ୍ଡିଂଜୋନ୍‌ ପାଖରେ ରହିଥିବା ଉଠାଦୋକାନ ଉଚ୍ଛେଦ କରିବାକୁ ଯାଇଥିବାବେଳେ ସେମାନଙ୍କୁ ଦୋକାନୀମାନେ ଘେରି ଯାଇଥିଲେ। ପାଟିତୁଣ୍ଡ ହେବା ସହ କେତେଜଣ ବ୍ୟବସାୟୀ ରାସ୍ତା ମଝିରେ ବସି ଉଚ୍ଛେଦକୁ ବିରୋଧ କରିଥିଲେ। ଏହାଦ୍ୱାରା ପ୍ରାୟ ୧ଘଣ୍ଟା ଧରି ରାସ୍ତା ଜାମ୍‌ ରହିବା ସହ ଗାଡ଼ିମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୋକାନୀମାନଙ୍କୁ ବୁଝାଶୁଝା କରିଥିଲା। ସେହିପରି ଉଚ୍ଛେଦକାରୀ ଟିମ୍‌କୁ ଫେରିବାକୁ ପଡିଥିଲା। ମାତ୍ର ପୁଣିଥରେ ସନ୍ଧ୍ୟାରେ ସମ୍ପୃକ୍ତ ଦୋକାନ ଉଚ୍ଛେଦ କରିବାକୁ ଟିମ୍‌ ପହଞ୍ଚତ୍ବା ପରେ ଦୋକାନୀମାନେ ସେମାନଙ୍କୁ ବାଡେଇବାକୁ ଗୋଡାଇଥିଲେ। ଫଳରେ ପୁନର୍ବାର ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡିଥିଲା। ତେବେ ବିଶ୍ୱକପ୍‌ ହକି ଥିବାରୁ ସହରରୁ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ଏଥିସହ ହକି ପରେ ସେମାନେ ପୁନର୍ବାର ସେଠାରେ ବେପାର କରି ପାରିବେ ବୋଲି କୁହାଯାଇଥିଲା। ମାତ୍ର ହକି ପରେ ବି ସେମାନଙ୍କୁ ଉଚ୍ଛେଦ କରାଯାଉଥିବାରୁ ବ୍ୟବସାୟୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ ସାହୁ କହିଛନ୍ତି, ଅପରାଜିତା ଷଡ଼ଙ୍ଗୀ କମିଶନର ଥିବା ସମୟରେ ଦୋକାନୀମାନେ ସେହି ଖାଲ ଯାଗାକୁ ପୋତି ବେପାର କରୁଛନ୍ତି। ପ୍ରାୟ ୮୩ଜଣ ଉଠାଦୋକାନୀ ସେଠାରେ ବସୁଥିବାବେଳେ ତରଭୁଜ, ଛତୁଠାରୁ ଆରମ୍ଭ କରି ଅନ୍ୟାନ୍ୟ ଫଳ ବିକ୍ରି କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛିଜଣ ଟଲି ରଖି ସେଠାରେ ବେପାର କରି ପରିବାର ଚଳାଉଛନ୍ତି। ବିଏମ୍‌ସି ଉଠାଦୋକାନୀଙ୍କୁ ଉଠାଇ ସେଠାରେ ଥିବା ଏକ ବସ୍ତ୍ରାଳୟ ପାଇଁ ପାର୍କିଂ ବ୍ୟବସ୍ଥା କରିବାକୁ ଯୋଜନା କରୁଛି। ସମ୍ପୃକ୍ତ ବସ୍ତ୍ରାଳୟ ମାଲିକଙ୍କ ଠାର ଟଙ୍କା ନେଇ ଏତେ ସଂଖ୍ୟକ ଗରିବଙ୍କ ପେଟକୁ ଲାତ ମାରୁଛି। ଏହାକୁ ଜମାରୁ ବରଦାସ୍ତ କରାଯିବ ନାହିଁ। ଯଦି ବିଏମ୍‌ସି ଆଗକୁ ଏଭଳି କାର୍ଯ୍ୟ ଜାରି ରଖେ ତେବେ ପୁନର୍ବାର ଉଠାଦୋକାନୀମାନେ ରାସ୍ତାକୁ ଓହ୍ଲାଇବା ସହ ଏହାର ଉଚିତ୍‌ ଜବାବ ଦେବେ ବୋଲି ପ୍ରତାପ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ରଥ ଭଙ୍ଗା

ପୁରୀ ଅଫିସ, ୨୬ା୭: ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ମଧ୍ୟରୁ ଶୁକ୍ରବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା ଆରମ୍ଭ ହୋଇଛିି। ଭୋଇ ସର୍ଦ୍ଦାର ରବି...

ଆଜିଠୁ ଲଘୁଚାପ ବର୍ଷା

ଭୁବନେଶ୍ୱର,୨୭। ୭(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ବାଂଲାଦେଶ ଉପକୂଳରେ ମଙ୍ଗଳବାର ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମଙ୍ଗଳବାର ରାତିରୁ...

ବାତ୍ୟା ଆଶ୍ରୟସ୍ଥଳ ମରାମତିକୁ ନେଇ ବିଧାନସଭାରେ ଉଦ୍‌ବେଗ: ମରାମତି ପାଇଁ ଅଡିଟ୍‌ ହେଉଛି: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ଉପକୂଳବର୍ତ୍ତୀ ଜିଲାଗୁଡିକରେ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଗଲାଣି। ସେଥିରୁ କେତେକ ବିପଦସଙ୍କୁଳ ଅବସ୍ଥାରେ ରହିଛି। ମରାମତି ଅଭାବରୁ...

ଅଗଷ୍ଟ ୯ରୁ ୭୫ କି.ମି. ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ବର,୨୫।୭(ବ୍ୟୁରୋ): ଦେଶ ସ୍ବାଧୀନତାର ୭୫ବର୍ଷ ପୁରୁଥିବାରୁ କଂଗ୍ରେସ ପ୍ରତି ଜିଲାରେ ୭୫ କିଲୋମିଟର ପଦଯାତ୍ରା କରିବ। ଏଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଅଗଷ୍ଟ...

ଓଭରବ୍ରିଜ୍‌ ତଳୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଖାରବେଳ ନଗର ଥାନା ପୋଲିସ ସତ୍ୟନଗର ଅଞ୍ଚଳରେ ଚଢାଉ କରି ଓଭରବ୍ରିଜ୍‌ ତଳୁ ୫.୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ...

ରାମ ମନ୍ଦିର କନଫରେନ୍ସ ହଲ୍ ସିଲ୍‌

ଭୁବନେଶ୍ୱର,୭।୪(ବ୍ୟୁରୋ): ଭୁବନେଶ୍ୱର ଜନପଥ ସ୍ଥିତ ରାମ ମନ୍ଦିର ପରିସରରେ ଥିବା କନଫରେନ୍ସ ହଲକୁ ବୁଧବାର ବିଏମ୍‌ସି ସିଲ୍‌ କରିଛି। କୋଭିଡ୍‌ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍‌...

ମାର୍ଚ୍ଚ ୩୧ ସୁଦ୍ଧା ଗାଡିରେ ଲାଗିବ ଟ୍ରାକିଂ ଡିଭାଇସ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ସବୁ ବଡ ଗାଡିରେ ଲୋକେସନ ଟ୍ରାକିଂ ଡିଭାଇସ ଏବଂ ପାନିକ ବଟନ ଲାଗିବ। ଏ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ...

ଭୁବନେଶ୍ୱର ଡମଣା ଅଞ୍ଚଳରୁ ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୮।୬(ବ୍ୟୁରୋ): ସୋମବାର ଖୋର୍ଦ୍ଧା ଜିଲାରୁ ଚିହ୍ନଟ ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଜଣେ ରହିଛନ୍ତି। ଆକ୍ରାନ୍ତ ଜଣଙ୍କ ଡମଣା ଅଞ୍ଚଳର ୨୫ ବର୍ଷୀୟ...

Advertisement
Archives

Model This Week