ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଆତଙ୍କରାଜ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ସୀମା ଟପିଛି। ଶୁକ୍ରବାର ଅପରାହ୍ନରେ ୫ ଗାଡିରେ ୧୦ରୁ ଅଧିକ ଅଣଛାତ୍ର ପହଞ୍ଚତ୍ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଛନ୍ତି। ଭୟରେ ଛାତ୍ରୀଛାତ୍ର ଦୌଡ଼ି ଜୀବନ ବଞ୍ଚାଇଥିବାବେଳେ ଯେଉଁମାନେ ପ୍ରତିବାଦ କରିଛନ୍ତି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। ଏପିରିକି ସମ୍ପୃକ୍ତ ଅଣଛାତ୍ରମାନେ କେତେଜଣ ଛାତ୍ରଙ୍କ ଉପରକୁ ଖଣ୍ଡା ଫୋପାଡ଼ିଥିଲେ ମଧ୍ୟ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶେଷରେ ଗାଡ଼ିଗୁଡିକୁ ଭଙ୍ଗା ରୁଜା କରି ଦୀର୍ଘ ସମୟ ଧରି ଉତ୍ପାତ କରିଥିଲେ। ଏମାନଙ୍କ ମଧ୍ୟରେ ଜଣେ ନିଜକୁ କର୍ପୋରେଟର ପୁଅ ବୋଲି କହିବା ସହ ମୋର କିଏ କ’ଣ କରିବ କହି ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ସେ ଅଣଛାତ୍ରଙ୍କ ସହ ମିଶି ପ୍ରାୟ ୨୦ ମିନିଟ୍‌ ଧରି ଆତଙ୍କ ଖେଳାଇଥିଲେ। ସେ ଉକ୍ତ ବିଶ୍ୱବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏର ଚତୁର୍ଥ ବର୍ଷର ଛାତ୍ର ବୋଲି ଜଣାପଡିଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିଜର ଦବ୍‌ଦବା ଦେଖାଇବା ପାଇଁ ଅଣଛାତ୍ରଙ୍କୁ ଧରି ଏଭଳି ଆତଙ୍କ ସୃଷ୍ଟି କରିଥିବା ସୂଚନା ମିଳିଛି। କମେଣ୍ଟମରାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଜଣାପହିଛି। କେତେଜଣ ଛାତ୍ର ଶହୀଦନଗର ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ଆତଙ୍କ ଖେଳାଉଥିବା ଅଣଛାତ୍ରମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ତେବେ ଏହାର ପ୍ରତିବାଦରେ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। ଅଭିଯୁକ୍ତଙ୍କୁ ଗିରଫ ନ ହେବା ଯାଏ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏଥିସହ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ସିସିଟିଭି ଲଗାଇବାକୁ ଦାବି କରିଥିଲେ। ପୋଲିସ ବୁଝାଶୁଝା କରି ଖୁବ୍‌ଶୀଘ୍ର ଆତଙ୍କ ଖେଳାଉଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ୩ଜଣ ଯୁବକଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ପୋଲିସ ପକ୍ଷରୁ ସୂଚନା ପାଇବା ପରେ ଛାତ୍ରମାନେ ଧାରଣାରୁ ଉଠିଥିଲେ।
ଆନ୍ଦୋଳନକାରୀ ଛାତ୍ରଙ୍କ ସୂଚନାନୁଯାୟୀ, ଉତ୍କଳ ବିଶ୍ୱବଦ୍ୟାଳୟ କ୍ୟାମ୍ପସ ପରିସରରେ ଦୀର୍ଘଦିନ ଧରି ଅଣଛାତ୍ରମାନେ ମନ ଇଚ୍ଛା ପ୍ରବେଶ କରୁଛନ୍ତି। କେତେଜଣ ଛାତ୍ର ମଧ୍ୟ ସେମାନଙ୍କ ସହ ସାମିଲ ହୋଇ ଶିକ୍ଷାୟତନକୁ ଆଡ୍ଡାସ୍ଥଳରେ ପରିଣତ କରିଛନ୍ତି। ଝିଅଙ୍କୁ କମେଣ୍ଟ ମାରି ହଇରାଣ କରିବା ଦଳ ଦଳ ହୋଇ ମଦ ପିଉଛନ୍ତି। ଯୁବକ ଏକାଠି ହୋଇ ନିଶାସେବନ କରି ଉତ୍ପାତ କରିବା ନେଇ ପ୍ରାୟ ସମୟରେ ଅଭିଯୋଗ ହୋଇ ଆସୁଛି। ଛାତ୍ରଛାତ୍ରୀଙ୍କ ପକ୍ଷରୁ ବାରମ୍ବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଅଭିଯୋଗକୁ ଆଦୌ ଗୁରୁତ୍ୱ ଦେଉ ନ ଥିବାରୁ ଶୁକ୍ରବାର ଏଭଳି ଘଟଣା ଘଟିଲା ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି। ଅଣଛାତ୍ରମାନେ ପୂର୍ବାହ୍ନରେ କ୍ୟାମ୍ପସ ପରିସରେ ଜଣେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ଛାତ୍ରୀଙ୍କୁ କମେଣ୍ଟ ମାରିବାରୁ ଉପସ୍ଥିତ ଛାତ୍ରମାନେ ବିରୋଧ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଛାତ୍ରଗୋଷ୍ଠୀ ଓ ଅଣଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଥିଲା। ହେଲେ ଅପରାହ୍ନରେ ଅଣଛାତ୍ରମାନେ ସଂଘବଦ୍ଧ ହୋଇ ପୁଣି କ୍ୟାମ୍ପସକୁ ଆସି ଛାତ୍ରୀମାନଙ୍କୁ କମେଣ୍ଟ ମାରିବା ସହ ଏପରି ଆତଙ୍କ ଖେଳାଇଥିଲେ। ଘଟଣା ପରଠାରୁ ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ ହୋଇ ରହିଥିବାବେଳେ ଛାତ୍ରୀଛାତ୍ରମାନେ ଭୟଭୀତ ହୋଇପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?