Posted inଜାତୀୟ

ସରୁନି ଦୁଃଖ: ତାମିଲ୍‌ନାଡୁ ମୁହାଁ ସାମୁଦ୍ରିକ ଝଡ଼ ‘ବୁରେଭି’

ଚେନ୍ନାଇ,୨।୧୨: ଗତ ସପ୍ତାହରେ ସାମୁଦ୍ରିକ ଝଡ଼ ‘ନିଭାର’ ଯୋଗୁ ତାମିଲନାଡୁ, କେରଳ, ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏବେ ପୁଣି ବଙ୍ଗୋପସାଗରରେ ସାମ୍ରଦିକ ଝଡ଼ ‘ବୁରେଭି’ ଧୀରେଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଡିସେମ୍ବର ୩ ସକାଳେ ଏହା କନ୍ୟାକୁମାରୀ ପାଖରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଡିସେମ୍ବର ୪ରେ ଏହା ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ କହିଛି। ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବା ପୂର୍ବରୁ ଏହୀ ସାମୁଦ୍ରିକ ଝଡ଼ ଅଧିକ ଶକ୍ତିଶାଳୀ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଡିସେମ୍ବର ୩ ସକାଳଠାରୁ ତାମିଲନାଡୁ ଏବଂ କେରଳର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସାମୁଦ୍ରିକ ଝଡ଼ ‘ବୁରେଭି’କୁ ଦୃଷ୍ଟିରେ ରଖି ଥିରୁଭାନନ୍ତପୁରମ୍‌ ଜିଲା ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଝଡ଼ର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନ୍‌ଡିଆର୍‌ଏଫ୍‌ ଦଳଙ୍କୁ ସଜାଗ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ଜେଲ୍‌ରେ ୩୫୯ କଏଦୀ କରୋନା ପଜିଟିଭ୍‌

ଥିରୁଭାନନ୍ତପୁରମ,୧୬।୮: କେରଳର ଥିରୁଭାନନ୍ତପୁରମରେ ଥିବା ସେଣ୍ଟ୍ରାଲ ଜେଲରେ ଗତ ସପ୍ତାହ ମଧ୍ୟରେ ୩୫୦ରୁ ଅଧିକ କଏଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଜଣେ ବିଚାରାଧୀନ କଏଦିଙ୍କ କରୋନାରେ...

ଅର୍ଥମନ୍ତ୍ରୀ କ’ଣ ଆଭୋକାଡୋ ଖାଉଛନ୍ତି: ଚିଦାମ୍ବରମ

ନୂଆଦିଲ୍ଲୀ,୫।୧୨: ଜାମିନ ମିଳିବାର ଗୋଟିଏ ଦିନ ପରେ ସଂସଦରେ ଉପସ୍ଥିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ। ଏବେ ପିଆଜ...

ଏକ୍‌ଜିଟ୍‌ ପୋଲ ବାସ୍ତବିକ ପରିଣାମ ନୁହେଁ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୫: ରବିବାର ପ୍ରକାଶ ପାଇଥିବା ଏକ୍‌ଜିଟ୍‌ ପୋଲ ବାସ୍ତବିକ ପରିଣାମ ନୁହେଁ ବୋଲି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ। ‘ଆମକୁ ବୁଝିବା ଦରକାର ଯେ, ଏକ୍‌ଜିଟ୍‌ ପୋଲ...

ଆଧାର ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୯ା୭(ପି.ଟି.): ଆଧାର ସଂଶୋଧନ ବିଲ୍‌ ସୋମବାର ପାର୍ଲାମେଣ୍ଟରେ ଗୃହୀତ ହୋଇଛି। ଫଳରେ ଜଣେ ଚାହିଁଲେ ବ୍ୟାଙ୍କ ଖାତା ଖୋଲିବା ଏବଂ ମୋବାଇଲ ସିମ୍‌ କାର୍ଡ କିଣିବାରେ...

କଂଗ୍ରେସକର୍ମୀଙ୍କୁ ଗୋଡ଼େଇ ପିଟିଲେ ପୋଲିସ

ଭୋପାଳ, ୨୩।୧: କୃଷି ଆଇନ ନେଇ ଦେଶରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଶନିବାର ମଧ୍ୟାହ୍ନରେ କୃଷି ଆଇନକୁ ବିରୋଧ କରି କଂଗ୍ରେସକର୍ମୀମାନେ ଜବାହର ଛକରୁ...

ବିବାହର ୩ଦିନ ପରେ କନ୍ୟା ସାଜିଲେ ଲୁଟେରା

ଲକ୍ଷ୍ନୌ,୨୩।୭: ବିବାହ ପରେ ଘରକୁ ବଧୂ ଆସିଲେ ପରିବାରରେ ହସଖୁସିର ମାହୋଲ ଖେଳିଯାଏ। ବୋହୁଙ୍କୁ ଘରର ଲକ୍ଷ୍ମୀପ୍ରତିମା ଭାବି ପରିବାରର ମୁରବି ତାଙ୍କୁ ଘରର ସମସ୍ତ...

ଟୁଇଟର୍‌କୁ ଆଉ ମିଳିବନି ଆଇନଗତ ସୁରକ୍ଷା…

ନୂଆଦିଲ୍ଲୀ,୧୬।୬: ଭାରତରେ ଏଣକି ଟୁଇଟର୍‌କୁ ଆଉ ଆଇନଗତ ସୁରକ୍ଷା ମିଳିବନି। ନୂଆ ଆଇଟି ଆଇନର ପାଳନ ନ କରିବାକୁ ଭାରତ ସରକାର ଉପଲବ୍ଧ ଆଇନଗତ ସୁରକ୍ଷା...

ନୂଆ ଅବତାରରେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୮।୧୧: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏବେ ନୂଆ ଅବତାରରେ ଦେଖିବାକୁ ମିଳିବ। ଅଭିନେତ୍ରୀରୁ କେନ୍ଦ୍ର ମନ୍ତ୍ରୀ ହୋଇଥିବା ସ୍ମୃତି ଏବେ ଲେଖାଲେଖିରେ ମନୋନିବେଶ କରିଛନ୍ତି।...

Advertisement
Archives

Model This Week