ତଦନ୍ତରେ ଅସହଯୋଗ, ଶାଶୁଘର ଲୋକଙ୍କୁ ନୋଟିସ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ନବବଧୂ ପ୍ରଜ୍ଞାପାରମିତା ସ୍ବାଇଁଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ। ଶାଶୁଘର ଲୋକଙ୍କ ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ଭାଇ ଅଭିଯୋଗ କରିଥିଲେ। ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଶାଶୁଘର ଲୋକେ ତଦନ୍ତରେ ସହଯୋଗ କରୁ ନ ଥିବାରୁ ମଞ୍ଚେଶ୍ୱର ଥାନା ପକ୍ଷରୁ ସେମାନଙ୍କୁ ନୋଟିସ କରାଯାଇଛି। ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ପ୍ରଜ୍ଞାଙ୍କ ସ୍ବାମୀ ପ୍ରଶାନ୍ତ ପାତ୍ର, ଶାଶୁ ଓ ନଣନ୍ଦଙ୍କୁ ପୋଲିସ ଡାକିଛି। ଏପଟେ ପ୍ରଜ୍ଞାଙ୍କ ବ୍ୟବଚ୍ଛେଦ ରିପୋର୍ଟ ପ୍ରସ୍ତୁତ ହୋଇସାରିଛି। ଶ୍ୱାସରୁଦ୍ଧରୁ ତାଙ୍କର ମୃତ୍ୟୁ ଘଟିଥିବା ସେଥିରେ ଉଲ୍ଲେଖ ରହିଛି। ତେବେ ଉକ୍ତ ରିପୋର୍ଟ ହସ୍ତଗତ ହୋଇ ନ ଥିବା ମଞ୍ଚେଶ୍ୱର ଥାନା ପକ୍ଷରୁ କୁହାଯାଇଛି। ପ୍ରଜ୍ଞାଙ୍କ ଶାଶୁଘର ଲୋକଙ୍କୁ ପଚରାଉଚରା ସହ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ପଟିଆ ଜଗନ୍ନାଥ ନଗରର ପ୍ରଶାନ୍ତଙ୍କୁ ନିଆଳିର ପ୍ରଜ୍ଞାପାରମିତା ଜୁନ ୮ରେ ବିବାହ କରିଥିଲେ। ବିବାହର ୧୨ଦିନ ପରେ କ୍ୟାନସର ହୋଇଥିବା କହି ଶାଶୁ, ନଣନ୍ଦ ଓ ସ୍ବାମୀ ନିର୍ଯାତନା ଦେବା ସହ ଘରୁ ବାହାରି ଯିବାକୁ କହିଥିଲେ। ଫଳରେ ଜିଜିପି କଲୋନୀସ୍ଥିତ ଭଡାଘରେ ରହୁଥିବା ଭାଇ ପ୍ରିୟବ୍ରତ ଜୁନ ୨୦ରେ ପ୍ରଜ୍ଞାଙ୍କୁ ନିଜ ପାଖକୁ ନେଇ ଆସିଥିଲେ। ଏକ ଘରୋଇ ହସ୍ପିଟାଲରେ ତାଙ୍କର ସମସ୍ତ ପରୀକ୍ଷାନିରୀକ୍ଷା ହୋଇଥିଲା। ହେଲେ ତାଙ୍କର କ୍ୟାନ୍‌ସର ହୋଇ ନ ଥିବା ଡାକ୍ତର କହିଥିଲେ। ସାମନ୍ୟ ଦାନ୍ତ ପୋକ ଯୋଗୁ ପାଟିରେ ସମସ୍ୟା ହୋଇଥିବା କହିଥିଲେ। ଏନେଇ ଶାଶୁଘର ଲୋକଙ୍କୁ ପ୍ରଜ୍ଞା ଜଣାଇବା ପାଇଁ ବାରମ୍ବାର ଫୋନ କରିଥିଲେ ମଧ୍ୟ କିଛି ଉତ୍ତର ମିଳି ନ ଥିଲା। ଶାଶୁଘରକୁ ଫେରିବା ଆଶା ହରାଇ ପ୍ରଜ୍ଞା ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ। ଭାଇ ଘରେ ନ ଥିବାବେଳେ ପ୍ରଜ୍ଞା ଆତ୍ମହତ୍ୟା କରିଥିଲେ। ଭାଇ ପ୍ରିୟବ୍ରତଙ୍କ ଅଭିଯୋଗକ୍ରମେ ମଞ୍ଚେଶ୍ୱର ଥାନା ପୋଲିସ ଆଇପିସି ଦଫା ୩୦୬,୪୯୮(କ) ,୩୪ ରେ ଏକ ମାମଲା (ନଂ.୨୮୦/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri