ସୋନାକ୍ଷୀଙ୍କ ବିରୋଧରେ ଜାମିନ ବିହୀନ ଓ୍ବାରେଣ୍ଟ…

ମୁରାଦାବାଦ୍‌, ୫।୩ : ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ କୋର୍ଟ ଏକ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଉତ୍ତରପ୍ରଦେଶର ମୋରାଦାବାଦ୍‌ର ଏସିଜେଏମ୍‌-୪ କୋର୍ଟଙ୍କ ପକ୍ଷରୁ ଏହି ୱାରେଣ୍ଟ ଜାରି କରାଯାଇଛି। କ୍ରମାଗତ ଭାବରେ କୋର୍ଟରେ ହାଜର ନହେବା କାରଣରୁ ୱାରେଣ୍ଟ ଜାରି କରାଯାଇଥିବା କୁହାଯାଇଛି।

ମୋରାଦାବାଦ୍‌ର ପ୍ରମୋଦ ଶର୍ମା ୨୦୧୮ରେ ସୋନାକ୍ଷୀ ସିହ୍ନାଙ୍କ ସମେତ ପାଞ୍ଚ ଜଣଙ୍କ ବିରୋଧରେ କଟଘର ପୋଲିସ ଷ୍ଟେଶନରେ ୩୬ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ନେଇ ମାମଲା ଦାୟର କରିଥିଲେ। ସୋନାକ୍ଷୀ ସିହ୍ନାଙ୍କୁ ଗିରଫ କରି ଏପ୍ରିଲ ୨୪ ରେ କୋର୍ଟରେ ହାଜର କରିବାକୁ ପୋଲିସଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୪ ଏପ୍ରିଲରେ ହେବ।

ପ୍ରମୋଦ ଶର୍ମା ଅଭିଯୋଗ କରିଛନ୍ତି ଯେ ଚୁକ୍ତିନାମା କରିବା ପରେ ମଧ୍ୟ ସୋନାକ୍ଷୀ ସିହ୍ନା ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିନାହାଁନ୍ତି, ଯଦିଓ ତାଙ୍କ ବିମାନ ଟିକେଟ ପାଇଁ ଦେୟ ପ୍ରଦାନ କରାଯାଇଛି।

ମୋରାଦାବାଦ୍‌ର କଟଘର ପୋଲିସ ଷ୍ଟେଶନ ଅଞ୍ଚଳରେ ରହୁଥିବା ପ୍ରମୋଦ ଶର୍ମା, ଟ୍ୟାଲେଣ୍ଟ ଫୁଲଓନ ଏବଂ ଏକ୍ସିଡ ଏଣ୍ଟ୍ରଟେନ୍‌ମେଣ୍ଟ୍‌ କମ୍ପାନୀ ମାଧ୍ୟମରେ ଇଣ୍ଡିଆ ଫ୍ୟାଶନ ଏବଂ ବିୟୁଟି ପୁରସ୍କାର ପାଇଁ ସୋନାକ୍ଷୀ ସିହ୍ନାଙ୍କୁ ନିମନ୍ତ୍ରଣ କରିଥିଲେ। ଏହି କାର୍ଯ୍ୟକ୍ରମ ୩୦ ସେପ୍ଟେମ୍ବର ୨୦୧୮ରେ ଦିଲ୍ଲୀର ଶ୍ରୀ ଫୋର୍ଡ ଅଡିଟୋରିୟମରେ ଅନୁଷ୍ଠିତ ହେବାର ଥିଲା।

ସୋନାକ୍ଷୀ ସିହ୍ନା ଏଥିପାଇଁ ସୋସିଆଲ ମିଡିଆରେ ଏକ ପ୍ରମୋଶନ ଭିଡିଓ ମଧ୍ୟ ଜାରି କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆସିବା ପାଇଁ ୨୯ଲକ୍ଷ ୯୨ହଜାର ଟଙ୍କା ତାଙ୍କୁ ଦିଆଯାଇଥିଲା। ୨୦୧୯ ରେ ପ୍ରମୋଦ ଶର୍ମା ଏ ବିଷୟରେ ଅଭିଯୋଗ କରିଥିଲେ, କିନ୍ତୁ ଅଭିଯୋଗର ପଞ୍ଜିକରଣ ନହେବାରୁ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହା ପରେ ଏକ ମାମଲା କଟଘର ଥାନାରେ ରୁଜୁ ହୋଇଥିଲା ।

ମାମଲା ପଞ୍ଜିକରଣ ପରେ ସୋନାକ୍ଷୀ ସିହ୍ନା ଅଗଷ୍ଟ ୧୪ ରେ ମୋରାଦାବାଦକୁ ଆସି ଏହି ମାମଲାରେ ତାଙ୍କ ବୟାନ ରେକର୍ଡ କରିଥିଲେ। ଏକ ହୋଟେଲରେ ଦୁଇ ଘଣ୍ଟା ରହିବା ପରେ ସେ ତାଙ୍କ ବୟାନ ରେକର୍ଡ କରିବା ପରେ ଚାଲିଯାଇଥିଲେ। ପ୍ରମୋଦ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ପୋର୍ଟାଲରେ ଦୁଇଥର ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଧାରା ୪୨୦, ୪୦୬ ଅନ୍ତର୍ଗତ ସାନାକ୍ଷୀ ସିହ୍ନାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?