Posted inଜାତୀୟ

ଅମ୍ରିତ୍‌ପାଲଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା

ଚଣ୍ଡିଗଡ, ୨୩।୩: ପଳାତକ ଖଲିସ୍ତାନୀ ସମର୍ଥକ ତଥା ଓ୍ବାରିସ୍‌ ପଞ୍ଜାବ ଡେ’ ମୁଖ୍ୟ ଅମ୍ରିତ୍‌ପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସ ବୁଧବାର ଲକୁ୍‌ଆଉଟ୍‌ ସର୍କୁଲାର (ଏଲ୍‌ଓସି) ଏବଂ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଛି। ଅଦ୍ୟାବଧି ଅମ୍ରିତପାଲ୍‌ଙ୍କୁ ଗିରଫ କରାଯାଇ ନ ଥିବା ପୋଲିସ ଆଇଜି ସୁଖଚେନ ସିଂ ଗିଲ୍‌ ଖବରଦାତା ସମ୍ମିଳନୀରେ କହିଛନ୍ତି। ଅନ୍ୟପେକ୍ଷ ଅମ୍ରିତ୍‌ପାଲ ପୋଲିସକୁ ବାଟବଣା କରିବା ପାଇଁ ଲଗାତର ନିଜ ବେଶଭୂଷା ପରିବର୍ତ୍ତନ କରୁଥିବା ପୋଲିସ ଅଭିଯୋଗ ଆଣିଥିବାବେଳେ ଏ ନେଇ କିଛି ଫଟୋ ମଧ୍ୟ ଜାରି କରିଛି। ଉଲ୍ଲେଖଯୋଗ୍ୟ, ଜଲନ୍ଧର ଜିଲା ଗୁରୁଦ୍ୱାରରେ ଅମ୍ରିତ୍‌ପାଲ କପଡ଼ା ବଦଳାଯାଇ ଏକ ମୋଟରସାଇକେଲ୍‌ରେ ଯାଉଥିବାର ଭିଡିଓ ପୋଲିସର ହସ୍ତଗତ ହୋଇଛି।

ଅନ୍ୟପକ୍ଷେ ବୁଧବାର ପଞ୍ଜାବ ପୋଲିସ କଲୁପୁର ଖେଳାସ୍ଥିତ ଅମ୍ରିତ୍‌ପାଲ୍‌ଙ୍କ ଘରେ ତାଙ୍କ ସ୍ତ୍ରୀ କିରନଦୀପ କୌର ଏବଂ ମା’ ବଲଓ୍ବିନ୍ଦର କୌରଙ୍କୁ ପଚରାଉଚରା କରିଛି। ଫେବୃୟାରୀ ୧୦ରେ ଅମ୍ରିତପାଲ୍‌ ବ୍ରିଟେନ୍‌ର କିରନଦୀପଙ୍କୁ ବିବାହ କରିଛନ୍ତି। ଅମ୍ରିତପାଲ୍‌ଙ୍କୁ ସମର୍ଥନ କରୁଥିବା ୧୫୦ ସହଯୋଗୀଙ୍କୁ ପଞ୍ଜାବ ପୋଲିସ ଗିରଫ କରିଥିବାବେଳେ ଶିରୋମଣି ଅକାଳୀ ଦଳ ନେତା ସୁଖବିନ୍ଦର ସିଂ ବାଦଲ ସେମାନଙ୍କୁ ନ୍ୟାୟିକ ସହଯୋଗ ଯୋଗାଇବା ସହ ଏ ନେଇ ଏକ ହେଲ୍ପ ଲାଇନ୍‌ ନମ୍ବର ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କାଦେଲା ବୋଲେରୋ, ପୁଣି ପଛପଟୁ ଧକ୍କାଦେଲା ଆଉ ଏକ ଟ୍ରକ୍‌, ତା’ପରେ…

ବଞ୍ଚୋ,୨୪ା୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ରିଙ୍ଗ ରୋଡ୍‌ରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଗୋଟିଏ ବାଇକ୍‌କୁ ଧକ୍କାଦେବା ପରେ ବାଇକ୍‌…

ଶ୍ରମିକମାନେ କାମ କରୁଥିବା ବେଳେ ଭୁଶୁଡ଼ିଲା ଗୋଦାମ, ମୃତ୍ୟୁ ସଂଖ୍ୟା….

କୋଲକାତା,୨୪ା୬: ପଶ୍ଚିମ କୋଲକାତାର ତାରାତାଲା ଅଞ୍ଚଳରେ ଏକ ନିର୍ମାଣାଧୀନ ଗୋଦାମ ବୁଧବାର ଅପରାହ୍ନରେ ହଠାତ୍ ଭୁଶୁଡ଼ିଲା । ଭଗ୍ନାବଶେଷ ତଳେ ପ୍ରାୟ ୫୦-୬୦ ଜଣ ଫସି ରହିଛନ୍ତି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଛୁରାମାଡ଼ ପରେ…

ପଦ୍ମପୁର,୨୪ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ବୁଡେନ ଥାନା ଅନ୍ତର୍ଗତ ଗଡ଼ଭାଟି ଗ୍ରାମର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ଛୁରାମାଡ଼ କରାଯାଇଥିବା ଅଭିଯୋଗରେ ବୁଡେନ ଥାନାରେ ଏକ…

ଘାଟିରେ ଓଲଟିଲା ଟ୍ରକ୍‌: ତଳେ ଚାପି ହୋଇ ଚାଲିଗଲା ଜଣଙ୍କ ଜୀବନ, ଦୁଇ ଗୁରୁତର

ମୋହନା,୨୪ା୬(ମନ୍ମଥ ମିଶ୍ର): ଘାଟିରେ ଓଲଟିଲା ଟ୍ରକ୍‌, ଦୁର୍ଘଟଣାରେ ଟ୍ରକ୍‌ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ପଶ୍ଚିମବଙ୍ଗର…

ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନଙ୍କୁ ବାନ୍ଧିଲା ଭିଜିଲାନ୍ସ: ନିଜ ଆୟଠାରୁ ୧୧୯% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର/ସମ୍ବଲପୁର,୨୪।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି (ସିଏଡିଏ) ବା ସେଚାଞ୍ଚଳ ଉନ୍ନୟନ ପ୍ରାଧିକରଣ ନିର୍ବାହୀ ଯନ୍ତ୍ରୀ (କୃଷି) ଇଂ.…

ଶ୍ରଦ୍ଧା ଭୟଙ୍କର ଅବତାର ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ

ବକ୍ସ ଅଫିସରେ ଫିଲ୍ମ ‘ସ୍ତ୍ରୀ’ ଜରିଆରେ ହୃଦୟ ଜିତିଥିବା ଶ୍ରଦ୍ଧା କପୁର ପୁଣି ବଡ଼ ପରଦାକୁ ଜବରଦସ୍ତ ଭାବେ ଏଣ୍ଟ୍ରି କରିଛନ୍ତି। ମ୍ୟାଡକ୍‌ ଫିଲ୍ମସର ବହୁ ପ୍ରତୀକ୍ଷିତ…

କେନ୍ଦ୍ର ସରକାର ବଦଳାଇଲେ ରାଶନ ନିୟମ! ଏବେ ପରିବାର ନୁହେଁ, ସଦସ୍ୟଙ୍କ ସଂଖ୍ୟା ଆଧାରରେ ମିଳିବ…

ନୂଆଦିଲ୍ଲୀ, ୨୪।୬: ଦେଶର ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (PDS) ଏବଂ ରାଶନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା…

ପୁରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ପୋଲିସ

ପୁରୀ,୨୪ା୬(ଅଜିତ କୁମାର ମହାନ୍ତି): ପୁରୀରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ହୋଟେଲ ମାଲିକଙ୍କୁ ବୀଭତ୍ସ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri