Posted inଖେଳ

ବିନା ଡିଆର୍‌ଏସ୍‌ରେ ଖେଳାଯାଉଛି ବିପିଏଲ୍‌

ଢାକା,୨୬।୧: ବାଂଲାଦେଶର ଏକମାତ୍ର ଫ୍ରାଞ୍ଚାଇଜ ଭିତ୍ତିକ ଲିଗ୍‌ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ)ର ଚଳିତ ସଂସ୍କରଣ ବିନା ଡିସିଶନ ରେଭ୍ୟୁ ସିଷ୍ଟମ (ଡିଆର୍‌ଏସ୍‌)ରେ ଖେଳାଯାଉଛି। ଲିଗ୍‌ରେ ଡିଆର୍‌ଏସ୍‌ ସିଷ୍ଟମ ଉପଲବ୍ଧ କରାଇବାରେ ବିଫଳ ହୋଇଛି ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)।

ପୂରା ବିଶ୍ୱରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଡିଆର୍‌ଏସ୍‌ ସୁବିଧା ଯୋଗାଉଥିବା ହକ୍‌-ଆଇ କମ୍ପାନୀ ତା’ର ବିଶେଷଜ୍ଞ ବାଂଲାଦେଶକୁ ପଠାଇବାରେ ବିଫଳ ହୋଇଛନ୍ତି। ତେବେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏହାର ଆଯୋଜନ ନେଇ ଅନିଶ୍ଚିତତା ଦେଖା ଦେଇଥିଲା। ଏଣୁ ସର୍ଭିସ ଯୋଗାଉଥିବା କମ୍ପାନୀର ବିଶେଷଜ୍ଞ ଅନ୍ୟ ଫ୍ରାଞ୍ଚାଇଜ ଲିଗ୍‌ରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲେ।

“ଆମକୁ ବିପିଏଲ ପାଇଁ ଏକ ନିର୍ଦ୍ଧାରିତ ଟାଇମ୍‌ ସ୍ଲଟ୍‌ ମିଳୁନାହିଁ। ପରବର୍ତ୍ତୀ ଏଫ୍‌ଟିପି (ଫ୍ୟୁଚର ଟୁର ପ୍ରୋଗ୍ରାମ) ସାଇକେଲ ପୂର୍ବରୁ ଆମେ ଆଇସିସି ସହ ଆଲୋଚନା କରିବୁ ଏବଂ ବିପିଏଲ ପାଇଁ ଏକ ଧାର୍ଯ୍ୟ ଟାଇମ୍‌ ସ୍ଲଟ ଦେବାକୁ ଅନୁରୋଧ କରିବୁ। ବର୍ତ୍ତମାନ ବିପିଏଲ୍‌ ଆୟୋଜନ ସମୟରେ କୌଣସି ଅନ୍ତର୍ଜାତୀୟ ସିରିଜ୍‌ ଅନୁଷ୍ଠିତ ହେବ କି ନାହିଁ ଆମକୁ ଜଣାନାହିଁ। ଏହାବାଦ୍‌ କୋଭିଡ୍‌-୧୯ କାରଣରୁ ଅନ୍ତର୍ଜାତୀୟ କ୍ୟାଲେଣ୍ଡର ବାଧାପ୍ରାପ୍ତ ହୋଇଛି। ଅନେକ ଅନ୍ତର୍ଜାତୀୟ ସିରିଜ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପରବର୍ତ୍ତୀ ଆଇସିସି ଏଫ୍‌ଟିପି ସାଇକେଲ ପୂର୍ବରୁ ଏହାର ସମାଧାନ କରିବୁ ବୋଲି ଆଶା ରଖିଛୁ” ବୋଲି ଜଣେ ବିସିବି ଅଧିକାରୀ କହିଛନ୍ତି।

ଡିଆର୍‌ଏସ୍‌ ଉପଲବ୍ଧ ନ ଥିବାରୁ ମିନିଷ୍ଟର ଢ଼ାକା ଓ ସିଲହେଟ ସନରାଇଜର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ମ୍ୟାଚ୍‌ରେ ଫିଲ୍ଡ ଅମ୍ପାୟରଙ୍କ ୩ ନିଷ୍ପତ୍ତିକୁ ନେଇ ଖେଳାଳି ଅସନ୍ତୋଶ ପ୍ରକଟ କରିଥିଲେ। ତାମିମ ଇକବାଲ ଏଲ୍‌ବିଡବ୍ଲ୍ୟୁ ଦିଆଯିବା ପରେ ସେ ସନ୍ତୁଷ୍ଟ ନ ଥିଲେ। ମହମ୍ମଦ ନଇମ ରିଭର୍ସ ସୁଇପ ମାରିବାକୁ ଉଦ୍ୟମ କଲା ବେଳେ ତାଙ୍କ ଗ୍ଲୋଭରେ ବଲ ବାଜିଥିଲା। ଏହା ସତ୍ତ୍ୱେ ତାଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍‌ ଦିଆଯାଇଥିଲା। ସମାନ ଘଟଣା ଘଟିଥିଲା ଆନ୍ଧ୍ରେ ରସେଲଙ୍କ ସହ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri