ଅଣଧାନ ଫସଲ: ମିଳିବ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର, ୧୧ା୮(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ସହ ରାଜ୍ୟରେ ଧାନର ଅଭାବୀ ବିକ୍ରି ସମସ୍ୟା ଦେଖାଯାଉଛି। ଚାଷୀମାନେ ଧାନ ଚାଷ ଉପରେ ଅତିମାତ୍ରାରେ ନିର୍ଭରଶୀଳ ହୋଇପଡୁଥିବାରୁ ଅଣଧାନ ଫସଲ ଚାଷ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଏହାଦ୍ୱାରା ରାଜ୍ୟକୁ ଡାଲି, ତୈଳବୀଜ, ଆଳୁ, ପନିପରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି ଏବଂ ଚାଷୀମାନଙ୍କର ଆୟ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଅଣଧାନ ଚାଷ ପ୍ରତି ପ୍ରୋତ୍ସାହନ ଦେବାକୁ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟ କୃଷିନୀତି-୨୦୨୦ ‘ସମୃଦ୍ଧି’ରେ ଚାଷୀଙ୍କୁ ଅଣଧାନ ଚାଷ ମୁହଁା କରିବା ଲାଗି ବ୍ୟବସ୍ଥା କରାଯାଇଛି। ତଦନୁଯାୟୀ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଅଣଧାନ ଫସଲ ପାଇଁ ରାଜ୍ୟ ସରକାର ଏକ ୩ ବର୍ଷିଆ ପ୍ରୋତ୍ସାହନ ସ୍କିମ୍‌ ଆରମ୍ଭ କରିଛନ୍ତି। ଖରିଫ ଋତୁରେ ଯେପରି ଚାଷୀମାନେ ଉଚ୍ଚ ଓ ମଧ୍ୟମ ଜମିରେ ଧାନ ପରିବର୍ତ୍ତେ ଡାଲିଜାତୀୟ, ତୈଳବୀଜ, ତନ୍ତୁ ଜାତୀୟ ଫସଲ, ପନିପରିବା ଆଦି ଅଣଧାନ ଫସଲ ପ୍ରତି ଆକୃଷ୍ଟ ହେବେ ସେ ନେଇ ଏଥିରେ ବ୍ୟବସ୍ଥା କରାଯାଇଛି।
ଆସନ୍ତା ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜ ଯୋଜନାରୁ ୬୦୦ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪ ଜିଲା କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟରେ ଏହା ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯିବ। ୪ ଜିଲାର ୭ ବ୍ଲକର ୨୭ ପଞ୍ଚାୟତର ୧୦୧ ଗ୍ରାମରେ ଚକ ଭିତ୍ତିରେ ଏହା କାର୍ଯ୍ୟକାରୀ ହେବ। ୧୮ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୨,୨୦୭ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ କରାଯିବ। ସେଥିରୁ ୩୩୪୩ ହେକ୍ଟର ଜମିରେ ଡାଲିଜାତୀୟ, ୩୭୪୫ ହେକ୍ଟର ଜମିରେ କପା, ୯୨୮ ହେକ୍ଟର ଜମିରେ ତୈଳବୀଜ, ୨୪୫୧ ହେକ୍ଟର ଜମିରେ ମକା, ୧୩୨୨ ହେକ୍ଟର ଜମିରେ ମାଣ୍ଡିଆ ଏବଂ ୪୧୮ ହେକ୍ଟର ଜମିରେ ପନିପରିବା ଚାଷ କରିବା ଲାଗି ଯୋଜନା କରାଯାଇଛି। ଏଥିପାଇଁ ୧୬.୭୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ୩ ବର୍ଷ ମଧ୍ୟରେ ଉକ୍ତ ୪ ଜିଲାରେ ୧୬,୮୯୮.୩୮ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଏହି ଯୋଜନାରେ ଫସଲର ବିବିିଧକରଣ କରି ଅଣଧାନ ଚାଷ କରିଥିବା ସମସ୍ତ ଚାଷୀଙ୍କୁ ୩ ବର୍ଷ ପାଇଁ ଡାଇରେକ୍ଟ ଟ୍ରାନ୍ସଫର ବେନିଫିଟ (ଡିବିଟି) ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏଥିରେ ୧୬ ହଜାର ଚାଷୀ ଉପକୃତ ହେବେ। ତୈଳବୀଜ ପାଇଁ ପ୍ରତି ହେକ୍ଟରକୁ ପ୍ରଥମ ବର୍ଷ ୧୦ ହଜାର ଟଙ୍କା, ଦ୍ୱିତୀୟ ବର୍ଷ ୭ ହଜାର ଓ ତୃତୀୟ ବର୍ଷ ୫ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ରାଶି ପାଇଁ ୩୫୦୦, ୨୫୦୦ ଏବଂ ୧୮୦୦, ବାଦାମ ପାଇଁ ୧୧୦୦, ୭୭୦୦ ଓ ୫୫୦୦, କପା, ହରଡ଼ ପାଇଁ ୯୦୦୦,୬୩୦୦, ୪୫୦୦, ମକା ପାଇଁ ୬୫୦୦, ୪୫୦୦ ଓ ୩୩୦୦ ଏବଂ ପନିପରିବା ପାଇଁ ୨୨୦୦୦, ୧୫୦୦୦ ଏବଂ ୧୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଆକାରରେ ପ୍ରଦାନ କରାଯିବ।
ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଚାଷୀମାନଙ୍କୁ କୃଷି ଉପାଦାନ ଯଥା ଅଣୁସାର, ଜୀବାଣୁସାର, କୀଟନାଶକ ଆଦି କ୍ରୟ ପାଇଁ ଦିଆଯାଉଥିବା ରିହାତି ମୂଲ୍ୟକୁ ଡିବିଟି ମାଧ୍ୟମରେ ଚାଷୀମାନଙ୍କର ବ୍ୟାଙ୍କ ଖାତାରେ ସିଧା ଜମା କରାଯିବ। ଚାଷୀମାନେ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ କୃଷି ଉପାଦାନ କ୍ରୟ କରିବେ। ଚାଷୀମାନେ ଅଣଧାନ ଚାଷ ପ୍ରତି ଆକୃଷ୍ଟ ହେବା ସହ ତୈଳବୀଜ, ଡାଲି ଜାତୀୟ, ପନିପରିବା ଚାଷରେ ରାଜ୍ୟ ସ୍ବାବଲମ୍ବୀ ହେବା ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ରାଜ୍ୟରେ ପ୍ରତ୍ୟେକ ବର୍ଷ ଧାନ ଉତ୍ପାଦନ ବୃଦ୍ଧି ପାଉଛି। ୨୦୨୦-୨୧ ଖରିଫ ଋତୁରେ ୫୪ ଲକ୍ଷ ମେଟ୍ରିକ ଟନ ଓ ରବି ଋତୁରେ ୧୭ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ କରାଯାଇଛି। ଏହା ରାଜ୍ୟର ଆବଶ୍ୟକତା ମେଣ୍ଟାଇବା ସହ ପ୍ରାୟ ୨୦ ଲକ୍ଷ ମେଟ୍ରିକ ଟନ ବଳକା ହେଉଛି। ସେହି ଧାନ ନେବାକୁ ଭାରତୀୟ ଖାଦ୍ୟ ନିଗମ ମଧ୍ୟ ରାଜି ହେଉନାହିଁ। ଏସବୁକୁ ଦୃଷ୍ଟିରେ ରଖି ଅଣ ଧାନ ଚାଷକୁ ସରକାର ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ପୋଲିସର ଚଢ଼ାଉ, ଏତେ ଲିଟର ଦେଶୀ ମଦ ଜବତ

ବ୍ରାହ୍ମଣୀଗାଁ , ୨୯ ।୩ (ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉବେଳେ ୨୨...

‘ବିଜେଡି ସରକାରଙ୍କ ଇଞ୍ଜିନକୁ ୨୪ ବର୍ଷ ହେଲାଣି, କେବଳ ପଲ୍ୟୁସନ କରୁଛି’

ଭୁବନେଶ୍ୱର, ୨୯।୩(ସୁନିତ୍‌ ମିଶ୍ର): ମୋଦି ଗ୍ୟାରେଣ୍ଟି ପାଇଁ ବର୍ତ୍ତମାନ ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତ୍ତନ ଆସିଛି। ଗରିବ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା...

ଘୋଷଣା ହେଲା ବିଜେଡିର ତୃତୀୟ ପ୍ରାର୍ଥୀ ତାଲିକା! ଏହି ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର…

ଭୁବନେଶ୍ୱର,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ନବୀନ ନିବାସରେ ଭିଡ ସେତିକି ଜମୁଛି। ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ହୋଲିରେ...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ତାତି ଛୁଇଁଲା ୪୦

ଭୁବନେଶ୍ୱର,୨୯।୩: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ...

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri