ଆଜି ନାମାଙ୍କନ ଶେଷ

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କାର୍ଯ୍ୟ ଜୋରସୋରରେ ଚାଲିଛି। ଗତ ୪ ଦିନ ହେବ ଓ୍ବାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଏବଂ ଜିଲା ପରିଷଦ ସଦସ୍ୟଙ୍କ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ ହେଉଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଚତୁର୍ଥ ଦିବସରେ ୪୦,୭୩୨ ଓ୍ବାର୍ଡମେମ୍ବର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପାଇଁ ୮୮୪୨, ପଞ୍ଚାୟତ ସମିତି ସଦସ୍ୟ ପାଇଁ ୭୮୩୨ ଏବଂ ଜିଲା ପରିଷଦ ସଦସ୍ୟ ପାଇଁ ୧୧୮୨ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ତେବେ ସମସ୍ତ ପଦବୀ ପାଇଁ ମୋଟ ୫୮ ହଜାର ୫୮୮ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜାନୁୟାରୀ ୧୭ ତାରିଖରୁ ଆରମ୍ଭ ହୋଇଥିବା ପ୍ରାର୍ଥତ୍ପତ୍ର ଦାଖଲ ୨୧ ତାରିଖରେ ଶେଷ ହେବ। ଶେଷ ଦିବସ ଥିବାରୁ ଅଧିକ ସଂଖ୍ୟାରେ ପ୍ରାର୍ଥତ୍ପତ୍ର ଦାଖଲ ହେବ ବୋଲି ଅନୁମାନ କରାଯାଉଛି। ଚଳିତଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୋଟ ୯୧,୯୧୩ ୱାର୍ଡମେମ୍ବର, ୬,୭୯୪ ସରପଞ୍ଚ, ୬,୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲା ପରିଷଦ ସଭ୍ୟ ପଦ ପାଇଁ ଭୋଟଗ୍ରହଣ ହେବ। ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୦ ଭୋଟର ନିଜର ମତଦାନ କରିବେ। ତେବେ ଜଗତ୍‌ସିଂହପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଏବଂ ୱାର୍ଡମେମ୍ବର ପାଇଁ ନିର୍ବାଚନ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହାତଗୋଡ଼ ବନ୍ଧା ଅବସ୍ଥାରେ ୨ଯୁବକ ଉଦ୍ଧାର

ସାରସକଣା,୨୨।୪: ମୟୂରଭଞ୍ଜ ଜିଲା ଝାରପୋଖରିଆରୁ ବହରାଗୋଡା ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥର କାଳିମନ୍ଦିର ନିକଟରୁ ଗୁରୁବାର ୨ ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ଝାରପୋଖରିଆ ପୋଲିସ...

ସପ୍ତାହେ ମଧ୍ୟରେ ଚୂଡ଼ାନ୍ତ ହେବ ମାଟ୍ରିକ ଖାତା ମୂଲ୍ୟାୟନ ତାରିଖ

ଭୁବନେଶ୍ୱର, ୭ା୫(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ସବୁ କାର୍ଯ୍ୟ ବନ୍ଦ ରହିଛି। ମୁଖ୍ୟତଃ ଶିକ୍ଷା କ୍ଷେତ୍ରକୁ ମଧ୍ୟ କରୋନା ବ୍ୟାପକ ଭାବେ ପ୍ରଭାବିତ କରିଛି। ଅଧିକାଂଶ...

ଭଲ କାମ ପାଇଁ ପୁରସ୍କୃତ ହେଲେ ୭ ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ୱର,୮ା୨(ବ୍ୟୁରୋ): ଆମ୍ବୁଲାନ୍ସ ସେବା ୧୦୮ ଏବଂ ୧୦୨ ପରିଚାଳନା କରୁଥିବା ଜିକିତ୍ସା ହେଲଥ୍‌କେୟାର ପକ୍ଷରୁ ଓଡ଼ିଶା ସ୍କଲାରଶିପ୍‌ ପ୍ରୋଗ୍ରାମ-୨୦୨୦ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ...

ସିଏସ୍‌ଏନ୍‌ଆର୍‌ ଓ ସିଏଚ୍‌ଆର୍‌ଆଇ ପକ୍ଷରୁ ଅପରାଧ ରିପୋର୍ଟ ପ୍ରକାଶ : ଭୁବନେଶ୍ୱର ପୋଲିସ ଜିଲାରେ ସର୍ବାଧିକ ମାମଲା

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ସିଏସ୍‌ଏନ୍‌ଆର୍‌ ଓ ସିଏଚ୍‌ଆର୍‌ଆଇ ପକ୍ଷରୁ ରାଜ୍ୟର ୪ ପୋଲିସ ଜିଲାର ଅପରାଧ ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ୨୦୧୭ ରୁ ୨୦୧୮ ମେ’...

୨ ଶହ ମିଟର ଧସିଲା ହରିଦାସପୁର-ପାରାଦୀପ ରେଳରାସ୍ତା, ଲୋକେ ଆତଙ୍କିତ

ମାର୍ଶାଘାଇ,୧୩।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଗୋସେଇଁବନ୍ଧଠାରେ ହରିଦାସପୁର-ପାରାଦୀପ ନିର୍ମାଣାଧୀନ ରେଳରାସ୍ତା ଗୁରୁବାର ଦୁଇପଟକୁ ୨ଶହ ମିଟର ଧସିଯାଇଛି। ଫଳରେ ୩ ପରିବାର ପ୍ରଭାବିତ ହୋଇଛନ୍ତି।...

ବାପୁଜୀନଗରରେ ଓ୍ବାନ୍‌ ଓ୍ବେକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୩ା୨(ବ୍ୟୁରୋ): ରାସ୍ତା ଉପରେ ଗାଡି ପାର୍କିଂ କରାଯାଉଥିବାରୁ କଳ୍ପନାରୁ ରାଜମହଲ ଛକ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦେଖା ଦେଉଥିଲା। ବାପୁଜୀନଗରକୁ ଯିବା ରାସ୍ତାରେ ଗାଡ଼ି ଚାଳକମାନେ...

ଆଜି କରୋନା ନେଲା ୮ ଜୀବନ

ଭୁବନେଶ୍ୱର,୯।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୦୭୮...

ଭୁବନେଶ୍ୱରର ଏହି ବିଧାୟକଙ୍କୁ କରୋନା: ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରାଇନେବାକୁ ପରାମର୍ଶ

ଭୁବନେଶ୍ୱର,୧।୯(ବ୍ୟୁରୋ): ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ କରୋନା। ସଂକ୍ରମିତ ହେବା ନେଇ ଚିହ୍ନଟ ହେବା ପରେ ସେ ହୋମ୍‌ ଆଇସୋଲେଶନରେ ଅଛନ୍ତି। ଏବେ ତାଙ୍କ...

Advertisement
Archives

Model This Week