ଆଜି ନାମାଙ୍କନ ପତ୍ର ଦାଖଲ ଶେଷ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଆସନ୍ତା ୨୪ ତାରିଖରେ ରାଜ୍ୟରେ ୧୦୬ ମ୍ୟୁନିସିପାଲିଟି, ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଏବଂ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର ଅପରାହ୍ନ ୫ଟା ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ଶେଷ ହେବ। ଏ ନେଇ ରବିବାର ବିଭିନ୍ନ ପୌର ପରିଷଦରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରାର୍ଥତ୍ପତ୍ର ଦାଖଲ ନେଇ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆସନ୍ତା ୯ ତାରିଖରେ ପ୍ରାର୍ଥତ୍ପତ୍ର ଯାଞ୍ଚ କରାଯିବ। ୧୦ ତାରିଖରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବୈଧ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯିବ। ୧୪ ତାରିଖ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରାଯାଇ ପାରିବ। ସେହି ଦିନ ଅପରାହ୍ନ ୫ଟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ମାର୍ଚ୍ଚ ୨୪ରେ ଭୋଟଗ୍ରହଣ କରାଯିବ। ୨୬ ତାରିଖରେ ଭୋଟ ଗଣତି ହେବ। ୨୯ ତାରିଖରେ ନିର୍ବାଚିତ ହୋଇଥିବା ମେୟର, ପୌରାଧ୍ୟକ୍ଷ ଏବଂ କର୍ପୋରେଟରମାନଙ୍କର ନାମ ରାଜ୍ୟ ନିର୍ବାଚନ କମିଶନଙ୍କ ଗେଜେଟ୍‌ରେ ପ୍ରକାଶ କରାଯିବ। ମାର୍ଚ୍ଚ ୩୧ରେ ଡେପୁଟି ମେୟର ନିର୍ବାଚନ ସକାଶେ ନିର୍ବାଚିତ ମେୟର ଓ କର୍ପୋରେଟରମାନଙ୍କର ଏକ ସ୍ବତନ୍ତ୍ର ବୈଠକ ଡକାଯିବ। ଏପ୍ରିଲ ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାର ଡାକ୍ତର କରୋନାରେ ଆକ୍ରାନ୍ତ

ସମ୍ବଲପୁର, ୧୩।୭ (ବ୍ୟୁରୋ) -ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ର ଜଣେ ପିଜି ଡାକ୍ତର କରୋନା...

ନନ୍ଦନକାନନରେ ବଢୁଛି ପର୍ଯ୍ୟଟକ ସଂଖ୍ୟା

ବାରଙ୍ଗ,୧୧।୯(ଡି.ଏନ୍‌.ଏ.): କୋଭିଡ କଟକଣା କୋହଳ ହେବାପରେ ନନ୍ଦନକାନନରେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଗଣେଶ ପୂଜାରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଲିଛନ୍ତି...

ବଳଙ୍ଗା ଥାନା ବିସ୍ଫୋରଣ ଘଟଣା: ଏସ୍‌ଆଇ ନିଲମ୍ବିତ

ପୁରୀ ଅଫିସ,୨୯ା୯: ପୁରୀ ଜିଲା ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ବଳଙ୍ଗା ଥାନା ଏସ୍‌ଆଇ ତଅପୋଇ ନାୟକଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଯୋଗ ପୁରୀ...

କାଟିଲେ ୨୦୦, ଦାଖଲ ହେଲା ୧୦୦ ଟଙ୍କା

କଟକ ଅଫିସ,୧୬ା୧: ୨୦୨୦ କରୋନା ମହାମାରୀ ସମୟରେ ପୋଲିସ କିପରି ଲୋକଙ୍କୁ ଲୁଟୁଥିଲା, ତାହା ପଦାକୁ ଆସିଛି। ଜନକ ଯୁବକଙ୍କଠାରୁ ଚାଉଳିଆଗଞ୍ଜ ଥାନାର ଜଣେ ଏଏସ୍‌ଆଇ...

ବିଛନ୍ଦ ଖାଉଛନ୍ତି କଞ୍ଚା ମାଂସ

ଫୁଲବାଣୀ ଅଫିସ,୧୬ା୩: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି । ପୁରାତନ ଯୁଗରେ ନିଆଁର ବ୍ୟବହାର ଜାଣି ନ ଥିବା...

ଶିଶୁକନ୍ୟାକୁ ହତ୍ୟା କରି କଟାମୁଣ୍ଡ ଧରି ଗାଁ ଦାଣ୍ଡରେ ବୁଲିଲେ ଯୁବକ

ଜମନକିରା,୨୫ା୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା କସଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଆଠ ବର୍ଷର ଶିଶୁକନ୍ୟାାର ଗଳା କାଟି ହତ୍ୟା...

ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଗଲା ବ୍ଲକ ଅଧ୍ୟକ୍ଷା ପଦବୀ

କୁତ୍ରା,୧୨ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କାର୍ଯ୍ୟାଳୟ ପରିସରରେ ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ...

୨୫ରୁ ବଢ଼ିବ ଶୀତ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ତାମିଲନାଡୁ ଓ ଏହାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅପସରି ଯାଇଛି। ଆସନ୍ତା ୨୫ରୁ ପୁଣି ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ...

Advertisement
Archives

Model This Week