Posted inଜାତୀୟ

କରୋନା ଭୟରେ ଦୁର୍ଘଟଣାର ଶିକାର ଯୁବକଙ୍କୁ ଛୁଉଁ ନ ଥିଲେ କେହି: ବିଧାୟକ ପହଞ୍ଚି କଲେ ଏମିତି

ଗୁଣ୍ଟୁର,୮।୮: କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ କେହି କାହାର ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ମଣିଷର ଅମାନବିକତା ପ୍ରଦର୍ଶନର ଅନେକ ଘଟଣା ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ଏବେ ସେଭଳି କିଛି ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲା ନିକଟରେ ଥିବା ଜାତୀୟ ରାଜପଥରେ। ଦୁର୍ଘଟଣାର ଶିକାର ହୋଇ ଜଣେ ଯୁବକ ଛଟପଟ ହେଉଥିବା ବେଳେ ବାଟ ଦେଇ ଯାଉଥିବା କେହି ବି ସହାୟତା କରିବାକୁ ଆଗକୁ ଆସି ନ ଥିଲେ। ହେଲେ ଜଣେ ମହିଳା ବିଧାୟକ ତାଙ୍କୁ ସାହାଯ୍ୟ କରିଛନ୍ତି।

ଗୁଣ୍ଟୁରରୁ ନିଜ ବାଇକ୍‌ ନେଇ ପୁଡ୍ଡଗୁରାଲା ଯାଉଥିଲେ ଜଣେ ଯୁବକ। ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଥିଲେ। ଅନେକ ସମୟ ଧରି ରାସ୍ତାରେ ପଡ଼ି ରହିବା ପରେ ମଧ୍ୟ ତାଙ୍କୁ କେହି ଉଠାଇ ନ ଥିଲେ। କରୋନା ଡରରେ ତାଙ୍କୁ କେହି ଛୁଇଁ ମଧ୍ୟ ନ ଥିଲେ। ଏହି ସମୟରେ ଶାସକ ଦଳ ବିଧାୟକ ଶ୍ରୀଦେବୀ ସେହି ରାସ୍ତାରେ ଯାଉଥିଲେ। ରାସ୍ତା ଉପରେ ପଡ଼ିଥିବା ଯୁବକଙ୍କୁ ଦେଖି ଗାଡ଼ି ରଖି ସେ ପୋଲିସକୁ ସୂଚନା ଦେଇଥିଲେ। ସେଠାରେ ହିଁ ସେ ଯୁବକଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ପୋଲିସ ପାଟ୍ରୋଲିଂ ଗାଡ଼ି ପହଞ୍ଚିବା ପରେ ଯୁବକଙ୍କୁ ଡାକ୍ତରଖାନା ପଠାଯାଇଥିଲା।

ଶ୍ରୀଦେବୀ ରାଜ୍ୟର ତାଡ଼ିକାଡ଼ା ବିଧାନସଭା ସିଟ୍‌ରୁ ବିଧାୟକ ଅଛନ୍ତି। ଏହା ସହ ସେ ଜଣେ ଡାକ୍ତର ମଧ୍ୟ। ଏଣୁ ସେ ନିଜର କର୍ତ୍ତବ୍ୟ କରିଥିବା କହିଛନ୍ତି। ହେଲେ ଲୋକଙ୍କ ଏଭଳି ବ୍ୟବହାର ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ଅପରପକ୍ଷେ ଶ୍ରୀଦେବୀଙ୍କ ଏହି କାମ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋସେବା ପାଇଁ ହେବ କଲ୍ ସେଣ୍ଟର, ମିଳିବ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା

ଲକ୍ଷ୍ନୌ,୧୫ ।୧୧: ଉତ୍ତର ପ୍ରଦେଶର ଦୁଗ୍ଧ, ପଶୁପାଳନ ଓ ମତ୍ସ ବିକାଶ ମନ୍ତ୍ରୀ ଚୌ. ଲକ୍ଷ୍ମୀନାରାୟଣ କହିଛନ୍ତି ରାଜ୍ୟ ସରକାର ଗାଈଙ୍କୁ ତୁରନ୍ତ ଚିକିତ୍ସା ସେବା...

୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅପହରଣ କଲେ ପାକିସ୍ତାନୀ ତଟରକ୍ଷୀ…

ଗାନ୍ଧୀନଗର,୭।୧୧: ଜମ୍ମୁ-କଶ୍ମୀରର ଏଲ୍‌ଓସି ପରେ ଏବେ ପାକିସ୍ତାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଷଡ଼ଯନ୍ତ୍ର ରଚିଛି। ରବିବାର ପାକିସ୍ତାନୀ ତଟରକ୍ଷୀ...

ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଜଣେ ଆତଙ୍କବାଦୀ ମୃତ

ଜମ୍ମୁ,୧୧ ।୧୦: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୋମବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଆତଙ୍କବାଦୀ ନିହତ ହେଇଥିବା ସୂଚନା ମିଳିଛି ।...

ଦିଲ୍ଲୀରେ ମୋଦିଙ୍କ ବିଶାଳ ରାଲି: ସିଏଏ ନାଗରିକତ୍ୱ ଛଡ଼ାଇନେବା ପାଇଁ ନୁହେଁ

ନୂଆଦିଲ୍ଲୀ,୨୩ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ନେଇ ଭାରତୀୟ ମୁସଲମାନମାନେ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି...

ନଭେମ୍ବର ୧୩ ପର୍ଯ୍ୟନ୍ତ ହରିୟାଣା-ପଞ୍ଜାବରେ ୫୭ହଜାର ଥର ଜଳାଯାଇଛି ନଡା: ନାସା

ନୂଆଦିଲ୍ଲୀ,୧୪ ।୧୧: ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ(ନାସା)ର ସାଟେଲାଇଟ ଡାଟାର ତଥ୍ୟ ଅନୁଯାୟୀ, ଚଳିତବର୍ଷ ନଭେମ୍ବର ୧ରୁ ୧୩ ମଧ୍ୟରେ ପଞ୍ଜାବ ଓ ହରିୟାଣାରେ...

ପିଆଇଏଲ୍‌ ଶୁଣାଣି କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୮: ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି) ସହ କଂଗ୍ରେସର ଚୁକ୍ତିକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା ତଦନ୍ତ କରାଯାଉ...

ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ପାଲଟା ଆକ୍ରମଣ: ନିଜ ନାଁରେ ଅଜାଙ୍କ ସର୍‌ନେମ୍‌ କିଏ ଲଗାଏ…

ନୂଆଦିଲ୍ଲୀ,୧୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାରେ ଗାନ୍ଧୀ ପରିବାର ନିଜ ନାମ ସହ ନେହେରୁ ସର୍‌ନେମ ନ ଲଗାଇବାକୁ ନେଇ କଟାକ୍ଷ କରିଥିଲେ। ଏହାକୁ...

ସୁପ୍ରିମକୋର୍ଟରେ ପ୍ରଦୀପଙ୍କ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୫।୨: ଓଡ଼ିଶାର ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ଲୋକାୟୁକ୍ତ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍‌ ପିଟିଶନ...

Advertisement
Archives

Model This Week