କରୋନାକୁ ହରାଇଲେ ଅଭିଷେକ

ମୁମ୍ବାଇ,୮।୮: କରୋନା ଭାଇରସ୍‌ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଧନୀ ହୁଅନ୍ତୁ କି ଗରିବ, ଜନତା ହୁଅନ୍ତୁ କି ନେତା କିମ୍ବା ସେଲିବ୍ରିଟି ସମସ୍ତେ ଏବେ କରୋନା କବଳରେ। ଇତିମଧ୍ୟରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସମେତ ତାଙ୍କ ପରିବାର ୪ଜଣ ସଦସ୍ୟ ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ବଚ୍ଚନ ପରିବାରର ୩ଜଣ ସଦସ୍ୟ କରୋନାକୁ ହରାଇ ଘରକୁ ଫେରିଥିବା ବେଳେ ଏବେ ଅଭିଷେକ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏନେଇ ଶନିବାର ଅଭିଷେକ ବଚ୍ଚନ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ଶନିବାର ଦ୍ୱିପ୍ରହରରେ ଆସିଥିବା ରିପୋର୍ଟରେ ତାଙ୍କର କରୋନା ନେଗେଟିଭ୍‌ ରହିଛି। ଏଥିସହ ସେ ପ୍ରଶଂସକଙ୍କ ପ୍ରାର୍ଥନା ଓ ଡାକ୍ତର ଏବଂ ନର୍ସଙ୍କ ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ନିକଟରେ ଅମିତାଭ ସୁସ୍ଥ ହୋଇ ନାନାବତି ହସ୍ପିଟାଲରୁ ଘରକୁ ଫେରିଥିବା ବେଳେ ଏହା ପୂର୍ବରୁ ଐଶର୍ଯ୍ୟା ଓ ଆରାଧ୍ୟା ମଧ୍ୟ ସୁସ୍ଥ ହୋଇ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଦବଙ୍ଗ-୩’ ଟ୍ରେଲରରେ ବଡ଼ ଭୁଲ

ବଲିଉଡ୍‌ ସୁପରହିଟ୍‌ ଫିଲ୍ମ ସିରିଜ୍‌ ‘ଦବଙ୍ଗ’ର ତୃତୀୟ ପାର୍ଟ ‘ଦବଙ୍ଗ-୩’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ‘ଦବଙ୍ଗ’ର ପୂର୍ବ ଫିଲ୍ମ ଭଳି ଏଥିରେ ମଧ୍ୟ ସଲମାନ...

ଅଧରାତିରେ ବିଶ୍ୱସୁନ୍ଦରୀଙ୍କ କବାଟ ପିଟୁଥିଲେ ସଲମାନ, ହାତରୁ ବୋହୁଥିଲା ରକ୍ତ

ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମନ ଖାନ୍‌ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ଜାଣନ୍ତି...

ପାଇପ୍‌ ଲାଇନରେ ତେଲ ଯିବ ନେପାଳ

ନୂଆଦିଲ୍ଲୀ,୧୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୋତିହାରି-ଅମଲେଖଗଞ୍ଜ(ନେପାଳ) ପେଟ୍ରୋଲିୟମ୍‌ ଉତ୍ପାଦନ ପାଇପ୍‌ ଲାଇନ୍‌ର ଉଦ୍‌ଘାଟନ କରିଛନ୍ତି। ଏହା ଦକ୍ଷିଣ ଏସିଆର ପ୍ରଥମ କ୍ରସ୍‌-ବର୍ଡର ପେଟ୍ରୋଲିୟମ ଉତ୍ପାଦନ...

ଆତଙ୍କବାଦର ମୁକାବିଲା ପାଇଁ କଡ଼ା ପଦକ୍ଷେପ: ୧୦ ହଜାର ସୁରକ୍ଷାକର୍ମୀ ଯିବେ ଜମ୍ମୁ-କଶ୍ମୀର

ନୂଆଦିଲ୍ଲୀ,୨୭।୭: ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ୨ ଦିନିଆ ଜମ୍ମୁ-କଶ୍ମୀର ଗସ୍ତ ପରେ କେନ୍ଦ୍ର ସରକାର ଆତଙ୍କବାଦର ମୁକାବିଲା ପାଇଁ କଡ଼ା ପଦକ୍ଷେପ ଗ୍ରହଣ...

ପ୍ରଯୋଜିକା ହେଲେ ବିଦ୍ୟା: ଶର୍ଟ ଫିଲ୍ମ ‘ନଟ୍‌ଖଟ୍‌’ର ପ୍ରଥମ ପୋଷ୍ଟର ରିଲିଜ୍‌

ବମ୍ବେ: ଅଭିନୟରେ ନିଜର ବଳିଷ୍ଠ ପ୍ରଦର୍ଶନ କରି ଆସିଛନ୍ତି ନାୟିକା ବିଦ୍ୟା ବାଲାନ୍‌। ଏବେ ସେ ପ୍ରଯୋଜିକା ମଧ୍ୟ ହୋଇଛନ୍ତି। ଏକ ଛୋଟ ଫିଲ୍ମ ଜରିଆରେ...

ମୋଦିଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ପୂର୍ବତନ ଯବାନଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ,୨୪ ।୧୧: ଉତ୍ତରପ୍ରଦେଶର ବାରାଣସୀ ଲୋକ ସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ବିଏସ୍‌ଏଫ୍‌ର ପୂର୍ବତନ ଯବାନ ତେଜ ବାହାଦୂରଙ୍କୁ ସୁପ୍ରିମକୋର୍ଟରୁ...

ବନ୍ଦ ହେବନାହିଁ ସାଇବାବାଙ୍କ ମନ୍ଦିର

ଶିରିଡି,୧୮।୧: ମହାରାଷ୍ଟ୍ରର ଶିରିଡିରେ ଥିବା ସାଇବାବାଙ୍କ ମନ୍ଦିର ରବିବାରଠାରୁ ବନ୍ଦ ହେବ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ...

ମନି ଲଣ୍ଡରିଂ ମାମଲାରେ ନୀରବଙ୍କ ପତ୍ନୀଙ୍କ ନାଁରେ ରେଡ କର୍ନର ନୋଟିସ୍‌ ଜାରି

ନୂଆଦିଲ୍ଲୀ,୨୫।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ମନି ଲଣ୍ଡରିଂ ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପରିବାର ଉପରେ ସମସ୍ୟା ବଢ଼ିବାରେ ଲାଗିଛି। ଭାରତରେ ମନି...

Play 250+ Trending Games
Archives

Model This Week

Why Dharitri