Posted inଜାତୀୟ

ନିଜ ବିଫଳତା ପାଇଁ କେନ୍ଦ୍ର ଉପରେ ଦୋଷ ଲଦୁଛି ମହାରାଷ୍ଟ୍ର ସରକାର

ନୂଆଦିଲ୍ଲୀ, ୭ା୪ : ଆଗାମୀ ୩ ଦିନ ମଧ୍ୟରେ ଟିକା ଯୋଗାଇ ଦିଆ ନ ଗଲେ ମହାରାଷ୍ଟ୍ରରେ ଦେଖାଦେଇପାରେ ଅଭାବ। ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ତୋପଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ।

ନିଜ ବିଫଳତାକୁ ଲୁଚାଇବା ପାଇଁ ହୀନ ରାଜନୀତି କରୁଛନ୍ତି କିଛି ରାଜ୍ୟ ସରକାର। ଲୋକଙ୍କୁ ଭୟଭୀତ କରିବାକୁ ପଛାଉ ନାହାନ୍ତି। ମହାରାଷ୍ଟ୍ର ସରକାରଙ୍କ ଦାୟିତ୍ୱହୀନ ମନୋଭାବ ମହାମାରୀକୁ ହରାଇବା ପାଇଁ ପୂରା ଦେଶ କରୁଥିବା ଉଦ୍ୟମକୁ ଦୃବଳ କରୁଛି। ରାଜନୀତି ଖେଳ ସହଜ ହୋଇପାରେ। କିନ୍ତୁ ଶାସନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବା ହେଉଛି ପ୍ରକୃତ ପରୀକ୍ଷା। ରାଜ୍ୟରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କୋଭିଡ୍‌ ସଂକ୍ରମଣ। ଆଉ ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ମହାରାଷ୍ଟ୍ର ସରକାର। ଏହାକୁ ଲୁଚାଇବା ପାଇଁ ଟିକା ଅଭାବ ଭଳି ମିଛ ଦାବି କରାଯାଉଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ।

ରାଜ୍ୟରେ କୋଭିଡ୍‌ ଟିକା ଶେଷ ହୋଇ ଆସୁଛି। ଆସନ୍ତା ୩ ଦିନ ମଧ୍ୟରେ ଶେଷ ହୋଇଯିବ ବିଭିନ୍ନ କେନ୍ଦ୍ରରେ ଉପଲବ୍ଧ ଥିବା କୋଭିଡ୍‌ ଟିକା। ଏଣୁ ତୁରନ୍ତ ଟିକା ପଠାଅ। ନହେଲେ ମୁମ୍ବାଇ ଭଳି ସହରରେ ଟିକା କେନ୍ଦ୍ରକୁ ବନ୍ଦ କରିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ତୋପ ବୁଧବାର ସକାଳେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖ୍ୟାତି ଆଣି ଦେଇଥିଲା ହାଇପ୍ରୋଫାଇଲ ମାମଲା

ନୂଆଦିଲ୍ଲୀ,୯ା୯ : ୯୬ତମ ଜନ୍ମଦିନ ପାଳନର ମାତ୍ର ୬ ଦିନ ପୂର୍ବରୁ ଖ୍ୟାତନାମା ଆଇନଜୀବୀ ରାମ ଜେଠମାଲାନିଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି। ସେ ଦେଶର...

ୟୁପିଏସ୍‌ସି ପରୀକ୍ଷା: ଓଭର ଏଜ୍‌ ପ୍ରାର୍ଥୀଙ୍କୁ ମିଳିବନି ଅତିରିକ୍ତ ସୁଯୋଗ

ନୂଆଦିଲ୍ଲୀ,୨୪।୨: ୟୁପିଏସ୍‌ସି ପରୀକ୍ଷା ନେଇ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଝଟ୍‌କା ଲାଗିଛି। ୨୦୨୦ ଅକ୍ଟୋବରରେ କରୋନା ମହାମାରୀ ସମୟରେ ପରୀକ୍ଷା ଦେଇଥିବା ଓଭର ଏଜ୍‌...

ଦେଶରେ ଆରମ୍ଭ ହେବ ପ୍ରଥମ ଟୟ ଫେୟାର: ଏକ ହଜାର ଖେଳନା କାରିଗରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୫ ।୨: ମୋଦି ସରକାର ଦେଶରେ ଖେଳନା କାରିଗରଙ୍କୁ ସ୍ୱାବଲମ୍ବୀ କରିବାକୁ ‘ଆତ୍ମନିର୍ଭର ଭାରତ’ ଓ ‘ଭୋକାଲ ଫର୍ ଲୋକାଲ’ର ଆହ୍ୱାନ କରିଛନ୍ତି । ଏହି...

ବିହାର ନିର୍ବାଚନବେଳେ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର

ପାଟନା, ୧୭।୧୦: ବିହାର ନିର୍ବାଚନରେ ପ୍ରଚାର କରି ଫେରୁଥିବାବେଳେ ଭାଜପାର ଏକ ହେଲିକପ୍ଟର ପାଟନା ବିମାନ ବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ହେଲିକପ୍ଟରର...

ଏୟାର କମାଣ୍ଡର ଅଭିନନ୍ଦନଙ୍କ ସାହସିକତାକୁ ପାଠ ବହିରେ ପଢିବେ ଛାତ୍ରୀଛାତ୍ର

ଜୟପୁର, ୧୬।୫: ଭାରତୀୟ ବାୟୁସେନାର ଓିଙ୍ଗ କମାଣ୍ଡର ଅଭିନନ୍ଦନ ବଥର୍ର୍ମାନଙ୍କ ବାହାଦୂରୀକୁ ଏବେ ଛାତ୍ରୀଛାତ୍ର ପାଠ ବହିରେ ପଢିବେ ବୋଲି ରାଜସ୍ଥାନ ସରକାର ନିଷ୍ପତ୍ତି ନେଇଛନ୍ତି।...

ଦାଉଦ୍‌ ଗ୍ୟାଙ୍ଗ ଦାବି କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଘରକୁ ଆସିଲା ଫୋନ୍‌

ମୁମ୍ବାଇ, ୬।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବାସଭବନ ‘ମାତୋଶ୍ରୀ’କୁ ବମ୍‌ ପକାଇ ଧ୍ୱଂସ କରିଦେବାକୁ ଧମକ ମିଳିଥିବା ଅଭିଯୋଗ ହୋଇଛି। କୁହାଯାଉଛି, ଦୁବାଇରୁ ଜଣେ...

ଘୁଞ୍ଚିଲା ପ୍ରିୟଙ୍କାଙ୍କ ଭାଇ ବାହାଘର

ମୁମ୍ବାଇ,୩୦।୪: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବିବାହ ତାରିଖ ଘୁଞ୍ଚି ଯାଇଛି। ଚଳିତ ସପ୍ତାହରେ ଏହା ହେବାକୁ ଥିବା...

ଗୁପ୍‌କାର ଗ୍ୟାଙ୍ଗ୍‌ ଅପବିତ୍ର ମେଣ୍ଟ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଜମ୍ମୁ-କଶ୍ମୀରରେ ଜିଲା ବିକାଶ ପରିଷଦ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଙ୍ଗଳବାର ବିରୋଧୀଙ୍କୁ ଘେରିଛନ୍ତି। ପିପୁଲ୍ସ...

Advertisement

BGU

Archives

Model This Week

Why Dharitri