ଟିକା ନାହିଁ: ୯୦୦ କେନ୍ଦ୍ର ବନ୍ଦ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗୋଟିଏ ପଟେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ସରକାରଙ୍କୁ ଟିକା ଚିନ୍ତା ଘାରିଛି। ଟିକା ଅଭାବ ଯୋଗୁ ରାଜ୍ୟରେ ଟିକାକରଣ ଘୋର ବାଧାପ୍ରାପ୍ତ ହୋଇଛି। ଦୈନିକ ୨ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ତାହା ପୂରଣ ହୋଇପାରୁନି। ଗତ ଏକ ସପ୍ତାହ ହେବ ରାଜ୍ୟରେ ଏ ପରିସ୍ଥିତି ଜାରି ରହିଛି। ଅଧିକ ଟିକା ପଠାଇବାକୁ କେନ୍ଦ୍ରକୁ ରାଜ୍ୟ ସରକାର ବାରମ୍ବାର ଚିଠି ଲେଖିବା ପରେ ଶନିବାର ମାତ୍ର ଅଢ଼େଇ ଲକ୍ଷ ଡୋଜ୍‌ ଆସିଥିଲା, ଯାହା ରବିବାର ଅଧିକାଂଶ ଜିଲାରେ ବ୍ୟବହୃତ ହୋଇଯାଇଛି। ଫଳରେ ରବିବାରଠାରୁ ଆରମ୍ଭ ହୋଇଥିବା ‘ଟିକା ଉତ୍ସବ’କୁ ଆରମ୍ଭରୁ ଝଟ୍‌କା ଲାଗିଛି। ଟିକା ଅଭାବରୁ ୯୦୦ କେନ୍ଦ୍ରରେ ଟିକାକରଣ ବନ୍ଦ କରିଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି, ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, ବରଗଡ଼, ନୂଆପଡ଼ା ଭଳି ଅଧିକ ସଂକ୍ରମିତ ଜିଲାକୁ ଟିକାକରଣ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି। ରବିବାର ୫୭୯ ଟିକା କେନ୍ଦ୍ରରେ ଟିକାକରଣ ଚାଲିଥିଲା। ଟିକା ନ ଆସିଲେ ସୋମବାର ଅଧିକାଂଶ ଜିଲାରେ ଷ୍ଟକ୍‌ ଆଉଟ୍‌ ହୋଇଯିବ। ଯେଉଁ ଜିଲାକୁ ଟିକା ଯାଇଛି ସେଠି ଟିକାକରଣ ଜାରି ରହିବ। କିନ୍ତୁ ଅନ୍ୟ ଜିଲାରେ ବାଧ୍ୟ ହୋଇ ଟିକାକରଣକୁ ବନ୍ଦ ରଖାଯିବ ବୋଲି ଡା. ପାଣିଗ୍ରାହୀ କହିଛନ୍ତି।

ସ୍ବାସ୍ଥ୍ୟ ବିଭାଗର ସୂଚନାସାରେ, ରାଜ୍ୟରେ ଏବେ ୧,୫୯,୪୩୯ ଡୋଜ୍‌ କୋଭିଶିଲ୍ଡ ଓ ୭୧,୦୧୦ ଡୋଜ୍‌ କୋଭାକ୍ସିନ ଟିକା ରହିଛି। ସୋମବାର ୭୭୫ ସାଇଟ୍‌ରେ ଟିକା ଦିଆଯିବା ଲକ୍ଷ୍ୟ ରଖାଯାଇଛି।
ସେପଟେ ଲକ୍ଷେ ତଳକୁ ଖସିଲା ରାଜ୍ୟରେ ଦୈନିକ ଟିକାକରଣ। ଦେଶ ତୁଳନାରେ ଓଡ଼ିଶାରେ ଟିକାରକଣର ହାର ଭଲ ଥିଲେ ମଧ୍ୟ ଏବେ ଟିକା ଅଭାବ ଯୋଗୁ ଦୈନିକ ଟିକାରକଣ ହ୍ରାସ ପାଇବାରେ ଲାଗିଛି। ଏପ୍ରିଲ ୧ରୁ ଦୈନିକ ୨ଲକ୍ଷ ଟିକା ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ସେହି ଆଧାରରେ ହିଁ ପ୍ରଥମ ଦିନରୁ ୨ଲକ୍ଷ ପାର୍‌ କରିଥିଲା ଟିକାକରଣ। ମାତ୍ର ରବିବାର ଲକ୍ଷେ ତଳକୁ ଅର୍ଥାତ୍‌ ମୋଟ ୮୧,୧୬୯ ଟିକାକରଣ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୩୭୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ସମସ୍ତ ଆକ୍ରାନ୍ତ ୩୦ ଜିଲାରୁ ବାହାରିଛନ୍ତି। ଦୀର୍ଘ ମାସ ପରେ ଗୋଟିଏ ଦିନରେ ସମସ୍ତ ଜିଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ କରୋନାର ନୂଆ ଷ୍ଟ୍ରେନ୍‌ ସାରା ରାଜ୍ୟକୁ ବ୍ୟାପିଯାଇଥିବା ଜଣାପଡୁଛି। ତେବେ ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୮୦୮ କ୍ୱାରାଣ୍ଟାଇନ ସେଣ୍ଟରର ଥିବାବେଳେ ୫୭୧ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ସୁନ୍ଦରଗଡ଼ ଜିଲାରୁ ପୁଣି ୩ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଜିଲାରେ ସର୍ବାଧିକ ୩୧୭ଜଣ ରହିଥିବାବେଳେ ଖୋର୍ଦ୍ଧା ୧୫୮, ନୂଆପଡ଼ା ୯୦, ସମ୍ବଲପୁର ୮୬, ବରଗଡ଼ ୬୮ ଓ କଟକରେ ୫୬ଜଣ ରହିଛନ୍ତି। ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୩,୪୯,୫୬୧ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?