ହେଉନି ବଡ଼ବାବୁଙ୍କ ବଦଳି

ଅନୁଗୋଳ ଅଫିସ, ୨୦।୧୨: ଅନୁଗୋଳ ଜିଲା କାର୍ଯ୍ୟାଳୟରେ ପାଳନ ହେଉଛି ସରକାରୀ ନିର୍ଦ୍ଦେଶନାମା। ବଦଳି ହେଉଛି ବଡ଼ବାବୁମାନଙ୍କର। ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟରେ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରାଯାଉଛି। ଏଠାରେ କେଉଁ ବଡ଼ବାବୁ ୩୦ ବର୍ଷ ରହିଲେଣି ତ ଆଉ କିଏ ୧୩ ବର୍ଷ। ଅନ୍ୟସ୍ଥାନକୁ ସେମାନଙ୍କ ବଦଳି ତ ଦୂରର କଥା, ବିଭାଗ ମଧ୍ୟ ପରିବର୍ତ୍ତନ କରାଯାଉ ନାହିଁ। ଏପରି କି ବେଳେବେଳେ ପ୍ରସ୍ତୁତ ହେଉଥିବା ବଦଳି ଫାଇଲକୁ ଚାପ ପକାଇ ଟେବୁଲ ତଳେ ପୂରାଇ ଦିଆଯାଉଛି।
ସରକାରୀ ନିୟମ ଅନୁଯାୟୀ, ଗୋଟିଏ ଚୌକିରେ କୌଣସି ବ୍ୟକ୍ତି ୩ ବର୍ଷରୁ ଅଧିକ ଓ ଗୋଟିଏ ଷ୍ଟେଶନ୍‌ (ବର୍ତ୍ତମାନ କାର୍ଯ୍ୟ କରୁଥିବା ସ୍ଥାନ)ରେ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ରହିପାରିବେ ନାହିଁ। ସେମାନଙ୍କୁ ଅନ୍ୟତ୍ର ବଦଳି କରାଯିବ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହାକୁ ବେଖାତିର କରାଯାଉଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟରେ ଥିବା ସେକ୍ସନ୍‌ ଅଫିସର ଜ୍ୟୋତିରଞ୍ଜନ ପଟ୍ଟନାୟକ ୨୦୦୭ରେ ବରିଷ୍ଠ କିରାଣି ଭାବେ ଏଠାରେ ଯୋଗ ଦେଇଥିଲେ। ୨୦୧୦ରେ ପଦୋନ୍ନତି ପାଇ ସେ ସେକ୍‌ସନ୍‌ ଅଫିସର ହୋଇଥିଲେ। ହେଲେ ୧୩ ବର୍ଷ ହେଲା ଏହି ବଡ଼ବାବୁ ଏଠାରେ ଗାଦିମାଡ଼ି ବସିରହିଥିଲେ ମଧ୍ୟ ତାଙ୍କୁ ବଦଳି କରିବାକୁ ସ୍ବାସ୍ଥ୍ୟ ପ୍ରଶାସନ ନିଷ୍ପତ୍ତି ନେଇପାରୁ ନାହିଁ। ସିନିୟର ଆସିଷ୍ଟାଣ୍ଟ ଏଡିଏମ୍‌ଓ (ପରିବାର କଲ୍ୟାଣ)ରେ କାର୍ଯ୍ୟ କରୁଥିବା ରଞ୍ଜନ କୁମାର ସାହୁ ୧୯୯୧ ମସିହାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହିଛନ୍ତି। ୩୦ ବର୍ଷ ଏଠାରେ ରହି ସାରିଥିଲେ ମଧ୍ୟ ତାଙ୍କୁ ବଦଳି କରାଯାଉ ନାହିଁ। ସେହିପରି ୨୦୧୨ରୁ ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରା, ୨୦୧୩ରୁ ଜୁନିୟର ଆସିଷ୍ଟାଣ୍ଟ ପ୍ରଶାନ୍ତ କୁମାର ପାଣି, ୨୦୧୩ରୁ ସିନିୟର ଆସିଣ୍ଟାଷ୍ଟ ଭାବେ ନୃସିଂହ ନାଏକ, ୨୦୧୩ରୁ ଜୁନିୟର ଆସିଷ୍ଟାଣ୍ଟ ସ୍ନେହଲତା ସାହୁ, ୨୦୧୪ରୁ ଜୁନିୟର ଆସିଷ୍ଟାଣ୍ଟ ଅଙ୍କିତା ସେଠୀ, ୨୦୧୭ରୁ ସିନିୟର ଆସିଷ୍ଟାଣ୍ଟ ଦୀପ୍ତି ରଞ୍ଜନ ଦାସ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଜିଲାର ୩ଟି ଉପଖଣ୍ଡ ଓ ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଜୁନିୟର ଆଶିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟମାନେ ଅନ୍ୟତ୍ର ବଦଳି ହୋଇ ଯିବାକୁ ୧୦ ବର୍ଷ ହେବ ଆବେଦନ କରୁଛନ୍ତି। କାହାର ପାରିବାରିକ ସମସ୍ୟା ଅଛି ତ ଆଉ କାହାର ମେଡିକାଲ, ବ୍ୟକ୍ତିଗତ ଅସୁବିଧା ଥିବା ଦର୍ଶାଉନ୍ତି। କିନ୍ତୁ ଏହାକୁ ମେଡିକାଲ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନ ଥିବା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ

ବଇଣ୍ଡା, ୨୮ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଶନିବାର ଚେରଖଣ୍ଡି ଗ୍ରାମର ଶିକ୍ଷକ...

ଚେକଡ୍ୟାମ ଗହିରାରୁ ମିଳିଲା ଶ୍ରମିକଙ୍କ ମୃତଦେହ

ବନ୍ତଳା,୨୮।୧୦(ଡି.ଏନ୍‌.ଏ.): ଅନୁଗୋଳ ଥାନା ଅଧୀନ ନୂଆମୌଜା ପଞ୍ଚାୟତ ସରଧାପୁର ଗ୍ରାମରେ ଥିବା ଭାଲୁଖାଇ ନାଳ ଚେକଡ୍ୟାମ ଗହିରାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

କଙ୍କାଳ ବେଶରେ କରୋନା ସଚେତନତା

ପାଲଲହଡ଼ା, ୧୫ା୪(ଡି.ଏନ.ଏ.)- ମହାମାରୀ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଲୋକଙ୍କୁ ସଚେତନ କରିବାକୁ ଅଭିନବ ଉପାୟ ବାଛିଛନ୍ତି ଅନୁଗୋଳ ଜିଲା ପାଲଲହଡ଼ା ଅଞ୍ଚଳର ସ୍ବେଚ୍ଛାସେବୀ ଦିଲୀପ...

ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଛେଣ୍ଡିପଦା,୧୩।୬(ଡି.ଏନ.ଏ.)- ଅନୁଗୋଳ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ଜରପଡା ଥାନା ତୁବେ ଗ୍ରାମ ନିକଟରେ ବୁଧବାର ଏକ ଟାଟା ମ୍ୟାଜିକ-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ଉଜୁଡ଼ା ସଂସାର ସଜାଡ଼ିଦେଲେ ଶାଶୁ: ବିଧବା ବୋହୂଙ୍କୁ ଦେଲେ ବିବାହ

ତାଳଚେର,୧୪।୯(ନି.ପ୍ର.) – ୫ ମାସ ତଳେ ପୁଅର ବିବାହ କରି ଘରକୁ ବୋହୂଟିଏ ଆଣିଥିଲେ। ପୂଅ-ବୋହୂଙ୍କ ସୁଖର ସଂସାର ଦେଖି ଖୁସିରେ ଉଚ୍ଛୁଳି ଉଠୁଥିଲେ। ଭାବିଥିଲେ...

ଅନୁଗୋଳ ଜିଲାର ୮୫ଟି କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଦେଲେ ୧୭,୫୧୩ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ, ୧୯।୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ଅନୁଗୋଳ ଜିଲାର ୮୫ଟି ପରୀକ୍ଷା...

ଆର୍ମି କ୍ୟାଣ୍ଟିନରେ ଲମ୍ବା ଧାଡ଼ି

ଅନୁଗୋଳ ଅଫିସ, ୬।୫ – ଅନୁଗୋଳ ସହରରେ ଥିବା ୧୨୦ ଇନଫ୍ୟାଣ୍ଟ୍ରି ବାଟାଲିୟନ(ଟିଏ)ର କ୍ୟାଣ୍ଟିନ ମଙ୍ଗଳବାର ଖୋଲାଯାଇଥିଲା। ଦୀର୍ଘଦିନ ପରେ କ୍ୟାଣ୍ଟିନ ଖୋଲାଯାଉଥିବାରୁ କାର୍ଯ୍ୟରତ କର୍ମଚାରୀ...

ଅଧିକ ଅର୍ଥ ଆଶାରେ ହରାଇଲେ ୮୦ ହଜାର

ଅନୁଗୋଳ ଅଫିସ,୧୬ା୯: ବଅଁରପାଳ ଥାନା କୁଶପଙ୍ଗି ଅଞ୍ଚଳର ଆର୍ଯ୍ୟ ଅସୀମା ନନ୍ଦ(୨୧) ସାଇବର ଠକେଇର ଶିକାର ହୋଇଛନ୍ତି। ଅନ୍‌ଲାଇନ୍‌ରେ ଚାକିରି ଖୋଜିବା ସମୟରେ ୮୦ ହଜାର...

Advertisement
Archives

Model This Week