Posted inଜାତୀୟ

କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ଗଠନ ହେବ ନାହିଁ…

ମୁମ୍ବାଇ,୨୧।୨ : କଂଗ୍ରେସ ବିନା ସେ କୌଣସି ରାଜନୈତିକ ସାମ୍ମୁଖ୍ୟ ଗଠନ କରିବେ ନାହିଁ ବୋଲି ସୋମବାର ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି। ତେବେ ଏହି ତୃତୀୟ ସାମ୍ମୁଖ୍ୟର ନେତୃତ୍ୱ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ନେବେ ବୋଲି ସେ କହିଛନ୍ତି। ଶିବସେନା ହେଉଛି ପ୍ରଥମ ଦଳ ଯିଏକି କଂଗ୍ରେସକୁ ସାଙ୍ଗରେ ନେଇ ଆଲୋଚନା କରିଥିବା ସଞ୍ଜୟ ସୂଚିତ କରିଛନ୍ତି।

ସଞ୍ଜୟ ରାଉତ କହିଛନ୍ତି ଯେ କଂଗ୍ରେସ ବିନା ଏକ ରାଜନୈତିକ ସାମ୍ମୁଖ୍ୟ ଗଠନ ହେବ ବୋଲି ଆମେ କେବେ କହି ନାହୁଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଭାଜପା ବିରୋଧି ରାଜନୈତିକ ମେଣ୍ଟ ଗଠନର ପରାମର୍ଶ ଦେଇଥିଲେ, ସେତେବେଳେ ଶିବସେନା ପ୍ରଥମ ରାଜନୈତିକ ଦଳ ଭାବେ କଂଗ୍ରେସକୁ ନେଇ ଆଲୋଚନା କରିଥିଲା। ସମସ୍ତଙ୍କୁ ସାଙ୍ଗରେ ନେଇ ନେତୃତ୍ୱ ନେବାକୁ କେସିଆର୍‌ଙ୍କ କ୍ଷମତା ଅଛି ବୋଲି ସଞ୍ଜୟ କହିଛନ୍ତି।

ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ମନ୍ତବ୍ୟ ଉପରେ ଏକ ପ୍ରଶ୍ନର ଉତ୍ତରରେ ସଞ୍ଜୟ କହିଛନ୍ତି, ସେ ଆମକୁ ପରାମର୍ଶ ଦେବାର ଆବଶ୍ୟକତା ନାହିଁ। ସେ ତାଙ୍କ ଦଳକୁ ଦେଖିବା ଉଚିତ ଯାହା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଏଥିସହିତ ସଞ୍ଜୟ କହିଛନ୍ତି କେସିଆର ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଶର ବିକାଶ ତଥା ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିଛନ୍ତି ଏବଂ ଉଭୟ ମୁଖ୍ୟମନ୍ତ୍ରୀ ଅନ୍ୟ ଦଳର ନେତାମାନଙ୍କ ସହିତ ଖୁବ ଶୀଘ୍ର ସାକ୍ଷାତ କରିବେ।

ରବିବାର ଭାଜପା ବିରୋଧି ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ କେତେକ ରାଜନୈତିକ ଦଳର ନେତା ଏକାଠି ହୋଇଥିଲେ । ସେବେଠାରୁ, ଏହି ପ୍ରଶ୍ନ ଉଠୁଛି ଯେ ଭାଜପା ବିରୋଧରେ ଗଠିତ ହେବାକୁ ଥିବା ଏହି ତୃତୀୟ ସାମ୍ମୁଖ୍ୟକୁ କିଏ ଆଗେଇ ନେବ? ଏହି ପ୍ରଶ୍ନ ପରେ ସଞ୍ଜୟ ରାଉତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଭାଜପା ସରକାରକୁ ପରାସ୍ତ କରିବାକୁ ଗଠିତ ହେବାକୁ ଯାଉଥିବା ଏହି ତୃତୀୟ ସାମ୍ମୁଖ୍ୟକୁ କିଏ ଆଗେଇ ନେବ ନେଇ କଂଗ୍ରେସର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲ କହିଛନ୍ତି ଯେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉଦ୍ୟମକୁ ସେ ସ୍ବାଗତ କରୁଛନ୍ତି, କିନ୍ତୁ ଆଞ୍ଚଳିକ ଦଳର ଏଭଳି ପଦକ୍ଷେପ କଂଗ୍ରେସ ଦଳ ବିନା ସଫଳ ହୋଇପାରିବ ନାହିଁ। ଏଥି ସହିତ ଏହାର ନେତୃତ୍ୱ ସମ୍ପର୍କରେ ସେ କହିଛନ୍ତି ଯେ ଶାସକ ଭାଜପା ବିରୋଧରେ କଂଗ୍ରେସ ହେଉଛି ଏକମାତ୍ର ବିକଳ୍ପ।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?