Posted inଜାତୀୟ

କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ଗଠନ ହେବ ନାହିଁ…

ମୁମ୍ବାଇ,୨୧।୨ : କଂଗ୍ରେସ ବିନା ସେ କୌଣସି ରାଜନୈତିକ ସାମ୍ମୁଖ୍ୟ ଗଠନ କରିବେ ନାହିଁ ବୋଲି ସୋମବାର ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି। ତେବେ ଏହି ତୃତୀୟ ସାମ୍ମୁଖ୍ୟର ନେତୃତ୍ୱ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ନେବେ ବୋଲି ସେ କହିଛନ୍ତି। ଶିବସେନା ହେଉଛି ପ୍ରଥମ ଦଳ ଯିଏକି କଂଗ୍ରେସକୁ ସାଙ୍ଗରେ ନେଇ ଆଲୋଚନା କରିଥିବା ସଞ୍ଜୟ ସୂଚିତ କରିଛନ୍ତି।

ସଞ୍ଜୟ ରାଉତ କହିଛନ୍ତି ଯେ କଂଗ୍ରେସ ବିନା ଏକ ରାଜନୈତିକ ସାମ୍ମୁଖ୍ୟ ଗଠନ ହେବ ବୋଲି ଆମେ କେବେ କହି ନାହୁଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଭାଜପା ବିରୋଧି ରାଜନୈତିକ ମେଣ୍ଟ ଗଠନର ପରାମର୍ଶ ଦେଇଥିଲେ, ସେତେବେଳେ ଶିବସେନା ପ୍ରଥମ ରାଜନୈତିକ ଦଳ ଭାବେ କଂଗ୍ରେସକୁ ନେଇ ଆଲୋଚନା କରିଥିଲା। ସମସ୍ତଙ୍କୁ ସାଙ୍ଗରେ ନେଇ ନେତୃତ୍ୱ ନେବାକୁ କେସିଆର୍‌ଙ୍କ କ୍ଷମତା ଅଛି ବୋଲି ସଞ୍ଜୟ କହିଛନ୍ତି।

ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ମନ୍ତବ୍ୟ ଉପରେ ଏକ ପ୍ରଶ୍ନର ଉତ୍ତରରେ ସଞ୍ଜୟ କହିଛନ୍ତି, ସେ ଆମକୁ ପରାମର୍ଶ ଦେବାର ଆବଶ୍ୟକତା ନାହିଁ। ସେ ତାଙ୍କ ଦଳକୁ ଦେଖିବା ଉଚିତ ଯାହା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଏଥିସହିତ ସଞ୍ଜୟ କହିଛନ୍ତି କେସିଆର ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଶର ବିକାଶ ତଥା ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିଛନ୍ତି ଏବଂ ଉଭୟ ମୁଖ୍ୟମନ୍ତ୍ରୀ ଅନ୍ୟ ଦଳର ନେତାମାନଙ୍କ ସହିତ ଖୁବ ଶୀଘ୍ର ସାକ୍ଷାତ କରିବେ।

ରବିବାର ଭାଜପା ବିରୋଧି ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ କେତେକ ରାଜନୈତିକ ଦଳର ନେତା ଏକାଠି ହୋଇଥିଲେ । ସେବେଠାରୁ, ଏହି ପ୍ରଶ୍ନ ଉଠୁଛି ଯେ ଭାଜପା ବିରୋଧରେ ଗଠିତ ହେବାକୁ ଥିବା ଏହି ତୃତୀୟ ସାମ୍ମୁଖ୍ୟକୁ କିଏ ଆଗେଇ ନେବ? ଏହି ପ୍ରଶ୍ନ ପରେ ସଞ୍ଜୟ ରାଉତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଭାଜପା ସରକାରକୁ ପରାସ୍ତ କରିବାକୁ ଗଠିତ ହେବାକୁ ଯାଉଥିବା ଏହି ତୃତୀୟ ସାମ୍ମୁଖ୍ୟକୁ କିଏ ଆଗେଇ ନେବ ନେଇ କଂଗ୍ରେସର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲ କହିଛନ୍ତି ଯେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉଦ୍ୟମକୁ ସେ ସ୍ବାଗତ କରୁଛନ୍ତି, କିନ୍ତୁ ଆଞ୍ଚଳିକ ଦଳର ଏଭଳି ପଦକ୍ଷେପ କଂଗ୍ରେସ ଦଳ ବିନା ସଫଳ ହୋଇପାରିବ ନାହିଁ। ଏଥି ସହିତ ଏହାର ନେତୃତ୍ୱ ସମ୍ପର୍କରେ ସେ କହିଛନ୍ତି ଯେ ଶାସକ ଭାଜପା ବିରୋଧରେ କଂଗ୍ରେସ ହେଉଛି ଏକମାତ୍ର ବିକଳ୍ପ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri