ଇଭି କ୍ଷେତ୍ରରେ ନିବେଶ କରିବ ଅଶୋକ ଲେଲାଣ୍ଡ

ଭୁବନେଶ୍ୱର,୨୧।୨: ଦେଶର ପ୍ରମୁଖ ଭାରିଯାନ ଅଟୋଶିଳ୍ପ କମ୍ପାନୀ ହିନ୍ଦୁଜା ଗ୍ରୁପର୍‌ ଫ୍ଲାଗଶିପ୍‌ ଅଶୋକ ଲେଲାଣ୍ଡ ଇଲେକ୍ଟ୍ରି ଭେଇକିଲ (ଇଭି) କ୍ଷେତ୍ରକୁ ପ୍ରବେଶ କରିବାକୁ ଯୋଜନା କରିଥିବା ସୂଚନା ମିଳିଛି। ବର୍ତ୍ତମାନର ପରିସ୍ଥିତି ଓ ସରକାରଙ୍କ ଆହ୍ବାନ ଏବଂ ଏକ ସବୁଜ ପରିବେଶ ସୃଷ୍ଟି ଓ ଏହାର ଗତିଶୀଳତାକୁ ନଜରରେ ରଖି କମ୍ପାନୀ ଇଭି ଯାନବାହନ ଚଳାଚଳ କରିବା ପାଇଁ କମ୍ପାନୀ ଯୋଜନା କରୁଥିବା ଏହାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଚେନ୍ନାଇର ଏକ ଫାର୍ମ ଏହାର ବ୍ୟବସାୟିକ ଯାନ ପରିସର ପାଇଁ ସିଏନଜି ହାଇଡ୍ରୋଜେନ ଏବଂ ଇଲେକ୍ଟ୍ରିକ୍‌ ଭଳି ବିକଳ୍ପ ଇନ୍ଧନ ଉପରେ ଆଧାର କରି ପାୱାର୍‌ ଟ୍ରେନ୍‌ ବିକାଶ ପାଇଁ ୫୦୦ କୋଟି ଟଙ୍କା ବିନିଯୋଗ କରିଛି। ସେହିଭଳି ଇଲେକ୍ଟ୍ରିକ୍‌ ମୋବିଲିଟି ପାଇଁ ଏହାର ୟୁକେଭିତ୍ତିକ ମୋବିଲିଟି ମାଧ୍ୟମରେ କମ୍ପାନୀ ୨୦୦ ମିଲିୟନ୍‌ ଡଲାର୍‌ (ପ୍ରାୟ ୧,୫୦୦ କୋଟି) ବିନିଯୋଗ ଘୋଷଣା କରିସାରିଛି।
ଏ ସମ୍ପର୍କରେ ଅଶୋକ ଲେଲାଣ୍ଡର ଇଡି ଧୀରଜ ହିନ୍ଦୁଜା କହିଛନ୍ତି, ଭାରତରେ ଆମେ ଅଶୋକ ଲେଲାଣ୍ଡ ସହିତ ଏହାର ଉପଲବ୍ଧ ସୁବିଧାକୁ ସୁଦୃଢ କରିବୁ କିନ୍ତୁ ମୁଁ ନିଶ୍ଚିତ ଯେ ଖୁବ୍‌ଶୀଘ୍ର ଆମକୁ ଏକ ସ୍ବାଧୀନ ସୁବିଧା ମଧ୍ୟ ଆବଶ୍ୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସମୟରେ କମ୍ପାନୀ ଆସନ୍ତା ଦୁଇ ବର୍ଷ ପାଇଁ ଉତ୍ପାଦନ କ୍ଷମତା ସମ୍ବନ୍ଧରେ ନିଜକୁ ଆରାମଦାୟକ ଅନୁଭବ କରୁଛି। ଏପରିକି ଆସନ୍ତା ୨୪ ମାସ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଆଶୋକ ଲେଲାଣ୍ଡ ଆବଶ୍ୟକ ବୈଦ୍ୟୁତିକ ଉତ୍ପାଦ ଯୋଗାଇବାରେ ସକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri