ଶିକ୍ଷକ ନାହାନ୍ତି, ପାଠପଢ଼ା ହେବ କେମିତି: ଓଷ୍ଟା

ଭୁବନେଶ୍ୱର,୫।୧(ବ୍ୟୁରୋ): ଆସନ୍ତା ୮ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ଖୋଲିବ। ମେ’ ୩ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। କିନ୍ତୁ ଏସ୍‌ଓପି ଅନୁସାରେ ପାଠପଢ଼ା ହେଲେ ସ୍କୁଲରେ ଶିକ୍ଷକ ଅଭାବଜନିତ ସମସ୍ୟା ଉପୁଜିବ। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିବାବେଳେ ପାଠପଢ଼ା କିପରି ହେବ, ତାହାକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଚିନ୍ତା ପ୍ରକଟ କରିଛି।
ଗୋଟିଏ ଶ୍ରେଣୀ ଗୃହରେ ୨୦ରୁ ୨୫ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଶିକ୍ଷାଦାନ କରିବା ପାଇଁ ଏସ୍‌ଓପିରେ ଦର୍ଶାଯାଇଛି। ଏହାକୁ ଓଷ୍ଟା ବିରୋଧ କରିଛି। ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ଯଦି ବିଦ୍ୟାଳୟରେ ସାଧାରଣ ଭାବରେ ୫୦ରୁ ଊର୍ଦ୍ଧ୍ୱ କିମ୍ବା ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଥାଆନ୍ତି ତେବେ ପାଠ ପଢ଼ାଇବା ୪ କିମ୍ବା ୫ଟି ଶ୍ରେଣୀ କକ୍ଷର ଆବଶ୍ୟକତା ପଡ଼ିବ। ରାଜ୍ୟରେ ସରକାରୀ, ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକଙ୍କର ଘୋର ଅଭାବ ରହିଛି। ଏପରି କି ଅନେକ ବିଦ୍ୟାଳୟରେ ଗଣିତ, ବିଜ୍ଞାନ ଓ ଇଂଲିଶ ଶିକ୍ଷକ ନାହାନ୍ତି ବା ଜଣେ ଶିକ୍ଷକରେ ସ୍କୁଲ ଚାଲିଛି। ସେ କ୍ଷେତ୍ରରେ ଗୋଟିଏ ଶ୍ରେଣୀର ପିଲାଙ୍କୁ ୪ ଶ୍ରେଣୀ ଗୃହରେ ବସାଇ ପାଠ ପଢ଼ାଇବା କିପରି ସମ୍ଭବ ହେବ? ତେଣୁ ସରକାର ୮ତାରିଖ ପୂର୍ବରୁ ଖାଲିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ପାଇଁ ପଦକ୍ଷେପ ନିଅନ୍ତୁ କିମ୍ବା ବର୍ତ୍ତମାନ ଶିକ୍ଷାଦାନକୁ ସାମୟିକ ଭାବରେ ଚଳନକ୍ଷମ କରିବା ପାଇଁ ସବୁ ବର୍ଗର ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦେଇ ୧୦୦ ଦିନର ପାଠପଢ଼ାକୁ ତ୍ୱରିତ ଓ ଶୁନିଶ୍ଚିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରନ୍ତୁ। ସେହିପରି ରବିବାର ଦିନ କ୍ଲାସ ହେବା ନିଷ୍ପତ୍ତିକୁ ମଧ୍ୟ ବିରୋଧ କରିଛି ଓଷ୍ଟା। ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମାନସିକ ସନ୍ତୁଳନ ପାଇଁ ଛୁଟିର ଆବଶ୍ୟକତା ରହିଛି। ତେଣୁ ରବିବାର ଦିନଟି ଶିକ୍ଷାଦାନ ଦିବସରୁ ମୁକ୍ତ କରିବା ପାଇଁ ଓଷ୍ଟା ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri