Posted inଜାତୀୟ

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ ସଂଘ (ISMA) କହିଛି। ସୋମବାର ଏକ ଖବରଦାତା ସମ୍ମିଳନୀରେ ISMA ଅଧ୍ୟକ୍ଷ ନୀରଜ ଶିରଗାଓଁକର ଚିନି ଦର ବୃଦ୍ଧିର କାରଣ ଓ ଦେଶରେ ଚିନି ମହଜୁଦ ସମ୍ପର୍କରେ ସୂଚନା ଦେଇଛନ୍ତି।

ନୀରଜ ଶିରଗାଓଁକରଙ୍କ କହିବା ଅନୁସାରେ, ଚିନି ଦରରେ ନିକଟରେ ହୋଇଥିବା ବୃଦ୍ଧି ପଛରେ ଏକାଧିକ କାରଣ ରହିଛି। ଆଗାମୀ ଦିନରେ ଦର ବଢ଼ିବ ବୋଲି ଆଶା କରି ବ୍ୟବସାୟୀ ଓ ଥୋକ ଉପଭୋକ୍ତାଙ୍କ ପକ୍ଷରୁ ଅଧିକ ପରିମାଣରେ ଚିନି କିଣାଯିବା ଏହାର ଏକ ପ୍ରମୁଖ କାରଣ। ଏହା ସହ ଖରାପ ପାଗପାଣି ଯୋଗୁ ଚିନି ଉତ୍ପାଦନରେ ମଧ୍ୟ ହ୍ରାସ ଘଟିଛି। ତେବେ ଚିନିର କୃତ୍ରିମ ଅଭାବ ସୃଷ୍ଟି କରିବା କିମ୍ବା ମିଲ ସ୍ତରରେ ଦର ବଢ଼ାଇବାରେ ଚିନି ମିଲ୍‌ଗୁଡ଼ିକର କୌଣସି ଭୂମିକା ନାହିଁ ବୋଲି ଶିରଗାଓଁକର ସ୍ପଷ୍ଟ କରିଛନ୍ତି।

ଗତ କିଛି ଦିନରେ ଚିନିର ଖୁଚୁରା ଦର ଦ୍ରୁତ ଗତିରେ ବଢ଼ିବା ପରେ କେନ୍ଦ୍ର ସରକାର ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ସରକାର ୧୦ ଲକ୍ଷ ଟନ କଞ୍ଚା ଚିନିର ଶୁଳ୍କମୁକ୍ତ ଆମଦାନୀକୁ ଅନୁମତି ଦେବା ପରେ ବଜାରରେ ଚିନି ଦର ନରମ ହେବା ଆରମ୍ଭ କରିଛି ବୋଲି ISMA ଅଧ୍ୟକ୍ଷ କହିଛନ୍ତି।

ସେ କହିଛନ୍ତି ଯେ, ଭାରତରେ ଚିନିର କୌଣସି ଅଭାବ ନାହିଁ। ବର୍ତ୍ତମାନର ଚିନି ମାର୍କେଟିଂ ସେସନ ସେପ୍ଟେମ୍ବର ଶେଷରେ ସମାପ୍ତ ହେବା ସମୟରେ ପ୍ରାୟ ୩୫ ଲକ୍ଷ ଟନ ଚିନି ମହଜୁଦ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଚିନି ମଲ୍‌ଗୁଡ଼ିକର ଆଗାମୀ ପେଷାଇ ସିଜନ ପ୍ରାୟ ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହେବ ବୋଲି ISMA ପକ୍ଷରୁ କୁହାଯାଇଛି। ଅକ୍ଟୋବର ମାସରେ ପ୍ରାୟ ୧୦ରୁ ୧୨ ଲକ୍ଷ ଟନ ଚିନି ଉତ୍ପାଦନ ହୋଇପାରେ। ସେହି ସମୟରେ ଅକ୍ଟୋବରରେ ଚିନିର ଚାହିଦା ପ୍ରାୟ ୨୪ରୁ ୨୫ ଲକ୍ଷ ଟନ ରହିବ ବୋଲି ଆକଳନ କରାଯାଇଛି।
କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ କହିଛନ୍ତି ଯେ, ଦେଶରେ ଚିନିର କୌଣସି ଅଭାବ ନାହିଁ। ତେବେ ଚିନି ମହଙ୍ଗା ହେବା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। ଗୋଟିଏ ହେଉଛି ‘ରେଡ ରଟ’ ରୋଗ ଏବଂ ଅନ୍ୟଟି ହେଉଛି ଏଲ ନିନୋ ପରିସ୍ଥିତି। ଏହି ଦୁଇ କାରଣ ଯୋଗୁ ଚିନି ଉତ୍ପାଦନ ହ୍ରାସ ପାଇଛି।

କେବଳ ଭାରତ ନୁହେଁ, ବିଶ୍ୱର ଅନେକ ଦେଶରେ ମଧ୍ୟ ଚିନି ଉତ୍ପାଦନ ପ୍ରଭାବିତ ହୋଇଛି। ଚିନି ଦର ବଢ଼ିବାକୁ ନେଇ ସାଧାରଣ ଲୋକଙ୍କ ସହ ସରକାର ମଧ୍ୟ ଚିନ୍ତିତ ଥିବାରୁ କେନ୍ଦ୍ର ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ଭାରତର ବାର୍ଷିକ ଚିନି ଆବଶ୍ୟକତା ପ୍ରାୟ ୨୮୦ ଲକ୍ଷ ଟନ ଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଅତିରିକ୍ତ ଚିନି ମହଜୁଦ ରହିଛି। ତେଣୁ ଦୀର୍ଘ ସମୟ ଧରି ଲୋକଙ୍କୁ ଚିନି ମହଙ୍ଗାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ସରକାର ପକ୍ଷରୁ ଆଶ୍ୱାସନା ଦିଆଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଷ୍ଟାଲିନଙ୍କୁ ମନାଇବାରେ ବିଫଳ INDIA ମେଣ୍ଟ! କହିଲେ ଡିଲିମିଟେସନ ବିଲ୍‌କୁ ସମର୍ଥନ ନିଷ୍ପତ୍ତିରେ…

ଚେନ୍ନାଇ,୨୯।୧୧ : ସଂସଦରେ ସୀମା ନିର୍ଦ୍ଧାରଣ ବିଲକୁ ଡିଏମ୍‌କେ ସମର୍ଥନ କରିବ ବୋଲି ଘୋଷଣା କରିବାର ଦିନକ ପରେ ଚେନ୍ନାଇରେ ଦଳର ମୁଖ୍ୟ ଏମ୍‌କେ ଷ୍ଟାଲିନଙ୍କୁ ଭେଟିଛନ୍ତି…

ସୀମା ନିର୍ଦ୍ଧାରଣ ବିଲ୍; ଷ୍ଟାଲିନଙ୍କୁ ଆଲିଙ୍ଗନ କରି ଏଭଳି କହିଲେ ରାହୁଲ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୧୧: ଦେଶରେ ଲୋକ ସଭା ଆସନର ପୁନଃବଣ୍ଟନ ଅର୍ଥାତ୍‌ ସୀମା ନିର୍ଦ୍ଧାରଣ ବିଲକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । ଏହାରି ମଧ୍ୟରେ ରବିବାର ଚେନ୍ନାଇରୁ…

ଚହଲଙ୍କ ପରେ ଏବେ ଭାଜପାରେ ଯୋଗଦେବେ କି ମହମ୍ମଦ ଶାମି? ନୀତିନ ନବୀନଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟର ମହମ୍ମଦ ଶାମି ରବିବାର ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଭାଜପାର କୁଁୱର ବାସିତ…

ନିଜର ସମସ୍ତ ପରିବାର ତଥା ଆତ୍ମୀୟସ୍ବଜନଙ୍କ ସହ ସମ୍ପର୍କ ଛିନ୍ନ କଲେ ପବନ ସିଂହ; ନିଜ ମା’ ଏବଂ ଭାଇଙ୍କ ଉଦ୍ଦେଶ୍ୟରେ ଲେଖିଲେ ଭାବପ୍ରବଣ ପୋଷ୍ଟ

ପାଟନା,୨୯।୧୧: ଭୋଜପୁରୀ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ତଥା ଗାୟକ ପବନ ସିଂହ, ନିଜ ପାରିବାରିକ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଚର୍ଚ୍ଚାରେ…

ବ୍ୟାଗ ଯାଞ୍ଚ ବେଳେ ହଇଚଇ! ୩ଟି ବୋମା ଧରି ସ୍କୁଲ ପହଞ୍ଚିଲେ ଅଷ୍ଟମ ଶ୍ରେଣୀ ଛାତ୍ର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୯।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜ ସହରର ଏକ ସ୍କୁଲରେ ଚାଞ୍ଚଲ୍ୟ ଦେଖାଦେଇଛି । ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରୁ ୩ଟି ଦେଶୀ ବୋମା ମିଳିବା ପରେ…

ରାହୁଲଙ୍କ ବାର୍ତ୍ତା ଉପରେ ଜବାବ ଦେଲେ ଷ୍ଟାଲିନ

ନୂଆଦିଲ୍ଲୀ,୨୯।୧୧: ‘ସୀମା ନିର୍ଦ୍ଧାରଣ ବିଲ’ (Delimitation Bill) ଉପରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକତା ସ୍ଥାପନ ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ଲୋକ ସଭାରେ ବିରୋଧୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?