Posted inଖେଳ

ଦଳରେ ନାହାଁନ୍ତି ରୋହିତ ଓ କୋହଲି: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପାଇଁ ଦଳ ଘୋଷଣା

ମୁମ୍ବାଇ,୫।୧୧: ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ଆସନ୍ତା ନଭେମ୍ବର ୧୩ରୁ ୧୯ ତାରିଖ ମଧ୍ୟରେ ରାଜକୋଟର ନିରଞ୍ଜନ ଶାହା ଷ୍ଟାଡିୟମରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ଙ୍କୁ ସାମିଲ କରାଯାଇ ନାହିଁ।

ଦୁଇ ଷ୍ଟାର ଖେଳାଳିଙ୍କୁ ଅଧିକ ମ୍ୟାଚ୍ ଅଭ୍ୟାସ ପାଇଁ ‘ଏ’ ଦଳରେ ସାମିଲ କରାଯିବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା। ମାତ୍ର ଚୟନ କମିଟି ଏହି ନିଷ୍ପତ୍ତିକୁ ଏଡ଼ାଇ ଯାଇଛି। ଏନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ରୋହିତ ଏବଂ କୋହଲି ଟେଷ୍ଟ ଓ ଟି-୨୦ରୁ ଅବସର ନେବା ପରେ କେବଳ ଦିନିକିଆ ଫର୍ମାଟ୍ ଖେଳୁଛନ୍ତି। ମ୍ୟାଚ୍ ଫିଟ୍ ରହିବା ପାଇଁ ସୁନୀଲ ଗାଭାସ୍କରଙ୍କ ଭଳି ଅନେକ ବିଶେଷଜ୍ଞ ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ଭଳି ଘରୋଇ କ୍ରିକେଟ୍ ଖେଳିବାକୁ ଉଭୟଙ୍କୁ ପରାମର୍ଶ ଦେଇଛନ୍ତି।

ଇଣ୍ଡିଆ ‘ଏ’ ଦଳ:
ଅଧିନାୟକ: ତିଲକ ବର୍ମା, ଉପ-ଅଧିନାୟକ: ଋତୁରାଜ ଗାୟକୱାଡ, ଅଭିଷେକ ଶର୍ମା, ରିୟାନ ପରାଗ, ଇଶାନ କିଶନ (WK), ଆୟୁଷ ବଦୋନୀ, ନିଶାନ୍ତ ସିନ୍ଧୁ, ବିପ୍ରାଜ ନିଗମ, ମାନବ ସୁଥାର, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ଖଲୀଲ ଅହମ୍ମଦ, ପ୍ରଭସିମରନ ସିଂହ (WK)।


Enter your email to get our daily news in your inbox.

All Right Reserved By Dharitri.Com

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

ମୋଦିଙ୍କ ଅଧ୍ୟକ୍ଷତାରେ ବସିଲା CCSର ବଡ଼ ବୈଠକ; ସାମିଲ ହେଲେ NSA ଡୋଭାଲ, କ’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସଂସଦ ଭବନ ପରିସରରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ CCSର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ଜାତୀୟ…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଲେ ଏହି ମହାନ କ୍ରିକେଟର୍‌: ଭାବପ୍ରବଣ ହୋଇ ନେଲେ ବିଦାୟ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚିତ ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାହାଣେ ଗତ…

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

ବଡ଼ ସଫଳତା: ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କଲା ଏହି ଟିମ୍‌

ନୂଆଦିଲ୍ଲୀ,୩୦।୭: ଭାରତର ଯୁବ ବ୍ୟାଟିଂ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ନିଜର ଦ୍ରୁତ କ୍ରିକେଟ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଆଗାମୀ ଦଲୀପ ଟ୍ରଫି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri