Posted inଖେଳ

ନ୍ୟୁଜିଲାଣ୍ଡକୁ ଜୋରଦାର ଝଟ୍‌କା: ଭାରତ ବିପକ୍ଷ ସିରିଜ୍‌ ମଝିରେ ଘଟିଲା…

ଓ୍ବେଲିଂଟନ,୨୯।୧୦:ଭାରତ ବିପକ୍ଷ ଟି-୨୦ ସିରିଜ୍‌ରେ ଆହତ ସମସ୍ୟା ନ୍ୟୁଜିଲାଣ୍ଡ ଦଳର ଚିନ୍ତା ବଢ଼ାଇଛି। ପୂର୍ବରୁ ଆହତ ସମସ୍ୟାରେ ଗତି କରୁଥିବା କିୱି ଦଳକୁ ଆଉ ଏକ ଝଟକା ଲାଗିଛି। ଦ୍ରୁତ ବୋଲର ଲକି ଫର୍ଗୁସନ ଆହତ କାରଣରୁ ଭାରତ ବିପକ୍ଷ ଟି-୨୦ ସିରିଜ୍‌ରୁ ଅବଶିଷ୍ଟ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ୨୬ ବର୍ଷୀୟ ଦ୍ରୁତ ବୋଲର ମ୍ୟାଟ ଫିସରଙ୍କୁ ଦଳରେ ସାମିଲ କରାଯାଇଛି। ଅନ୍ୟପଟେ, ଦ୍ୱିତୀୟ ଟି-୨୦ ମ୍ୟାଚ ସମୟରେ ଅଭିଜ୍ଞ ଦ୍ରୁତ ବୋଲର ମ୍ୟାଟ ହେନରୀ ମଧ୍ୟ ଆହତ ହୋଇଛନ୍ତି।

ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ ସମୟରେ ଫର୍ଗୁସନଙ୍କ ଡାହାଣ ପାଦରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କର ସ୍କାନ କରାଯାଇଥିଲା। ରିପୋର୍ଟରୁ ମାଂସପେଶୀ ସାମାନ୍ୟ ଆଘାତ ହୋଇଥିବା ଜଣାପଡ଼ିଛି। ସୁସ୍ଥ ହୋଇ ପଡ଼ିଆକୁ ଫେରିବା ପାଇଁ ତାଙ୍କୁ ପ୍ରାୟ ଏକ ସପ୍ତାହ କିମ୍ବା ତାଠାରୁ ଅଧିକ ସମୟ ଲାଗିପାରେ। ଏହି କାରଣରୁ ସେ ଭାରତ ବିପକ୍ଷ ଟି-୨୦ ସିରିଜ୍‌ରୁ ବାକି ମ୍ୟାଚଗୁଡ଼ିକରେ ଖେଳିପାରିବେ ନାହିଁ।

ଫର୍ଗୁସନଙ୍କ ସ୍ଥାନରେ ମ୍ୟାଟ ଫିସରଙ୍କୁ ନ୍ୟୁଜିଲାଣ୍ଡର ଟି-୨୦ ଦଳରେ ସାମିଲ କରାଯାଇଛି। ସେ ପୂର୍ବରୁ ବୋଲିଂ ବିକଳ୍ପ ଭାବେ ୱେଲିଂଟନରେ ଦଳ ସହ ରହିଥିଲେ। ଏବେ ତାଙ୍କୁ ସିରଜ୍‌ର ଅବଶିଷ୍ଟ ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିପାରେ। ଦ୍ୱିତୀୟ ଟି-୨୦ ମ୍ୟାଚ ସମୟରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ମ୍ୟାଟ ହେନରୀ ମଧ୍ୟ ଆହତ ହୋଇଥିଲେ। ସୁସ୍ଥ ହେବାକୁ ତାଙ୍କୁ ଏକରୁ ଦୁଇ ସପ୍ତାହ ସମୟ ଲାଗିପାରେ।
ଆହତ ଯୋଗୁ ଭାରତ ବିପକ୍ଷ ଟି-୨୦ ସିରିଜ ମଧ୍ୟରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲିଂ ବିଭାଗରେ ବାରମ୍ବାର ପରିବର୍ତ୍ତନ କରିବାକୁ ପଡ଼ୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବରରୁ ଦୁର୍ଲଭ ଗଜକେଶରୀ ଯୋଗ: ସିଂହ ସମେତ ୪ ରାଶିଙ୍କର ଲାଗିବ ଲଟେରୀ, ବଢିବ ଧନ! ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୨ ତାରିଖ ସକାଳେ ଚନ୍ଦ୍ରମା କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ସିଂହ ରାଶିରେ ପୂର୍ବରୁ ଗୁରୁ ବୃହସ୍ପତି…

ମାତ୍ର ୨୮ ବର୍ଷ ବୟସରେ କ୍ରିକେଟ୍‌ରୁ ଅବସର ନେଇ ଚକିତ କରିଦେଲେ ଏହି କ୍ରିକେଟର୍‌

ଡବଲିନ,୨୯।୧୦: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି ଆୟରଲାଣ୍ଡର ଲେଗ ସ୍ପିନର ବେନ ହ୍ବାଇଟ। ମାତ୍ର ୨୮ ବର୍ଷ ବୟସରେ ସେ ନିଜର…

ମାତ୍ର ୧୫ ବର୍ଷରେ ଇତିହାସ ରଚିଲେ ଉମା, WPLର ସବୁଠୁ କମ୍‌ ବୟସ୍କ ଖେଳାଳି ଭାବେ…

ନୂଆଦିଲ୍ଲୀ, ୨୯।୧୦: ଉମା କାଶଭୀ ମହିଳା ପ୍ରିମିୟର ଲିଗ (WPL) ନିଲାମ ଇତିହାସରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ହୋଇଛନ୍ତି। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ…

ମିଳିଲା ବଡ଼ ସଫଳତା, ପ୍ଲୁଟୋ ପଛରେ ଲୁଚି ରହିଛି ଆଉ ଏକ ବିଶାଳକାୟ ବାମନ ଗ୍ରହ

ନୂଆଦିଲ୍ଲୀ,୨୯।୧୦: ମହାକାଶ ବିଜ୍ଞାନୀମାନେ ପ୍ଲୁଟୋ ପଛରେ ଲୁଚି ରହିଥିବା ଏକ ବିଶାଳକାୟ ନୂତନ ବାମନ ଗ୍ରହର ସନ୍ଧାନ ପାଇଛନ୍ତି । ଚିଲିରେ ଅବସ୍ଥିତ ବିଶ୍ୱର ସବୁଠାରୁ ବଡ଼…

ରୋହିଣୀ ନକ୍ଷତ୍ରରେ ଚନ୍ଦ୍ର: ୪ ରାଶିଙ୍କ ଫିଟିବ ଭାଗ୍ୟ, ଧନବର୍ଷା ସହ ମିଳିବ ଚାକିରିରେ ପଦୋନ୍ନତି

ଆଜି କରୱା ଚୌଥ ଅବସରରେ ବୁଧ ଏବଂ ଶୁକ୍ର ଗ୍ରହ ତୁଳା ରାଶିରେ ରହିବା ଯୋଗୁଁ ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି ହେଉଛି। ତୁଳା ରାଶିରେ ସୂର୍ଯ୍ୟ,…

ପୁଣି ସୃଷ୍ଟି ହେଲା ଲଘୁଚାପ: ୨୪ ଘଣ୍ଟାରେ…

ଭୁବନେଶ୍ୱର, ୨୯।୧୦: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ। ୨୪ ଘଣ୍ଟାରେ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ…

ଏହି କ୍ରିକେଟର୍‌ଙ୍କ ଭାଇ ରଚିଲେ ଇତିହାସ: ୭୭ ବର୍ଷ ପରେ ଦୋହରାଇଲେ ବିରଳ କୀର୍ତ୍ତିମାନ

ମୁମ୍ବାଇ,୨୯।୧୦: ଘରୋଇ କ୍ରିକେଟ୍‌ରେ ଚମକିଲେ ଯୁବ ଅଲରାଉଣ୍ଡର ମୁଶୀର ଖାନ। ରଣଜୀ ଟ୍ରଫି ୨୦୨୬-୨୭ରେ ହରିୟାଣା ବିପକ୍ଷରେ ବ୍ୟାଟ ଓ ବଲ୍‌ରେ ଚମତ୍କାର ପ୍ରଦର୍ଶନ କରି ସେ…

ନେତାନ୍ୟାହୁଙ୍କ ଦଳକୁ ମିଳିଲାନି ବହୁମତ, କଲେ ବଡ଼ ଅଭିଯୋଗ

ଜେରୁଜେଲମ,୨୯ା୧୦: ଭୋଟ ଗଣତି ଚାଲିଥିବା ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବୁଧବାର ଅଭିଯୋଗ କରିଛନ୍ତି ଯେ ସାଧାରଣ ନିର୍ବାଚନକୁ ଆରବ ଦଳଗୁଡ଼ିକ ଚୋରି କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?