Posted inଖେଳ

ଏସିଆ କପ୍‌ ଫାଇନାଲ୍‌ ମ୍ୟାଚ୍‌ ପାଇଁ ନାହିଁ ରିଜର୍ଭ ଡେ’: ବର୍ଷା ହେଲେ କିଏ ହେବ ବିଜେତା ଜାଣନ୍ତୁ

କଲମ୍ବୋ,୭।୯: ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପ ମ୍ୟାଚ ଖେଳ ଅପେକ୍ଷା ଅଧିକ ବର୍ଷା ହେତୁ ଆଲୋଚନା ହେଉଛି। ଏପର୍ଯ୍ୟନ୍ତ ଖେଳାଯାଇଥିବା ପ୍ରତ୍ୟେକ ମ୍ୟାଚ୍‌ରେ ବର୍ଷା ବାଧା ଦେଇଛି। ଏସିଆ କପ ଫାଇନାଲ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍‌ ଆସିଛି। ଏସିଆନ କ୍ରିକେଟ ପରିଷଦ ପକ୍ଷରୁ ଏହା ସ୍ପଷ୍ଟ ହୋଇଛି ଯେ, ଫାଇନାଲ ପାଇଁ କୌଣସି ରିଜର୍ଭ ଡେ’ ରଖାଯାଇ ନାହିଁ। ଯଦି ବର୍ଷା ହେତୁ ଫାଇନାଲ ମ୍ୟାଚ ବାଧାପ୍ରାପ୍ତ ତେବେ ଉଭୟ ଦଳ ବିଜେତା ଘୋଷିତ ହେବେ।
ଏସିଆ କପର ଫାଇନାଲ ମ୍ୟାଚ ୧୭ ସେପ୍ଟେମ୍ବରରେ ଖେଳାଯିବ। ବର୍ଷା ଯୋଗୁ ପ୍ରବଳ କ୍ଷୟକ୍ଷତି ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ ପୂର୍ବରୁ କହିସାରିଛି। ପିସିବି କହିଛି ଯେ, ବର୍ଷା କାରଣରୁ ସେମାନେ ଶ୍ରୀଲଙ୍କା ପରିବର୍ତ୍ତେ ୟୁଏଇରେ ମ୍ୟାଚ ଆୟୋଜନ କରିବାକୁ ଚାହୁଁଥିଲେ। କିନ୍ତୁ ଏସିସି ସଭାପତି ଜୟ ଶାହା ୟୁଏଇ ପରିବର୍ତ୍ତେ ଶ୍ରୀଲଙ୍କାକୁ ବିକଳ୍ପ ଭାବେ ବାଛିଥିଲେ।
ଏସିଆ କପ ଆୟୋଜନ ସହିତ ସମଗ୍ର ବିବାଦ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏସିଆ କପ ଆୟୋଜନ କରିବାର ଅଧିକାର ପାକିସ୍ତାନର ଥିଲା। ସୁରକ୍ଷା କାରଣରୁ ଭାରତ ପାକିସ୍ତାନକୁ ଏକ ଦଳ ପଠାଇବାକୁ ମନା କରିଦେଇଥିଲା। ଏହା ପରେ ହୋଷ୍ଟିଂ ସମ୍ବନ୍ଧୀୟ ନୂତନ ବିକଳ୍ପଗୁଡ଼ିକର ସନ୍ଧାନ ଆରମ୍ଭ ହେଲା। ପରିଶେଷରେ ହୋଷ୍ଟିଂ ପାଇଁ ଏକ ହାଇବ୍ରିଡ ମଡେଲ ନିଷ୍ପତ୍ତି ନିଆଯାଇଥିଲା।
ଏହି ମଡେଲ ଅଧୀନରେ ପାକିସ୍ତାନରେ ୪ଟି ମ୍ୟାଚ ଆୟୋଜିତ ହେଉଛି ଏବଂ ବାକି ୯ଟି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯାଉଛି। ତେବେ ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ କେବଳ ଶ୍ରୀଲଙ୍କାରେ ଖେଳିବ। ଫାଇନାଲ ମ୍ୟାଚ ମଧ୍ୟ ଶ୍ରୀଲଙ୍କାରେ ଆୟୋଜିତ ହେବ। କିନ୍ତୁ ବର୍ଷା ସଙ୍କଟ ଯୋଗୁ ଫାଇନାଲ୍‌କୁ ନେଇ ଏବେ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri