କମୁନି ଦର, ଖାଲି ହେଉଛି ପକେଟ

ନୂଆଦିଲ୍ଲୀ,୧୫।୮:  ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଗତ କିଛିମାସ ହେଲା କ୍ରମାଗତ ହ୍ରାସ ପାଇଚାଲିଛି। ହେଲେ ତା’ର ପ୍ରଭାବ ଭାରତ ବଜାରରେ ଦେଖିବାକୁ ମିଳୁନାହିଁ। ଯାହାକୁ ନେଇ ସବୁ ବର୍ଗର ଖାଉଟି ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କରୋନା ମହାମାରୀ ଯୋଗୁ ଗତ ୧୫ ମାସ ହେବ ପ୍ରାୟ ୩୦% ଲୋକଙ୍କ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ସେହିଭଳି ଏହି ସମୟ ମଧ୍ୟରେ ରୋଜଗାର ଏକ ପ୍ରକାର ଠପ୍‌ ହୋଇଯାଇଛି। ଗୋଟିଏ ପଟେ ଦେଶର ପେଟ୍ରୋଲ୍‌ ଦର ୨୦ ରାଜ୍ୟର ପ୍ରାୟ ସମସ୍ତ ସହରରେ ୧୦୦ ଟଙ୍କା ଟପି ରେକର୍ଡ କରିଛି। ସେହିପରି ଡିଜେଲ୍‌ ଦର ମଧ୍ୟ ଅହେତୁକ ଭାବେ ବଢି ଚାଲିଛି। ଏହା ଦ୍ୱାରା ପରିବହନଠାରୁ ପରିବା ହାଟ ପର୍ଯ୍ୟନ୍ତ ସବୁ ସ୍ଥାନରେ ଚଡ଼କ ପଡ଼ିଛି। ଏପରି କି ତୈଳ ଦର କମୁ ନ ଥିବାରୁ ସବୁ ବର୍ଗର ଖାଉଟିଙ୍କ ପକେଟ୍‌ ଖାଲି ହେଉଛି ବୋଲି ବିଭିନ୍ନ ସର୍ଭେରୁ ଜଣାପଡିଛି। ଏହି ଘଟଣା ସମ୍ପର୍କରେ ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ପେଟ୍ରୋଲଠାରୁ ଡିଜେଲ ଦର ବୃଦ୍ଧି ସବୁ ବର୍ଗ ଓ କ୍ଷେତ୍ର ପାଇଁ ସମସ୍ୟା ସୃଷ୍ଟି କରିଛି। ଡିଜେଲ ଯାନ ଜରିଆରେ ପ୍ରାୟ ୭୦% ମାଲ୍‌ ପରିବହନ ହୋଇଥାଏ। ତୈଳ ଦର ବୃଦ୍ଧି ଯୋଗୁ ଗତ ୮ ମାସ ମଧ୍ୟରେ ଅତ୍ୟାବଶ୍ୟକ ବଜାର ଦର କ୍ରମାଗତ ବୃଦ୍ଧି ଘଟୁଛି। ଫଳରେ ବ୍ୟବସାୟୀ ଆଗରୁ ଯେଉଁ ସାମଗ୍ରୀକୁ ୧୦୦ ଟଙ୍କାରେ ବିକ୍ରି କରୁଥିଲା, ଡିଜେଲ ଓ ପରିବହନ ବାବଦର ଅତିରିକ୍ତ ଖର୍ଚ୍ଚ ପାଇଁ ସେ ସବୁ ସାମଗ୍ରୀର ଦର ବର୍ତ୍ତମାନ ୬୦ରୁ ୮୦% ବୃଦ୍ଧି ପାଇଛି। ଯାହାକୁ ଖାଉଟି ପରୋକ୍ଷରେ ଭରଣା କରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଗତ ୨୮ ଦିନ ହେବ ପେଟ୍ରୋଲ୍‌ ଏବଂ ଡିଜେଲ ଦର ବୃଦ୍ଧି ଘଟି ନ ଥିଲେ ସୁଦ୍ଧା ଖାଉଟିଙ୍କ ପାଇଁ ସେ ଭଳି କିଛି ପଦକ୍ଷେପ ଉଭୟ ସରକାର ଓ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ନିଆଯାଇ ନାହିଁ।
ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ଜୁଲାଇ ୧୭ରେ ଶେଷ ଥର ପାଇଁ ତୈଳ ଦର ପରିବର୍ତ୍ତନ ହୋଇଥିଲା। ଶନିବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୨.୬୬ ଟଙ୍କା ରହିଥିବା ବେଳେ ଡିଜେଲ ୯୭.୯୫ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧. ୮୪ ଟଙ୍କା ଏବଂ ଡିଜେଲ ୮୯.୮୭ ଟଙ୍କା ରହିଛି। ଗତ ଏପ୍ରିଲ୍‌ ୨୦୨୦ରୁ ଆଜି ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଉପରେ ୩୨.୨୫ ଟଙ୍କା ବୃଦ୍ଧି ହୋଇଛି। ଫଳରେ ୬୯.୫୯ ଟଙ୍କାରୁ ଆସି ୧୦୧.୮୪ ଟଙ୍କାରେ ପହଞ୍ଚତ୍ଛି, ଅର୍ଥାତ୍‌ ଏହି ସମୟ ମଧ୍ୟରେ ଏଠାରେ ୪୬.୩୪% ବୃଦ୍ଧି ଘଟିଛିି। ସେହିପରି ଡିଜେଲ୍‌ ଦରରେ ମଧ୍ୟ ୨୭.୫୮ ଟଙ୍କା ବଢ଼ିଛି, ୬୨.୨୯ ଟଙ୍କାରୁ ଆସି ୮୯.୮୭ ଟଙ୍କା ଛୁଇଁଛି। ଏହି ସମୟ ମଧ୍ୟରେ ଡିଜେଲ୍‌ ୪୪.୨୭% ବଢ଼ିଛି ବୋଲି ଜଣାପଡିଛି। ଅପରପକ୍ଷରେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟୁଛି, ଯାହା ଫଳରେ ଭାରତ ବଜାରରେ ୨୮ ଦିନ ହେବ ତୈଳ ଦର ସ୍ଥିର ରହିଛି। ଗତବର୍ଷ ଏପ୍ରିଲରୁ ଆଜି ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍‌ ମୂଲ୍ୟରେ ୪୦%ରୁ ଅଧିକ ବୃଦ୍ଧି ହୋଇଥିବା ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri