Posted inଜାତୀୟ

ଭାରତ-ରୁଷିଆ ଭାଗିଦାରୀ ଉପରେ କୌଣସି ଚାପର ପ୍ରଭାବ ପଡ଼ିବ ନାହିଁ: ଲାଭ୍ରୋଭ୍‌

ନୂଆଦିଲ୍ଲୀ, ୧।୪: ୟୁକ୍ରେନ୍‌ ସହ ରୁଷିଆର ଯୁଦ୍ଧକୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଆସୁଛନ୍ତି। ଏପରିକି ଦେଶ ଉପରେ ଚାପ ବଢ଼ାଇବା ଲାଗି ବିଭିନ୍ନ କଟକଣା ଲଗାଉଛନ୍ତି। ଏଭଳି ସମୟରେ ଭାରତ ଗସ୍ତରେ ଆସିଛନ୍ତି ରୁଷିଆର ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ। ଏହାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଭାରତ। ଗୋଟିଏ ପଟେ ଆମେରିକା ଭାରତକୁ ଚେତାବନୀ ଦେଇଥିବା ବେଳେ ରୁଷିଆ ଭାରତର ନିରପେକ୍ଷ ତଥା ସ୍ବାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିଛି।

ଲାର୍ଭୋଭ କହିଛନ୍ତି, ରୁଷିଆ ସର୍ବଦା ଭାରତ ସହ ରହିଛି। ଭାରତ ସରକାର ରୁଷିଆଠାରୁ ଯାହା କିଣିବାକୁ ଚାହାନ୍ତି, ସେ ବିଷୟରେ ଆଲୋଚନା କରିବାକୁ ମସ୍କୋ ରାଜି। ଆମେରିକା ଅନ୍ୟମାନଙ୍କୁ ନିଜ ରାଜନୀତିକୁ ଅନୁସରଣ କରିବାକୁ ବାଧ୍ୟ କରୁଛି। କିନ୍ତୁ ଭାରତର ବୈଦେଶିକ ନୀତି ସ୍ବତନ୍ତ୍ର। ଏହାଛଡ଼ା କୌଣସି ଚାପ ଉଭୟ ଦେଶର ଭାଗିଦାରୀ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ସେ ସର୍ବସମ୍ମୁଖରେ ଘୋଷଣା କରିଛନ୍ତି।

ଏହାଛଡ଼ା ୟୁକ୍ରେନ ସହ ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟସ୍ଥି ଭୂମିକା ଗ୍ରହଣ ନେଇ ସେ କହିଛନ୍ତି, ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ। ଯଦି ଭାରତ ଅନ୍ତର୍ଜାତୀୟ ସମସ୍ୟାର ନ୍ୟାୟସଂଗତ ଏବଂ ଯୁକ୍ତିଯୁକ୍ତ ଆଭିମୁଖ୍ୟ ଗ୍ରହଣ କରେ ତେବେ ଏହି ପ୍ରକ୍ରିୟାକୁ ସମର୍ଥନ କରିପାରିବ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ରୁଷିଆ ଉପରେ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ମସ୍କୋ ଉପରେ କଟକଣା ଜାରି କରିଥିବା ବେଳେ ଲାଭ୍ରୋଭ ସମର୍ଥନ ଆଶାରେ ନୂଆଦିଲ୍ଲୀ ଆସିଛନ୍ତି। ତେବେ ମସ୍କୋର ପ୍ରସ୍ତାବ ଉପରେ ଭାରତ ବିଚାର କରୁଥିବା ନେଇ ଆମେରିକା ଏବଂ ଅଷ୍ଟ୍ରେଲିଆ ନୂଆଦିଲ୍ଲୀକୁ ସମାଲୋଚନା କରିଛନ୍ତି। ଏପରିକି ଭାରତ ସମେତ କୌଣସି ଦେଶ ରୁଷିଆର କେନ୍ଦ୍ରୀୟ ବ୍ୟାଙ୍କ ଜରିଆରେ ମସ୍କୋଠାରୁ ରୁବଲ ବିନିମୟରେ କାରବାର କଲେ କିମ୍ବା ଆମେରିକାର କଟକଣାକୁ ନ୍ୟୁନ କଲା ଭଳି ନିଜସ୍ବ ଦେୟ ବ୍ୟବସ୍ଥା ଆପଣାଇଲେ ପରିଣାମ ଭଲ ହେବ ନାହିଁ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା(ଡେପୁଟି ଏନ୍‌ଏସ୍‌ଏ) ଦଲୀପ ସିଂ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ, ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ ଦୋକାନ…

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri