ଭାରତ-ପାକିସ୍ତାନ ବିବାଦ ସମାଧାନର କୌଣସି ସମ୍ଭାବନା ନାହିଁ

ଇସଲାମା ବାଦ,୨୫ା୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ବିବାଦର ସମାଧାନ ନେଇ କୌଣସି ସମ୍ଭାବନା ନାହିଁ। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନାରେ ଆଗାମୀ କମାଣ୍ଡ ପରିବର୍ତ୍ତନ ଏବଂ ଦୁଇ ପଡ଼ୋଶୀ ଦେଶରେ ସାଧାରଣ ନିର୍ବାଚନ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ବାଭାବିକ କରିବାରେ କୌଣସି ଅଗ୍ରଗତି କରିନାହିଁ। କିଛି ବର୍ଷ ମଧ୍ୟରେ ବି ସମାଧାନ ହେବାର ଦେଖାଯାଉନାହିଁ।

ଅନ୍ତଃରାଷ୍ଟ୍ରୀୟ ଏକ କାର୍ଯ୍ୟକ୍ରମରେ ଏପରି କଥା ସାମ୍ନାକୁ ଆସିଛି। ବର୍ତ୍ତମାନ ତଥା ପୂର୍ବତନ ବରିଷ୍ଠ ପାକିସ୍ତାନୀ ତଥା ଭାରତୀୟ କୂଟନୀତିଜ୍ଞ, ସୁରକ୍ଷା ଅଧିକାରୀ, ଦୁଇ ଦେଶର ଗୁପ୍ତଚର ଏଜେନ୍ସିର ଅଧିକାରୀ ତଥା ରାଜନେତାଙ୍କ ମଧ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି କାର୍ଯ୍ୟକ୍ରମରେ ଜଣେ ପାକିସ୍ତାନୀ ଅଂଶଗ୍ରହଣକାରୀ କହିଛନ୍ତି, ଏଥିରେ ସ୍ବାଭାବିକ ହେବା ପାଇଁ ଭାରତୀୟମାନେ ଗମ୍ଭୀର ନୁହନ୍ତି। ଏଥିରେ ପ୍ରବେଶ ନ କରିବା ପାଇଁ ଆତଙ୍କବାଦ ଚାର୍ଜକୁ ଏକ ଆବରଣ ଭାବରେ ବ୍ୟବହାର କରାଯାଇଛି। ସେ ମନେ ପକାଇ ଦେଇଛନ୍ତି ଯେ, ପାକିସ୍ତାନ ନିକଟରେ ଭାରତକୁ ଗୁପ୍ତଚର ଯୋଗାଇ ଦେଇଛି। ଯାହା ଦ୍ୱାରା ଅହମ୍ମଦାବାଦରେ ଆତଙ୍କବାଦୀ ଗିରଫ ହୋଇଥିଲେ ମଧ୍ୟ ଦିଲ୍ଲୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରୁନାହିଁ।

ଗତ ସପ୍ତାହରେ ଅନୁଷ୍ଠିତ ଏହି ବୈଠକରେ ଭାରତ-ପାକିସ୍ଥାନ ସମ୍ପର୍କକୁ ପ୍ରଭାବିତ କରୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ପାରସ୍ପରିକ ଅବିଶ୍ୱାସ ଏବଂ ବିରୋଧରେ ଏହି ବୈଠକ ପରିପୂର୍ଣ୍ଣ ହୋଇଥିଲା। କଶ୍ମୀର, ଆତଙ୍କବାଦ ଏବଂ ବାଣିଜ୍ୟ ଭଳି ସାଧାରଣ ପ୍ରସଙ୍ଗ ବ୍ୟତୀତ ଚାଇନା ଏବଂ ଆଫଗାନିସ୍ତାନ ସହ ଜଡ଼ିତ ବିକାଶ ଉପରେ ଉଭୟ ପକ୍ଷ ମତ ବିନିମୟ କରିଛନ୍ତି। କାରଣ ଏହା ଆଞ୍ଚଳିକ ଗଣନାକୁ ପରିବର୍ତ୍ତନ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଭାରତରେ ପ୍ରତି ୫ ଜଣରେ ଜଣେ ଝିଅ କରୁଛନ୍ତି ବାଲ୍ୟବିବାହ, ଜାତିସଂଘ ଓ ବିଶେଷଜ୍ଞଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ,୧୨ା୧୦(ପି.ଟି.): ୨୦୩୦ ମସିହା ସୁଦ୍ଧା ବିଶ୍ୱରୁ ବାଲ୍ୟବିବାହ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ଜାତିସଂଘ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ବିଶ୍ୱର ମୋଟ ବାଲ୍ୟବିବାହର ଏକ-ତୃତୀୟାଂଶ ଭାରତରେ ସଂଘଟିତ…

ଆଜି ସୁପ୍ରିମକୋର୍ଟକୁ ବିରୋଧୀଙ୍କ ପଦଯାତ୍ରା

ନୂଆଦିଲ୍ଲୀ,୧୨ା୧୦ ଭୋଟ ଚୋରି ପ୍ରସଙ୍ଗରେ ବିରୋଧୀ ନେତାମାନେ ସୋମବାର ସୁପ୍ରିମକୋର୍ଟକୁ ପଦଯାତ୍ରାରେ ଯାଇ ଦେଶର ସ୍ଥିତି ସମ୍ପର୍କରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କୁ ଅବଗତ…

ଦୁର୍ଗାପୂଜାରେ ହେବକି ବାତ୍ୟା? ବଡ଼ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୨।୧୦(ବନ୍ଦନା ସେଠୀ): ଥାଇଲାଣ୍ଡ ଉପସାଗର ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରକୁ ପ୍ରବେଶ କରିବ ଓ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ…

ମାନବ ଜାତିକୁ ଶେଷ କରିଦେଇପାରେ ଏଆଇ, ପରମାଣୁ ଯୁଦ୍ଧ

ଲଣ୍ଡନ, ୧୨ା୧୦: ଆଗାମୀ ୨୧୦୦ ମସିହା ସୁଦ୍ଧା ପୃଥିବୀରୁ ମାନବ ସଭ୍ୟତା ବିଲୁପ୍ତ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ବିଶ୍ୱପ୍ରସିଦ୍ଧ ଚିକିତ୍ସା ବିଜ୍ଞାନ ପତ୍ରିକା ‘ଦି ଲାନ୍‌ସେଟ’…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?