ପରିଚୟପତ୍ର ନ ଥିଲେ ବି ଟିକାକରଣରୁ କେହି ବଞ୍ଚିତ ହେବେ ନାହିଁ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ପରିଚୟ ପତ୍ର ନ ଥିଲେ ବି ଟିକାକରଣରୁ କେହି ବଞ୍ଚିତ ହେବେ ନାହିଁ। ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

ପରିଚୟପତ୍ର ନ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ, ସେଥିଲାଗି ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ବାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର। ଏନେଇ ସେ ସମସ୍ତ ଜିଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ଉଲ୍ଲେଖ ଅଛି ଯେ, ଟିକା ପାଇଁ ପଞ୍ଜୀକରଣ କରିବାକୁ ହେଲେ ୭ଟି ପରିଚୟପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡୁଛି। ହେଲେ ରାଜ୍ୟରେ ଏମିତି ବହୁ ବର୍ଗର ଲୋକ ଅଛନ୍ତି, ଯେଉଁମାନଙ୍କ ନିକଟରେ ଏହି ପରିଚୟପତ୍ର ମଧ୍ୟରୁ କୌଣସିଟିଏ ବି ନାହିଁ। ବିଭିନ୍ନ ଧର୍ମର ସାଧୁ, ସନ୍ଥ, ଯାଯାବର ଜୀବନ ବିତାଉଥିବା ନିରାଶ୍ରୟ, ଭିକାରି, ମାନସିକ ଚିକିତ୍ସା ଅନୁଷ୍ଠାନ ଏବଂ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଏହି ବର୍ଗରେ ତାଲିକାଭୁକ୍ତ କରାଯାଇଛି। ଏହି ବର୍ଗର ୧୮ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାକୁ ତ୍ୱରିତ ପଦକ୍ଷେପ ନେବାକୁ ଏସିଏସ୍‌ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଭେଳିକି :ଜୀବିକା ଛଡ଼ାଇନେଲେ ରାଜ୍ୟ ବାହାର ଭେଣ୍ଡର

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦେଶରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି।...

ବିନା ମାସ୍କରେ ଧରାପଡ଼ିଲେ ୨୬୯

ଭୁବନେଶ୍ୱର,୨୧ା୪ (ବ୍ୟୁରୋ): ସୋମବାରଠାରୁ କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଲକ୍‌ଡାଉନ୍‌ ନିୟମରେ କୋହଳ କରାଯାଇଛି। ସେମାନେ ଆଇକାର୍ଡ ଦେଖାଇ ଅଫିସ୍‌ ଯାଉଛନ୍ତି। ପୂର୍ବଦିନ...

ରାନୁଙ୍କ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜୟପୁରର ଅଟୋ ଚାଳକଙ୍କ ଗୀତ, ମିଳିଲାଣି ଲକ୍ଷାଧିକ ଭିଉଜ୍‌

ଜୟପୁର,୩ା୯(ପବନ ପାଣିଗ୍ରାହୀ): ‘ଚଲ୍‌ତେ ଚଲ୍‌ତେ ମେରେ ୟେ ଗୀତ୍‌ ୟାଦ୍‌ ରଖନା, କଭି ଅଲ୍‌ବିଦା ନା କେହ୍‌ନା।’ ଜୟପୁର ସହରର ଏକ ନିର୍ଦ୍ଦିଷ୍ଟ ଅଟୋରେ ଆପଣ...

କରୋନା ମୁକାବିଲା ପାଇଁ କେନ୍ଦ୍ରକୁ ରାଜ୍ୟର ପ୍ରସ୍ତାବ: ଏନ୍‌ଡିଆର୍‌ଏଫ୍‌ ଭଳି ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର ଖୋଲାଯାଉ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କୋଭିଡ୍‌-୧୯ ମୁକାବିଲା କରିବା ପାଇଁ ରାଜ୍ୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ(ଏନ୍‌ଡିଆର୍‌ଏଫ୍‌) ଭଳି ସ୍ବାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ସ୍ଥାପନ କରାଯାଉ, ଯଦ୍ଦ୍ବାରା...

ବାପ-ପୁଅ ଦଳରେ ପରିଣତ ହୋଇଛି କଂଗ୍ରେସ : ନିରଞ୍ଜନଙ୍କ ଉପରେ ବର୍ଷିଲେ କାହ୍ନୁ

ଭୁବନେଶ୍ୱର,୨୭ା୫(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରେ କଂଗ୍ରେସ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିବାପରେ ନେତାମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଦଳର ରାଜ୍ୟ...

ଭାଜପାର ‘ସଦସ୍ୟତା ଅଭିଯାନ’, ସାମିଲ ହେବେ ୧୦ ଲକ୍ଷ ଯୁବକ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଭାଜପା ପକ୍ଷରୁ ସଂଗଠନ ପର୍ବ ‘ସଦସ୍ୟତା ଅଭିଯାନ’ ଆରମ୍ଭ କରାଯାଇଛି। ଏଥିରେ ଦେଶ ତଥା ରାଜ୍ୟର ଯୁବପୀଢ଼ୀଙ୍କୁ ସାମିଲ କରାଯିବ। ନୂଆ ଭାରତ ତଥା...

କରଦାତାଙ୍କୁ କୃତଜ୍ଞତା

ଭୁବନେଶ୍ୱର(ବ୍ୟୁରୋ)/କଟକ/ପୁରୀ ଅଫିସ, ୨୧।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆୟକର ବିଭାଗ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳିତ ହୋଇଛି। ଏହି...

କାର୍ଯ୍ୟକାରୀ ହେଲାନି ଓଡ଼ିଆରେ ନାମଫଳକ: ବର୍ଷେ ପୂର୍ବରୁ ହୋଇଥିଲା ଗାଇଡ୍‌ଲାଇନ

ନୟାଗଡ଼ ଅଫିସ,୬ା୧୦: ସରକାରୀ, ବେସରକାରୀ ଅନୁଷ୍ଠାନ ହେଉ କି ବ୍ୟବସାୟିକ ପ୍ରତିଷ୍ଠାନ ସମସ୍ତେ ଓଡ଼ିଆରେ ନାମଫଳକ ଲେଖିବାକୁ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଥିଲା। ନୟାଗଡ଼...

Advertisement
Archives

Model This Week