କେହି ମୁହଁ ଖୋଲୁନାହାନ୍ତି

Dillip Cherian

ଅମଲାତନ୍ତ୍ରରେ ସବୁବେଳେ ସର୍ଭିସଗୁଡ଼ିକ ମଧ୍ୟରେ ଟେନ୍‌ସନ ଲାଗିରହିଛି, କିନ୍ତୁ ଏହାର ମହତ୍ତ୍ୱ କମ୍‌ ରହିଆସିଛିି। ନିକଟରେ ୧୯୯୬ ବ୍ୟାଚ୍‌ର ୨୫ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ପଦୋନ୍ନତି ଦେବା ଓ ନିଯୁକ୍ତିସୂଚୀରେ ସମ୍ମିଳିତ କରିବା ଏବଂ ୧୯୯୪ ବ୍ୟାଚ୍‌ର ଦୁଇ ଆଇପିଏସ୍‌ ଅଧିକାରୀଙ୍କ ଅତିରିକ୍ତ ସଚିବ ର଼୍ୟାଙ୍କକୁ ପଦୋନ୍ନତି ,୧୯୯୦ ବ୍ୟାଚର ଜଣେ ଆଇପିଏସ୍‌ ଅଧିକାରୀଙ୍କ ସେହି ସମାନ ପଦରେ ନିଯୁକ୍ତିକୁ ନେଇ ଅଣ ଆଇଏଏସ୍‌ ସର୍ଭିସ ଅଧିକାରୀମାନଙ୍କ ପ୍ରତିକ୍ରିୟାକୁ ଦେଖିଲେ ଜଣାପଡ଼ୁଛି ଯେ, ବିବାଦ ଏକ ଭିନ୍ନ ସ୍ତରକୁ ବୃଦ୍ଧିପାଇଛି। ସୂତ୍ରରୁ ପ୍ରକାଶ ଯେ, ଏହି ପଦକ୍ଷେପ ଆଇଏଏସ୍‌ ଏବଂ ଆଇପିଏସ୍‌ର ସମାନ୍ତରାଳ ର଼୍ୟାଙ୍କ୍‌ଗୁଡ଼ିକ ମଧ୍ୟରେ ୬ ବର୍ଷର ଏକ ଅନ୍ତର ସୃଷ୍ଟି କରିଛି। ଅପ୍ରତ୍ୟାଶିତ ଆଦେଶକୁ କେନ୍ଦ୍ର କରି ଆଇପିଏସ୍‌ ଅଧିକାରୀମାନେ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି। ନିଯୁକ୍ତି ଆଦେଶ ନିଯୁକ୍ତିପ୍ରଦାନକାରୀ କମିଟିର ବିଚିତ୍ର ନିଷ୍ପତ୍ତିକୁ ସୂଚିତ କରିଛି। ଦୁଇ ଆଇପିଏସ୍‌ ଅଧିକାରୀ ଶ୍ୟାମ ଭଗତ ନେଗି(ହିମାଚଳପ୍ରଦେଶ କ୍ୟାଡର)ଙ୍କୁ କ୍ୟାବିନେଟ ସେକ୍ରେଟାରିଏଟରେ ଅତିରିକ୍ତ ସଚିବ ଏବଂ ଉତ୍ତରପ୍ରଦେଶ କ୍ୟାଡରର ବିଜୟ ଭାଟିଆଙ୍କୁ କାର୍ମିକ ଯୁଗ୍ମ ସଚିବ ଭାବେ ବହିର୍ବ୍ୟାପାର ମନ୍ତ୍ରଣାଳୟରେ ନିଯୁକ୍ତ କରାଯାଇଛି। ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ହୋଇଥିବା ସତ୍ତ୍ୱେ ନେଗିଙ୍କୁ ସେହି ସମାନ ପଦବୀରେ ନିଯୁକ୍ତି ଦିଆଯାଇଛି ଯେଉଁଥିରେ ୨୫ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି। ଏହି ସମୟରେ ନେଗିଙ୍କଠାରୁ ଗୋଟିଏ ବ୍ୟାଚ ସିନିୟର ଭାଟିଆଙ୍କୁ ଜୁନିୟର ର଼୍ୟାଙ୍କରେ ନିଯୁକ୍ତି ମିଳିଛି। କେବଳ ଅତିରିକ୍ତ୍‌ ପୋଲିସ ମହାନିର୍ଦ୍ଦେଶକ ର଼୍ୟାଙ୍କର ଜଣେ ମାତ୍ର ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ସମସ୍ୟା ହେଉଛି, ସରକାର ୧୯୯୬ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀମାନଙ୍କୁ ଅତିରିକ୍ତ ସଚିବ ଭାବେ ପଦୋନ୍ନତି ଦେଇଥିବାବେଳେ ଆଇପିଏସ୍‌ କ୍ୟାଡରରେ ୧୯୯୦-୯୧ ବ୍ୟାଚ୍‌ ଅଧିକାରୀମାନଙ୍କୁ ସମାନ ପଦବୀକୁ ପଦୋନ୍ନତି ଦେଇଛନ୍ତି। ତେବେ ସରକାରଙ୍କ ଦୃଷ୍ଟିରେ ବରିଷ୍ଠତାର ମୂଲ୍ୟ କମ୍‌ ବୋଲି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ତଥାପି କେହି ଆଗକୁ ଆସି ଏହି ସମସ୍ୟା ବିରୋଧରେ ସାଧାରଣରେ ମୁହଁ ଖୋଲୁନାହାନ୍ତି। ଏପରିକି ଆଇଏଏସ୍‌ ଏବଂ ଆଇପିଏସ୍‌ ସଂଘ ବି ଚୁପ୍‌ ରହିଛନ୍ତି। ହେଲେ ଏହିି ଆନ୍ତଃ ସର୍ଭିସ ଟେନ୍‌ସନ ଯଥାଶୀଘ୍ର ସମାଧାନ କରାଯିବା ଆବଶ୍ୟକ।
ବେକାର ଉଦ୍ଦେଶ୍ୟ
ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ନେତୃତ୍ୱାଧୀନ ଦିଲ୍ଲୀ ସରକାର ଏବଂ ଭାଜପା ଶାସିତ କେନ୍ଦ୍ର ସରକାରଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତାର ପରିଣାମକୁ ଉଭୟ ସରକାରରେ ଥିତ୍ବା ବାବୁମାନେ ଅନୁଭବ କରୁଛନ୍ତି। ବହୁ ସମୟରେ ସେମାନଙ୍କୁ ମୂଲ୍ୟ ଦେବାକୁ ବି ପଡ଼ୁଛି। ଦିଲ୍ଲୀ ସରକାରରେ କାମ କରୁଥିବା ୬ଜଣ ଡିଏଏନ୍‌ଆଇସିଏସ୍‌ (ଦିଲ୍ଲୀ, ଆଣ୍ଡାମାନ୍‌ ଆଣ୍ଡ ନିକୋବର, ଲକ୍ଷାଦ୍ୱୀପ, ଡାମନ ଆଣ୍ଡ୍‌ ଡିଉ, ଦାଦ୍ରାନଗର ଆଣ୍ଡ ହାଭେଳି ସିଭିଲ୍‌ ସର୍ଭିସେସ୍‌) କ୍ୟାଡର ଅଧିକାରୀ ବଦଳି ଆଦେଶକୁ ଗ୍ରହଣ ନ କରିବା ଏବଂ କାର୍ଯ୍ୟରେ ଯୋଗ ନ ଦେବା ଯୋଗୁ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରିଛନ୍ତି। ଗତବର୍ଷ ନଭେମ୍ବରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଡିଏଏନ୍‌ଆଇସିଏସ୍‌ ଅଧିକାରୀ ସନ୍ଦୀପ କୁମାର ମିଶ୍ର, ଶ୍ରବଣ ବାଗରିଆ, ଶୈଳେନ୍ଦ୍ର ସିଂ ପରିହାର, ସିଙ୍ଗାରେ ରାମଚନ୍ଦ୍ର ମହାଦେବ, ନୀତିନ କୁମାର ଜିନ୍ଦଲ ଏବଂ ରକେଶ କୁମାରଙ୍କୁ ଲାକ୍ଷାଦ୍ୱୀପକୁ ବଦଳି ଆଦେଶ ଜାରି କରିଥିଲେ। କିନ୍ତୁ ବାବୁମାନେ ବଦଳିକୁ ବିରୋଧ କରି ସେଣ୍ଟ୍ରାଲ ଆଡ୍‌ମିନଷ୍ଟ୍ରେଟିଭ ଟ୍ରିବ୍ୟୁନାଲ(ସିଏଟି)ରେ ଆବେଦନ କରିଥିଲେ। ହେଲେ ସିଏଟି ବେଞ୍ଜ ଏହାକୁ ରଦ୍ଦ କରିଦେଲେ। ତେବେ ଚଳିତ ଫେବୃୟାରୀ ପ୍ରାରମ୍ଭରେ ସେମାନଙ୍କୁ ଏକ ରିମାଇଣ୍ଡର ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନେ ଏହାକୁ ଅଣଦେଖା କରିଥିଲେ। ଏଣୁ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ସିଏଟି କହିଛନ୍ତି ଯେ, ବଳଦିକୁ ଚ୍ୟାଲେଞ୍ଜ କରି ସେମାନେ କରିଥିବା ଆବେଦନର କୌଣସି ମେରିଟ୍‌ ନ ଥିଲା। କେବଳ ଏତିକି ନୁହେଁ ବାବୁମାନଙ୍କୁ ତୁରନ୍ତ ଲାକ୍ଷାଦୀପରେ ରିପୋର୍ଟ କରିବାକୁ ସିଏଟି ନିର୍ଦ୍ଦେଶ ଦେଇଛି। ଯଦି ସେମାନେ ଯୋଗ ନ ଦିଅନ୍ତି, ତେବେ ବିନା କୌଣସି ସୂଚନାରେ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କୁହାଯାଇଛି। ବଦଳି କରାଯାଇଥିବା ସ୍ଥାନରେ ଯୋଗ ନ ଦେବା ଏବଂ ଆଇନର ଆଶ୍ରୟ ନେଇ ବିବାଦ ସୃଷ୍ଟି କରିବା ଭଳି ବାବୁମାନଙ୍କ ବେକାର ଉଦ୍ଦେଶ୍ୟକୁ ସୁପ୍ରିମକୋର୍ଟ ବି ଗମ୍ଭୀରତାର ସହ ନେଇଛନ୍ତି। ସେଥିପାଇଁ, ସିଏଟିଙ୍କ ନିର୍ଦ୍ଦେଶରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ବାବୁମାନେ ସିଏଟି ନିର୍ଦ୍ଦେଶକୁ ମାନିବେ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଗ୍ରହଣ କରିିବେ ତାହା ସେମାନଙ୍କୁ ସ୍ଥିର କରିବାକୁ ପଡ଼ିବ।
ପିଏମ୍‌ଓରେ ପରିବର୍ତ୍ତନ
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟିମ୍‌କୁ ପୁନର୍ଗଠନ କରିବାରେ ଲାଗିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କୁମାର ଏବଂ ଦୁଇ ଅତିରିକ୍ତ ସଚିବ ଅତିଶ ଚନ୍ଦ୍ରା ଏବଂ ହରି ରାମ ରାଓଙ୍କ ନିଯୁକ୍ତି ପରେ ୨୦୦୪ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଧିକାରୀ ବିବେକ କୁମାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବ ଭାବେ ନିଯୁକ୍ତ କରାଯାଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ପୂର୍ବରୁ ବିବେକ କୁମାର ପିଏମ୍‌ଓରେ ନିର୍ଦ୍ଦେଶକ ଥିଲେ ଏବଂ ଏବେ ତାଙ୍କୁ ଯୁଗ୍ମ ସଚିବ ସ୍ତରରେ ଅବସ୍ଥାପିତ କରାଯାଇଛି। ପିଏମ୍‌ଓରେ ୪ ଜଣ ଯୁଗ୍ମ ସଚିବ ଓ ୫ ଜଣ ଅତିରିକ୍ତ ସଚିବ ରହିଥିବାରୁ ଏହି ଅସନ୍ତୁଳନ ଦୂର କରିବା ଲାଗି ଏଭଳି କରାଯାଇଥିବା ଅନୁମାନ କରାଯାଉଛି। ଯୁଗ୍ମ ସଚିବ ପଦବୀକୁ କୁମାରଙ୍କ ପଦୋନ୍ନତି ଦ୍ୱାରା ସମନ୍ବୟ ଅଣାଯାଇଛି। ଏବେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବ ଥିତ୍ବା ହାର୍ଦ୍ଦିକ ସତୀଶଚନ୍ଦ୍ର ଶାହାଙ୍କ ସହ କୁମାର ଯୋଗଦେବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?