କେହି ମୁହଁ ଖୋଲୁନାହାନ୍ତି

Dillip Cherian

ଅମଲାତନ୍ତ୍ରରେ ସବୁବେଳେ ସର୍ଭିସଗୁଡ଼ିକ ମଧ୍ୟରେ ଟେନ୍‌ସନ ଲାଗିରହିଛି, କିନ୍ତୁ ଏହାର ମହତ୍ତ୍ୱ କମ୍‌ ରହିଆସିଛିି। ନିକଟରେ ୧୯୯୬ ବ୍ୟାଚ୍‌ର ୨୫ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ପଦୋନ୍ନତି ଦେବା ଓ ନିଯୁକ୍ତିସୂଚୀରେ ସମ୍ମିଳିତ କରିବା ଏବଂ ୧୯୯୪ ବ୍ୟାଚ୍‌ର ଦୁଇ ଆଇପିଏସ୍‌ ଅଧିକାରୀଙ୍କ ଅତିରିକ୍ତ ସଚିବ ର଼୍ୟାଙ୍କକୁ ପଦୋନ୍ନତି ,୧୯୯୦ ବ୍ୟାଚର ଜଣେ ଆଇପିଏସ୍‌ ଅଧିକାରୀଙ୍କ ସେହି ସମାନ ପଦରେ ନିଯୁକ୍ତିକୁ ନେଇ ଅଣ ଆଇଏଏସ୍‌ ସର୍ଭିସ ଅଧିକାରୀମାନଙ୍କ ପ୍ରତିକ୍ରିୟାକୁ ଦେଖିଲେ ଜଣାପଡ଼ୁଛି ଯେ, ବିବାଦ ଏକ ଭିନ୍ନ ସ୍ତରକୁ ବୃଦ୍ଧିପାଇଛି। ସୂତ୍ରରୁ ପ୍ରକାଶ ଯେ, ଏହି ପଦକ୍ଷେପ ଆଇଏଏସ୍‌ ଏବଂ ଆଇପିଏସ୍‌ର ସମାନ୍ତରାଳ ର଼୍ୟାଙ୍କ୍‌ଗୁଡ଼ିକ ମଧ୍ୟରେ ୬ ବର୍ଷର ଏକ ଅନ୍ତର ସୃଷ୍ଟି କରିଛି। ଅପ୍ରତ୍ୟାଶିତ ଆଦେଶକୁ କେନ୍ଦ୍ର କରି ଆଇପିଏସ୍‌ ଅଧିକାରୀମାନେ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି। ନିଯୁକ୍ତି ଆଦେଶ ନିଯୁକ୍ତିପ୍ରଦାନକାରୀ କମିଟିର ବିଚିତ୍ର ନିଷ୍ପତ୍ତିକୁ ସୂଚିତ କରିଛି। ଦୁଇ ଆଇପିଏସ୍‌ ଅଧିକାରୀ ଶ୍ୟାମ ଭଗତ ନେଗି(ହିମାଚଳପ୍ରଦେଶ କ୍ୟାଡର)ଙ୍କୁ କ୍ୟାବିନେଟ ସେକ୍ରେଟାରିଏଟରେ ଅତିରିକ୍ତ ସଚିବ ଏବଂ ଉତ୍ତରପ୍ରଦେଶ କ୍ୟାଡରର ବିଜୟ ଭାଟିଆଙ୍କୁ କାର୍ମିକ ଯୁଗ୍ମ ସଚିବ ଭାବେ ବହିର୍ବ୍ୟାପାର ମନ୍ତ୍ରଣାଳୟରେ ନିଯୁକ୍ତ କରାଯାଇଛି। ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ହୋଇଥିବା ସତ୍ତ୍ୱେ ନେଗିଙ୍କୁ ସେହି ସମାନ ପଦବୀରେ ନିଯୁକ୍ତି ଦିଆଯାଇଛି ଯେଉଁଥିରେ ୨୫ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି। ଏହି ସମୟରେ ନେଗିଙ୍କଠାରୁ ଗୋଟିଏ ବ୍ୟାଚ ସିନିୟର ଭାଟିଆଙ୍କୁ ଜୁନିୟର ର଼୍ୟାଙ୍କରେ ନିଯୁକ୍ତି ମିଳିଛି। କେବଳ ଅତିରିକ୍ତ୍‌ ପୋଲିସ ମହାନିର୍ଦ୍ଦେଶକ ର଼୍ୟାଙ୍କର ଜଣେ ମାତ୍ର ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ସମସ୍ୟା ହେଉଛି, ସରକାର ୧୯୯୬ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀମାନଙ୍କୁ ଅତିରିକ୍ତ ସଚିବ ଭାବେ ପଦୋନ୍ନତି ଦେଇଥିବାବେଳେ ଆଇପିଏସ୍‌ କ୍ୟାଡରରେ ୧୯୯୦-୯୧ ବ୍ୟାଚ୍‌ ଅଧିକାରୀମାନଙ୍କୁ ସମାନ ପଦବୀକୁ ପଦୋନ୍ନତି ଦେଇଛନ୍ତି। ତେବେ ସରକାରଙ୍କ ଦୃଷ୍ଟିରେ ବରିଷ୍ଠତାର ମୂଲ୍ୟ କମ୍‌ ବୋଲି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ତଥାପି କେହି ଆଗକୁ ଆସି ଏହି ସମସ୍ୟା ବିରୋଧରେ ସାଧାରଣରେ ମୁହଁ ଖୋଲୁନାହାନ୍ତି। ଏପରିକି ଆଇଏଏସ୍‌ ଏବଂ ଆଇପିଏସ୍‌ ସଂଘ ବି ଚୁପ୍‌ ରହିଛନ୍ତି। ହେଲେ ଏହିି ଆନ୍ତଃ ସର୍ଭିସ ଟେନ୍‌ସନ ଯଥାଶୀଘ୍ର ସମାଧାନ କରାଯିବା ଆବଶ୍ୟକ।
ବେକାର ଉଦ୍ଦେଶ୍ୟ
ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ନେତୃତ୍ୱାଧୀନ ଦିଲ୍ଲୀ ସରକାର ଏବଂ ଭାଜପା ଶାସିତ କେନ୍ଦ୍ର ସରକାରଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତାର ପରିଣାମକୁ ଉଭୟ ସରକାରରେ ଥିତ୍ବା ବାବୁମାନେ ଅନୁଭବ କରୁଛନ୍ତି। ବହୁ ସମୟରେ ସେମାନଙ୍କୁ ମୂଲ୍ୟ ଦେବାକୁ ବି ପଡ଼ୁଛି। ଦିଲ୍ଲୀ ସରକାରରେ କାମ କରୁଥିବା ୬ଜଣ ଡିଏଏନ୍‌ଆଇସିଏସ୍‌ (ଦିଲ୍ଲୀ, ଆଣ୍ଡାମାନ୍‌ ଆଣ୍ଡ ନିକୋବର, ଲକ୍ଷାଦ୍ୱୀପ, ଡାମନ ଆଣ୍ଡ୍‌ ଡିଉ, ଦାଦ୍ରାନଗର ଆଣ୍ଡ ହାଭେଳି ସିଭିଲ୍‌ ସର୍ଭିସେସ୍‌) କ୍ୟାଡର ଅଧିକାରୀ ବଦଳି ଆଦେଶକୁ ଗ୍ରହଣ ନ କରିବା ଏବଂ କାର୍ଯ୍ୟରେ ଯୋଗ ନ ଦେବା ଯୋଗୁ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରିଛନ୍ତି। ଗତବର୍ଷ ନଭେମ୍ବରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଡିଏଏନ୍‌ଆଇସିଏସ୍‌ ଅଧିକାରୀ ସନ୍ଦୀପ କୁମାର ମିଶ୍ର, ଶ୍ରବଣ ବାଗରିଆ, ଶୈଳେନ୍ଦ୍ର ସିଂ ପରିହାର, ସିଙ୍ଗାରେ ରାମଚନ୍ଦ୍ର ମହାଦେବ, ନୀତିନ କୁମାର ଜିନ୍ଦଲ ଏବଂ ରକେଶ କୁମାରଙ୍କୁ ଲାକ୍ଷାଦ୍ୱୀପକୁ ବଦଳି ଆଦେଶ ଜାରି କରିଥିଲେ। କିନ୍ତୁ ବାବୁମାନେ ବଦଳିକୁ ବିରୋଧ କରି ସେଣ୍ଟ୍ରାଲ ଆଡ୍‌ମିନଷ୍ଟ୍ରେଟିଭ ଟ୍ରିବ୍ୟୁନାଲ(ସିଏଟି)ରେ ଆବେଦନ କରିଥିଲେ। ହେଲେ ସିଏଟି ବେଞ୍ଜ ଏହାକୁ ରଦ୍ଦ କରିଦେଲେ। ତେବେ ଚଳିତ ଫେବୃୟାରୀ ପ୍ରାରମ୍ଭରେ ସେମାନଙ୍କୁ ଏକ ରିମାଇଣ୍ଡର ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନେ ଏହାକୁ ଅଣଦେଖା କରିଥିଲେ। ଏଣୁ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ସିଏଟି କହିଛନ୍ତି ଯେ, ବଳଦିକୁ ଚ୍ୟାଲେଞ୍ଜ କରି ସେମାନେ କରିଥିବା ଆବେଦନର କୌଣସି ମେରିଟ୍‌ ନ ଥିଲା। କେବଳ ଏତିକି ନୁହେଁ ବାବୁମାନଙ୍କୁ ତୁରନ୍ତ ଲାକ୍ଷାଦୀପରେ ରିପୋର୍ଟ କରିବାକୁ ସିଏଟି ନିର୍ଦ୍ଦେଶ ଦେଇଛି। ଯଦି ସେମାନେ ଯୋଗ ନ ଦିଅନ୍ତି, ତେବେ ବିନା କୌଣସି ସୂଚନାରେ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କୁହାଯାଇଛି। ବଦଳି କରାଯାଇଥିବା ସ୍ଥାନରେ ଯୋଗ ନ ଦେବା ଏବଂ ଆଇନର ଆଶ୍ରୟ ନେଇ ବିବାଦ ସୃଷ୍ଟି କରିବା ଭଳି ବାବୁମାନଙ୍କ ବେକାର ଉଦ୍ଦେଶ୍ୟକୁ ସୁପ୍ରିମକୋର୍ଟ ବି ଗମ୍ଭୀରତାର ସହ ନେଇଛନ୍ତି। ସେଥିପାଇଁ, ସିଏଟିଙ୍କ ନିର୍ଦ୍ଦେଶରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ବାବୁମାନେ ସିଏଟି ନିର୍ଦ୍ଦେଶକୁ ମାନିବେ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଗ୍ରହଣ କରିିବେ ତାହା ସେମାନଙ୍କୁ ସ୍ଥିର କରିବାକୁ ପଡ଼ିବ।
ପିଏମ୍‌ଓରେ ପରିବର୍ତ୍ତନ
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟିମ୍‌କୁ ପୁନର୍ଗଠନ କରିବାରେ ଲାଗିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କୁମାର ଏବଂ ଦୁଇ ଅତିରିକ୍ତ ସଚିବ ଅତିଶ ଚନ୍ଦ୍ରା ଏବଂ ହରି ରାମ ରାଓଙ୍କ ନିଯୁକ୍ତି ପରେ ୨୦୦୪ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଧିକାରୀ ବିବେକ କୁମାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବ ଭାବେ ନିଯୁକ୍ତ କରାଯାଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ପୂର୍ବରୁ ବିବେକ କୁମାର ପିଏମ୍‌ଓରେ ନିର୍ଦ୍ଦେଶକ ଥିଲେ ଏବଂ ଏବେ ତାଙ୍କୁ ଯୁଗ୍ମ ସଚିବ ସ୍ତରରେ ଅବସ୍ଥାପିତ କରାଯାଇଛି। ପିଏମ୍‌ଓରେ ୪ ଜଣ ଯୁଗ୍ମ ସଚିବ ଓ ୫ ଜଣ ଅତିରିକ୍ତ ସଚିବ ରହିଥିବାରୁ ଏହି ଅସନ୍ତୁଳନ ଦୂର କରିବା ଲାଗି ଏଭଳି କରାଯାଇଥିବା ଅନୁମାନ କରାଯାଉଛି। ଯୁଗ୍ମ ସଚିବ ପଦବୀକୁ କୁମାରଙ୍କ ପଦୋନ୍ନତି ଦ୍ୱାରା ସମନ୍ବୟ ଅଣାଯାଇଛି। ଏବେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବ ଥିତ୍ବା ହାର୍ଦ୍ଦିକ ସତୀଶଚନ୍ଦ୍ର ଶାହାଙ୍କ ସହ କୁମାର ଯୋଗଦେବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri