ଏଭଳି ଆଡ଼ମ୍ବରପୂର୍ଣ୍ଣ ଜିଲା ଗସ୍ତ ଆଉ କେହି କରିନାହାନ୍ତି: ପ୍ରଦୀପ

ଭୁବନେଶ୍ୱର, ୧୧ା୩(ବ୍ୟୁରୋ):ରାଜ୍ୟ ସରକାରଙ୍କ ନୂଆପଡ଼ା କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ କରିଛି ଭାଜପା। ଦଳର କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି, ଅତୀତରେ କୌଣସି ମୁଖ୍ୟମନ୍ତ୍ରୀ ଏଭଳି ଆଡମ୍ବରପୂର୍ଣ୍ଣ ଜିଲା ଗସ୍ତ କରୁ ନ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଜିର ଗସ୍ତ ପୂର୍ବରୁ ସରକାରୀ କଳକୁ ଅପବ୍ୟବହାର କରି ଶାସକ ବିଜେଡିର ମନ୍ତ୍ରୀ, ଏମ୍‌ପି, ବିଧାୟକଙ୍କଠାରୁ ଆରମ୍ଭକରି ଛାମୁଆ ନେତା ନୂଆପଡ଼ାରେ ଡେରା ପକାଇଛନ୍ତି। ଏପରିକି ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ନୂଆପଡ଼ାକୁ ସ୍ଥାନାନ୍ତର ହୋଇଯାଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲା ଗସ୍ତ କରି ନିଜ ଭାବମୂର୍ତ୍ତିକୁ ସଜାଡିବାର କେବଳ ପ୍ରହସନ କରୁଛନ୍ତି। କେନ୍ଦ୍ରୀୟ ଅନୁଦାନ ଅର୍ଥରେ ରାଜ୍ୟରେ ପ୍ରତିଷ୍ଠିତ ହେଉଥିବା ବିଭିନ୍ନ ପ୍ରକଳ୍ପର ନାଲିଫିତା କାଟିବାରେ ମୁଖ୍ୟମନ୍ତ୍ରୀ ବ୍ୟସ୍ତ ବୋଲି ପ୍ରଦୀପ ତାତ୍ସଲ୍ୟ କରି କହିଛନ୍ତି। ସେ ଆହୁରି କହିଛନ୍ତି, ୨୦ ବର୍ଷ ତଳରୁ ଶୁଭାରମ୍ଭ ଦିଆଯାଇଥିବା ଏବଂ ଆଜିର ଉଦ୍‌ଘାଟନ ହୋଇଥିବା ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ଅଧୀନରେ ଥିବା କେନାଲଗୁଡିକର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ଯୋଗୁ ପାଣି ଯାଇପାରିବ ନାହିଁ। ଏହି ଉଦ୍‌ଘାଟନର ଉଦ୍ଦେଶ୍ୟ କ’ଣ ବୋଲି ପୁରୋହିତ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅର୍ଥରେ ନିର୍ମିତ ଏହି ପ୍ରକଳ୍ପକୁ ଦଳୀୟ ଭିତ୍ତିରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ସଂଘୀୟ ବ୍ୟବସ୍ଥାକୁ ଅବମାନନା କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?